ଓଡ଼ିଶା ଓ ଓଡ଼ିଆ ମାଟିରେ ଯାତ୍ରାର ଚାହିଦା କହିଲେ ନ ସରେ। ଯାତ୍ରା ଏବଂ ଗଣନାଟ୍ୟର ଉତ୍ପତ୍ତି ବୋଲି କୁହାଯାଉଥିବା ଏହି ଓଡିଶା ମାଟିରେ ରହିଛନ୍ତି ଅନେକ କଳାକାର। ଏହି କଳାକାର ମାନଙ୍କୁ ନେଇ ଗଢି ଉଠିଛି ଅନେକ ଗଣନାଟ୍ୟ। ସେହି ଗଣନାଟ୍ୟରୁ ଉତ୍ପତ୍ତି ହୋଇଛି ଅନେକ ସୁନାମଧନ୍ୟ କଳାକାରମାନଙ୍କର। ସେହିପରି ଜଣେ ସୁନାମଧନ୍ୟ କଳାକାର ହେଉଛନ୍ତି ଶ୍ରୀଯୁକ୍ତ ଦୈତାରୀ ପଣ୍ଡା ତାଙ୍କୁ ସମସ୍ତେ ଯାତ୍ରା ଜଗତର ଟାଇଗର ଭାବରେ ଜାଣନ୍ତି।
ବାଲେଶ୍ଵର ଜିଲ୍ଲାର ସୋର ନିକଟବର୍ତ୍ତୀ ଓଊପଦାରେ ତାଙ୍କ ଘର। ତାଙ୍କର ବହୁତ ବଡ଼ ଘର ରହିଛି ଯେଉଁଠାରେ ସେ କିଛି ବ୍ୟବସାୟୀମାନଙ୍କୁ ଭଡାରେ ଦେଇଛନ୍ତି। ତାଙ୍କର ଏକ ପୁରୁଣା ବୁଲେଟ ରହିଛି ଏବଂ ସେ ନିଜ ପିଲା ବେଳ ସାଙ୍ଗମାନଙ୍କୁ ଦେଖାଅ କରିବା ଲାଗି ଏହି ବୁଲେଟକୁ ନେଇ ଯାଇଥାନ୍ତି। ସେ ଏକ ଭଦ୍ର, ସ୍ନେହୀ ,ଉଦାର, ସ୍ୱାଭିମାନୀ ଲୋକ।
ଯାତ୍ରା ଜଗତ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ନିଜର ପ୍ରତ୍ୟେକଟି ମୂଲ୍ୟବାନ ମୁହୂର୍ତ୍ତ ସେ ଏହି ଯାତ୍ରା ଏବଂ ଗଣନାଟ୍ୟ ପାଇଁ ସମର୍ପିତ କରି ଦେଇଛନ୍ତି। ତାଙ୍କ ଅଭିନୀତ ଅନେକ ନାଟକ ଯାତ୍ରା ଜଗତରେ ଚହଳ ସୃଷ୍ଟି କରିଛି। ଓଡ଼ିଶାରେ ଯେତେ ନାଟକ ପରିବେଷଣ ପାର୍ଟି ରହିଛି ସମସ୍ତଙ୍କ ମଧ୍ୟରେ କୋଣାର୍କ ଗଣନାଟ୍ୟର ଚାହିଦା ବେଶ ଅଧିକ।
କାରଣ ସେଥିରେ ଅଛନ୍ତି ଓଡ଼ିଆ ଯାତ୍ରା ଜଗତର ଟାଇଗର ଶ୍ରୀଯୁକ୍ତ ଦୈତାରୀ ପଣ୍ଡା। ତାଙ୍କ ହିଟ ହୋଇଥିବା ଯାତ୍ରା ଗୁଡିକ ହେଉଛି “ମୁକ ବଧିର” , “ଦୈତାରୀ ପଣ୍ଡା ବାହା ହେଉଛି” , “ଦୁଃଖ ଦେଇଗଲା ଦରଦୀ ବନ୍ଧୁ” , “କଇଁଚି କାକୁଡି ନଳିତା ପିତା” ଆଖି “ଅବୁଝାକୁ ଲୁହ ଅବୁଝା” ଇତ୍ୟାଦି ଅନେକ। ତାଙ୍କର ବିବାହକୁ ୪୫ ବର୍ଷ ହୋଇ ଗଲାଣି।
ଦୈତାରୀ ପଣ୍ଡା ନିଜକୁ ମିଶାଇ ସାତ ଭାଇ ଏବଂ ଗୋଟିଏ ଭଉଣୀ। ସେ ତାଙ୍କ ପରିବାରର ବଡ଼ ଭାଇ। ନିଜର ପରିବାର ସଦସ୍ୟଙ୍କ ପ୍ରତି ସେ ବହୁତ ସ୍ନେହି ଓ ଉଦାର ମଣିଷ । ତାଙ୍କୁ ୧୬ ବର୍ଷ ହୋଇଥିବା ସମୟରେ ବାଲ୍ୟ ବିବାହ ହୋଇଥିଲା ଏବଂ ସେତେବେଳେ ତାଙ୍କ ପତ୍ନୀଙ୍କୁ ହୋଇଥିଲା ମାତ୍ର ୧୧ ବର୍ଷ। ତାଙ୍କ ପତ୍ନୀ ହେଉଛନ୍ତି ଛଅ ଭଉଣୀ ଏବଂ ଗୋଟିଏ ଭାଇ।
ତାଙ୍କ ଦ୍ଵିତୀୟ ଭାଇ ଦିନବନ୍ଧୁ ପଣ୍ଡା ଯିଏ ତାଙ୍କ ଶଶୁର ଘରେ ରୁହନ୍ତି। ତାଙ୍କର ସମସ୍ତ ଅଭୁଲା ସ୍ମୃତି କୋଣାର୍କ ଗଣନାଟ୍ୟ ସହିତ ଜଡିତ ରହିଛି। ଅନେକ ଯାତ୍ରା ଅନୁଷ୍ଠାନରେ ସେ ବହୁତ ଆୱାର୍ଡ ପାଇଛନ୍ତି। ତାଙ୍କ ରିଏଲ ଜୀବନରେ ସେ ନିଜ ବନ୍ଧୁମାନଙ୍କ ଅଧିକ ଗୁରୁତ୍ଵ ଦିଅନ୍ତି। ସେ ଜଣେ ଶାନ୍ତ ସ୍ୱଭାବର ସହୃଦୟ ମଣିଷ ଏବଂ ମେଳାପୀ ଅଟନ୍ତି।