ପ୍ରତ୍ୟେକ ଶିଶୁର ଅତି ଛୋଟ ବୟସରୁ ପ୍ରତିଭା ପ୍ରସ୍ଫୁଟିତ ହୋଇଥାଏ। ନିଜ ମନ ଅନୁସାରେ ସେ ନିଜର କଳା ପରିବେଷିତ କରେ ଏବଂ ସର ଦୁନିଆରେ ଏକ ନୂତନ ପରିଚୟ ସୃଷ୍ଟି କରେ। କଥାରେ ଅଛି କୌଣସି ପ୍ରତିବନ୍ଧକ ଆଗରେ ହାର ମାନି ନଥାଏ ପ୍ରତିଭା। ଯେତେ ଖରାପ ପରିବେଶ ହେଉ ପଛେ ଯଦି ଇଚ୍ଛା ଏବଂ ସାଧନା ରହିଛି, ତେବେ ସଫଳତାର ସ୍ୱାଦ ଦିନେ ନା ଦିନେ ନିଶ୍ଚିତ ମିଳିବ।
ଠିକ ସେହିପରି ଜଣେ ଚୁଡି ବିକାଳୀର ପୁଅ ନିଜର ପରିଚୟ ସୃଷ୍ଟି କରିଛନ୍ତି ସର ଭାରତ ବର୍ଷରେ।ଝାରସୁଗୁଡା ଅଞ୍ଚଳର ରୋସନ ସାହୁ ଜଣେ କୁନି ପ୍ରତିଭା। ସେ ମୁମ୍ବାଇର ଜି ଟିଭିର ରିଏଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଅଂଶ ଗ୍ରହଣ କରି ୨୮ ନମ୍ବର ସ୍ଥାନ ଅଧିକାର କରି ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟ୍ରର ସୁପର ଉଇଙ୍ଗସ ପାଇଛନ୍ତି।
ଏହା କେବଳ ତାଙ୍କ ପାଇଁ ନୁହେଁ। ଏହା ସର ଓଡିଶାବାସୀଙ୍କ ପାଇଁ ଗର୍ଵ ଏବଂ ଗୌରବର ବିଷୟ।ଝାରସୁଗୁଡା ମଳିପଳା ଅଞ୍ଚଳର ସେ ହେଉଛନ୍ତି ୧୧ ବର୍ଷୀୟ ରୋଶନ ସାହୁ। ତାଙ୍କ ମା ଜଣେ ଚୁଡି ବିକାଳୀ। ଚୁଡି ଧରି ଗାଁ ଗାଁ ବୁଲି ଚୁଡି ବିକିଥାନ୍ତି ଏବଂ ସେଥିରୁ ବହୁତ କମ୍ ପଇସା ପାଇଥାନ୍ତି। ଏହି ରୋଜଗାର ଟଙ୍କାରେ ଯାହା ଘର ଚାଲିଥାଏ।
ଏହି ଗରିବ ଘରରୁ ବଢ଼ିଛନ୍ତି ୧୧ ବର୍ଷର ରୋଶନ। ନିଜ ପୁଅର ସଫଳତା ଦେଖି ଅତ୍ମବିହ୍ୱର ହୋଇ ପଡିଛନ୍ତି ତାଙ୍କ ମା। ସେ କହିଛନ୍ତି ଯେ, ତାଙ୍କ ପୁଅ ତାଙ୍କୁ ଜୀବନର ସବୁଠୁ ବଡ଼ ଖୁସି ଦେଇଛି। ତାଙ୍କ ଦୁଃଖ ଦୂର ହୋଇଛି।ରୋଶନ ନିଜ ମା’ର ଦୁଃଖ ଦେଖି ନିଜକୁ ସଫଳତା କରିବା ନେଇ କଷ୍ଟ କରୁଛନ୍ତି।
ତାଙ୍କ ମା ତାଙ୍କୁ କାଚ ଚୁଡି ବିକ୍ରି ପଇସାରେ ମୁମ୍ବାଇ ନେଇ ଯାଇଥିଲେ ଏବଂ ସାଥିରେ ଚୁଡି ପସରା ମଧ୍ୟ ନେଇଥିଲେ। ତାଙ୍କ ଗୁରୁ ସହିଦ ଖାନ ତାଙ୍କୁ ଏହି ଶିକ୍ଷା ଦେଇଛନ୍ତି। ଧୀରେ ଧୀରେ ରୋଶନ ଆଗକୁ ଯିବେ ବୋଲି ସେ କାମନା କରିଛନ୍ତି। ଘର ,ପାରିବାରିକ କଷ୍ଟ ଏବଂ ଅର୍ଥାଭାବ ଥାଇ ମଧ୍ୟ ନିଜକୁ ପ୍ରମାଣିତ କରି ଦେଖେଇଛନ୍ତି ରୋଶନ।