ପୁଣି ଥରେ Collage ଗଲେ ରୁପା ପିଣ୍ଟୁ,ଲୋକ କହିଲେ କଣ ଏ ବୟସ ରେ ମଧ୍ୟ ପାଠ ପଢିବ,କିନ୍ତୁ ଅସଲ ସତ ଜାଣିବା ପରେ ଲୋକ ହସିବାକୁ ଲାଗିଲେ…ଦେଖନ୍ତୁ Video

Spread the love

ଘରେ ଘରେ ପରିଚିତ ରୁପା ପିଣ୍ଟୁଙ୍କୁ ସାରା ଓଡ଼ିଶାରେ ଦୁଇ ଜଣାଶୁଣା ନାମ। ଧୀରେ ଧୀରେ ବଲିଉଡ ଆଡକୁ ଅଗ୍ରସର ହେଉଥିବା ରୁପା ପିଣ୍ଟୁ ବର୍ତ୍ତମାନ ଏକ ସୁଟିଂ କାର୍ଯ୍ୟରେ ବ୍ୟସ୍ତ। ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀକୁ ନେଇ ସେ ଏବେ ଏକ ସୁଟିଂ କରୁଛନ୍ତି। ସେଥିପାଇଁ ରୁପା , ପିଣ୍ଟୁ ନିଜ କ୍ୟାମେରମ୍ୟାନ ଏବଂ ନିର୍ଦେଶକଙ୍କ ସହିତ ଏକ କଲେଜରେ ପହଂଚି ନିଜ ସୁଟିଂ କାର୍ଯ୍ୟ କରିଥିଲେ। ରୁପା କଲେଜର ଛାତ୍ରୀ ପୋଷାକରେ ଏବଂ ପିଣ୍ଟୁ କଲେଜର ଛାତ୍ର ପୋଷାକ ପିନ୍ଧିଥିଲେ।

ଏହାପରେ ନିର୍ଦ୍ଦେଶକଙ୍କ କହିବା ମୁତାବକ ସୁଟିଂ କରାଯାଇଥିଲା। କଲେଜର ଅନ୍ୟ ପିଲାଙ୍କ ସହ ମିଶି ରୁପା ଏବଂ ପିଣ୍ଟୁ ପୁଣି ଥରେ ନିଜ କଲେଜ ଜୀବନ ରିଲ ଦୁନିଆରେ ଉପଭୋଗ କରିଥିଲେ। ସୁଟିଂ ପରେ ସେମାନେ ଅନ୍ୟ ପିଲାମାନଙ୍କ ସହ ଭଲରେ କିଛି ସମୟ ଅତିବାହିତ କରିଥିଲେ।

ସୂଚନାଯୋଗ୍ୟ ଯେ, ରୁପା ଏବଂ ପିଣ୍ଟୁଙ୍କୁ ସମସ୍ତେ ବହୁତ ଭଲ ଭ୍ଲଗର ଭାବରେ ଜାଣନ୍ତି। ସେ ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ପରିଚିତ। ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଏବଂ ଭ୍ଲଗ ବନେଇ ନିଜ କ୍ୟାରିୟର ଆରମ୍ଭ କରିଥିବା ରୁପା ପିଣ୍ଟୁ ବର୍ତ୍ତମାନ ଜଣେ ସଫଳ ୟୁଟ୍ୟୁବର ହୋଇ ପାରିଛନ୍ତି। ତାଙ୍କ ଚାଲିଚଳଣୀ ଜଣେ ଖାଣ୍ଟି ଓଡ଼ିଆ ଘରର ଅଟେ।

ସେ ନିଜ ଭ୍ଲଗରେ ନିଜ ଗାଁକୁ ଦେଖାଇବା ସହିତ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ଦର୍ଶକଙ୍କ ମନୋରଞ୍ଜନ କରାଇ ଥାଆନ୍ତି। ଏହା ଦ୍ୱାରା ଲୋକମାନେ ନୂତନ ନୂତନ ପ୍ରକାରର ଖାଦ୍ୟ ସମ୍ପର୍କରେ ମଧ୍ୟ ଜାଣି ପାରନ୍ତି। ତାଙ୍କର ଚ୍ୟାନେଲ ନାମ ହେଉଛି “ରୁପା,ପିଣ୍ଟୁ, ଏବଂ ଖୁସି ଏକ୍ସପ୍ରେସ” ଯେଉଁଥିରେ ସେ ଦୈନିକ ଭିଡ଼ିଓ ଛାଡି ଥାଆନ୍ତି।

ଏହିପରି ଭାବରେ ସେ ଓଡ଼ିଶାର ଘରେ ଘରେ ପରିଚିତ।ଭ୍ଲଗ ବନେଇବା ବ୍ୟତୀତ ନିକଟରେ ସେ ତିନୋଟି ଗୀତ ମାଧ୍ୟ ଗାଇଛନ୍ତି। ପ୍ରଥମଟି ହେଉଛି “ତୁମ ପାଦରେ ପାଦ ମିଶାଇ”। ଦ୍ୱିତୀୟଟି ହେଉଛି “ତୁ ଲାଗୁ ଅଲଗା” ଏବଂ ତୃତୀୟଟି ହେଉଛି ହାତର ମେହେନ୍ଦୀ”। ନିଜର ନିଆରା ପ୍ରକାରର ଖାଦ୍ୟ ପ୍ରସ୍ତୁତି, ଗାଁର ଭ୍ଲଗ ନେଇ ପରିଚିତ ରୁପା ପିଣ୍ଟୁ ବର୍ତ୍ତମାନ ଜଣେ ସଫଳ ୟୁଟ୍ୟୁବର ଭାବରେ ଜଣାଶୁଣା।

Leave a Reply

Your email address will not be published. Required fields are marked *