କଟକ ଓ ଭୁବନେଶ୍ୱର କୁ ବୁଡ଼େଇବ Chatisgada ର ବନ୍ୟା ପାଣି,ଆଜି ଏହି ସବୁ ସ୍ଥାନ ରେ ହେବ ଜଳବନ୍ଦୀ,ଆଉ ଛତିଶଗଡ଼ ଏବେ କହୁଛି…

Spread the love

ଓଡ଼ିଶାକୁ ଦିଆ ଯାଇଛି ଲାଲ ସଂକେତ କାରଣ ଗୋଟିଏ ଲଘୁଚାପ ଶେଷ ହୋଇନାହିଁ ଆଉ ଗୋଟିଏ ଲଘୁଚାପ ଆରମ୍ଭ ହୋଇ ଗଲାଣି ତେବେ ଏହି ଲଘୁଚାପ କଣ ବାତ୍ୟାର ରୂପ ନେବ।ଆସନ୍ତୁ ଜାଣିବା ଏହି ବିଷୟରେ।ଆଞ୍ଚଳିକ ପାଣିପାଗ ବିଭାଗ କହିବା ଅନୁସାରେ ରାଜ୍ୟରେ ଲାଲ ସଂକେତ ଜାରି ହୋଇଛି ଏଥି ସହ ଛତିଶଗଡ କୁ ମଧ୍ୟ

ଲାଲ ସଂକେତ ଜାରି ହୋଇଛି।ରାଜ୍ୟରେ ୧୫ ତାରିଖ ପର୍ଯ୍ୟନ୍ତ ଅତି ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।ତେଣୁ ପ୍ରଥମ ଦିନ ପାଇଁ ୭ଟି ଜିଲ୍ଲାକୁ ହଳଦିଆ ସଂକେତ ଆଉ ଦ୍ଵିତୀୟ ଦିନ ପାଇଁ ୧୪ଟି ଜିଲ୍ଲାକୁ ହଳଦିଆ ସଂକେତ ଜାରି କରା ଯାଇଛି।ତେବେ ଜଗତସିଂହପୁର,ଅନୁଗୁଳ

କେନ୍ଦ୍ରାପଡ଼ା,ଇତ୍ୟାଦି ଜିଲ୍ଲା ମାନଙ୍କରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏଥି ସହ ସମ୍ବଲପୁର,ସୁବର୍ଣ୍ଣପୁର,ରାୟଗଡ଼ା ଇତ୍ୟାଦି ପଶ୍ଚିମ ଓଡ଼ିଶାର ଜିଲ୍ଲା ମାନଙ୍କରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି କି ଏହି ସମୟରେ ଅଧିକ

ବେଗରେ ପବନ ବୋହିବାର ସମ୍ଭାବନା ଥିବା ସହ ସମୁଦ୍ର ମଧ୍ୟ ଆସନ୍ତା ରହିବ।ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରା ଯାଇଛି।ଏଥି ସହିତ ଉତ୍ତର ବଙ୍ଗୋପସାଗରର ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି ଯାହାକି ୧୨ କିଲୋ ମିଟର ପଛରେ ଅଛି କିନ୍ତୁ ଏହି ଲଘୁଚାପ କାରଣରୁ

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇ ପାରେ।ରାଜ୍ୟର ନଦୀ ମାନଙ୍କରେ ଜଳ ସ୍ତର ବୃଦ୍ଧି ହୋଇ ଥିବାରୁ ରାଜ୍ୟକୁ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି ତେଣୁ ସେ ୬ ଜଣ ମୁଖ୍ୟ ଯନ୍ତ୍ରୀଙ୍କୁ ୮ଟି ଜିଲ୍ଲାର ନିରୀକ୍ଷଣ କରିବାର ଦାୟିତ୍ଵ ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ

କଟକ ଜିଲ୍ଲା ପାଇଁ ନାଥ ସାହୁ,ପୁରୀ ଜିଲ୍ଲା ପାଇଁ ଇ ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର ପାଇଁ ବିଜୟ କୁମାର ସାମଲ,କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ପୂର୍ଣ୍ଣଚନ୍ଦ୍ର ରଥ।ଯାଜପୁର ଓ ଭଦ୍ରକ ଜିଲ୍ଲା ପାଇଁ ଧନେଶ୍ଵର ସାମଲ ଏବଂ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଇ ଭିଙ୍ଗରାଜ ପୁରୋହିତ ଙ୍କୁ ଦାୟିତ୍ଵ ଦିଆ ଯାଇଛି। ତେବେ ଆପଣ ମାନେ ସତର୍କତା ଅବଲମ୍ବନ କରନ୍ତୁ।

Leave a Reply

Your email address will not be published. Required fields are marked *