Bihar ର ଏହି ପିଲା Account କୁ ଆସିଚି 900 କୋଟି ଟଙ୍କା,ଜାଣିରଖନ୍ତୁ କାହିଁକି ଓ କିପରି ଭାବେ ଏହି ପିଲା ଏତେ ଟଙ୍କା ପାଇଲେ ଓ ତାପରେ କଣ ହେବ

Spread the love

ସାଙ୍ଗମାନେ ଆପଣ ମାନେ ତ ଷଷ୍ଠରୁ ନଷ୍ଟ କଥା ସୁଣିଥିବେ।କିନ୍ତୁ କେବେ ଷଷ୍ଠରୁ କୋଟି କୋଟି ଟଙ୍କାର ମାଲିକ ହୋଇଯିବା କଥା ଶୁଣି ନଥିବେ।ତେବେ ଏପରି ଏକ ଘଟଣା ଘଟିଛି ଯେଉଁଥିରେ ଦୁଇ ବାଳକଙ୍କ ଆକାଉଣ୍ଟରେ ୯୦୦ କୋଟିରୁ ଅଧିକ ଟଙ୍କା ଅଛି।ତେବେ ଏହି ଗାଁ ଲୋକଙ୍କ ମୁଣ୍ଡ ଖରାପ ହୋଇଯାଇଛି।ତେବେ ଆଜି ଛୋଟ ପିଲା ମାନଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଆସିଲା କେମିତି।

ତେବେ ଏମାନଙ୍କ ପଛରେ ବି ରହସ୍ୟ ଅଛି। ନା ଏମାନେ କେବେ କେବିସି ଖେଳିଛନ୍ତି ନା ଏମାନେ କୋଉ ସ୍କ୍ରାଚ କାର୍ଡ ଘଷିଛନ୍ତି ନା କିଛି ଲକି ଡ୍ର ଜିତିଛନ୍ତି।କିନ୍ତୁ ତଥାପି ବି ତାଙ୍କର ଭାଗ୍ୟ ଖୋଲିଯାଇଛି।ବିହାରର କଟିହାର ଜିଲ୍ଲାରେ ଏମାନେ ପାଠ ପଢ଼ନ୍ତି।ତେବେ ଏମାନଙ୍କ ପୋଷାକ ଓ ବହି ପତ୍ର ବାବଦରେ କିଛି ସରକାରୀ ଅର୍ଥ ଏମାନଙ୍କ ଆକାଉଣ୍ଟକୁ ଆସିବାର ଥିଲା।

ତେବେ ଏମାନେ ଏକ ଦୋକାନକୁ ଯାଇଥିଲେ ଓ ସେଠାରେ ବ୍ୟାଙ୍କ ବାଲାନ୍ସ ଚେକ କଲାବେଳେ ସେମାନେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ।ତେବେ ତାଙ୍କ ବାପା ମା କହିଥିଲେ ଆମେ ଜାଣି ନଥିଲୁ କି ଏତେ ଟଙ୍କା ଆସିଲା କେଉଁଠୁ।ବୋଧେ ମୋଦୀଜି ପଠେଇଲେ କି।ତେବେ ଜଣା ପଡ଼ିଲା କି ଏହା ବ୍ୟାଙ୍କର ଭୁଲ ଥିଲା।ଏହାଦ୍ବାରା ଏମାନଙ୍କ ଆକାଉଣ୍ଟକୁ ଆସିଥିଲା ଏତେ ଟଙ୍କା।

ତେବେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଆଶିଷଙ୍କ ଆକାଉଣ୍ଟକୁ ଆସିଚି ୬ କୋଟି ଟଙ୍କା।ତେବେ ଗୁରୁଚରଣଙ୍କ ଆକାଉଣ୍ଟକୁ ଆସିଚି ୯୦୫ କୋଟି ଟଙ୍କାରୁ ଅଧିକ।ତେବେ ଯେତେବେଳେ ଗାଁ ଲୋକେ ଜାଣିଲେ ସେମାନେ ମଧ୍ୟ ଦୌଡ଼ିଲେ ବ୍ୟାଙ୍କକୁ ଏହା ଜାଣିବା ପାଇଁ କି ତାଙ୍କ ଆକାଉଣ୍ଟକୁ କେତେ ଟଙ୍କା ଆସିଛି।ତେବେ ବିହାରର ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି।

ତେବେ ଆଯମଗଡ଼ ଗ୍ରାମୀଣ ବ୍ୟାଙ୍କରେ ଏହି ଦୁଇ ଜଣଙ୍କ ଆକାଉଣ୍ଟ ରହିଥିଲା।ବୁଧବାର ସନ୍ଧ୍ୟାରେ ହିଁ ଏମାନେ ଚେକ କରିବା ପାଇଁ ଯାଇଥିଲେ କି କାଳେ ସ୍କୁଲ ତରଫରୁ କିଛି ଟଙ୍କା ଆସିଚି କି।ଆଉ ଏହାପରେ ଘଟିଥିଲା ଏହି ଘଟଣା।ଏହା ପରଦିନ ଲମ୍ବା ଲାଇନ ଲାଗିଥିଲା ବ୍ୟାଙ୍କ ଆକାଉଣ୍ଟରେ।ସମସ୍ତେ ଚାହିଁଥିଲେ କି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ କରିବା ପାଇଁ।

ବ୍ୟାଙ୍କର ଛୋଟ ଛୋଟ ଭୁଲରୁ ଲୋକଙ୍କ ଆକାଉଣ୍ଟକୁ ଚାଲି ଆସୁଚି କୋଟି କୋଟି ଟଙ୍କା।କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପ୍ରାୟ ୫ ଲକ୍ଷ ଟଙ୍କା ଆସିଥିଲା।ଏବଂ ବ୍ୟାଙ୍କ ତରଫରୁ ଯେତେବେଳେ ତାଙ୍କୁ ଏହାକୁ ଫେରାଇବା ପାଇଁ କୁହାଗଲା ସେ ମନା କରିଦେଇଥିଲେ।ଏହାପରେ ତାଙ୍କୁ ଜେଲ ଯିବାକୁ ପଡିଥିଲା।ବ୍ୟାଙ୍କ କର୍ମଚାରୀ ଏହି ଘଟଣାକୁ କିପରି ସମାଧାନ କରିବେ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *