ଅଭିନେତ୍ରୀ ନୁହେଁ ତ ଡାହା ଚୋରଣୀ,ଠକ 420 ଅଟନ୍ତି ଏହି ବଡ ନାମିଦାମୀ ହିରୋଇନ,ଏହି ପରି ଚୋରି କରିବା ବେଳେ ଧାରା ପଡିଲେ ଆଉ ତାପରେ…ଦେଖନ୍ତୁ Video

Spread the love

ଅଭିନେତ୍ରୀ ନୁହେଁ ତା ଡାହା ଚୋରଣି ବଡ଼ ନାମ କିନ୍ତୁ କାମ ଖତରନାକ।ଚୋରି କରୁଥିଲେ ଧରା ପଡିଗଲେ।ଆଉ ଏବେ ଜେଲ ହାଜତରେ।ବଦନାମ ହେଲେ ଚୁଲ ବୁଲି ଅଭିନେତ୍ରୀ।ବଡ଼ ନାମ କିନ୍ତୁ କାମ ପୁରା ଦୋ ନମ୍ବରି।ନିଶା ଅଭିନୟ କିନ୍ତୁ ପେଶା ଚୋରି କରିବା। ଟିଭିରେ ଦେବୀ ଭୂମିକାରେ ଅଭିନୟ କରନ୍ତି କିନ୍ତୁ ରିଅଲ ଲାଇଫରେ ଚୋରି କରି ଅଏସ କରନ୍ତି।ଦିନ ଦୁଇପହରରେ ଆଖିରେ ଆଙ୍ଗୁଠି ପୁରେଇ ଲୁଟନ୍ତି।

ଅଭିନବ ଉପାୟରେ କଳା କନା ବୁଲାଇ ଦିଅନ୍ତି ଏହି ଅଭିନେତ୍ରୀ ୪୨୦।ଏ ହେଉଛନ୍ତି ଜଣା ଶୁଣା ବେଙ୍ଗଲି ଅଭିନେତ୍ରୀ ରୂପା ଦତ୍ତା।ଅଭିନୟ ପାଇଁ ତ ଚର୍ଚ୍ଚାରେ କିନ୍ତୁ ଏବେ ଫସିଛନ୍ତି ଆଇନ ଜାଲରେ। କଲିକତାର ବୁକ ଫେୟାରରେ ଚୋରି କରିବା ବେଳେ ଧରା ପଡିଛନ୍ତି ରୂପା ଦତ୍ତା।ପ୍ରଥମେ ମାନି ନଥିଲେ କିନ୍ତୁ ପରେ ଲୁଟେରା କମ ଅଭିନେତ୍ରୀଙ୍କୁ ଧରିଥିଲା ପୋଲିସ।

ଅନେକ ବେଙ୍ଗଲି ଟିଭି ଶୋରେ ଅଭିନୟ କରିଛନ୍ତି ସେ।କିନ୍ତୁ ଏବେ ଚୋରି କରି ନାମ ପକାଇଛନ୍ତି।ଚୋରି କରି ପାଖରେ ଥିବା ଡଷ୍ଟବିନରେ ପକାଇଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ନଜରରେ ପଡ଼ିଥିଲା।ପରେ ପୋଲିସ ପର୍ସ ଜବତ କରିବା ସହ ଅଭିନେତ୍ରୀଙ୍କୁ ପଚରା ଉଚରା କରିଥିଲା।କିନ୍ତୁ ମାନି ନଥିଲେ ଲୁଟେରା ଅଭିନେତ୍ରୀ।ତାଙ୍କ ପର୍ଶ ଯାଞ୍ଚ ବେଳେ ବାହାରିଥିଲା

ଏକାଧିକ ମନି ପର୍ଷ।ଆଉ ବାହାରିଥିଲା ୭୫ ହଜାର ଟଙ୍କା ଓ କିଛି ଗୁରୁତ୍ତ୍ୱପୂର୍ଣ କାଗଜ ପତ୍ର।ଫିଲ୍ମ ଷ୍ଟାଇଲରେ ଚୋରି କରୁଥିଲେ।ଭାବିଥିଲେ ରିଲ ଭଳି ରିଅଲରେ ଚକମା ଦେଇ ଦେବେ।କିନ୍ତୁ ଗଡ଼ିଗଲେ ଚୁଲ ବୁଲି ଲୁଟେରା।ତେବେ ଆଇନର ଫାନ୍ଦରେ ରୂପା ଦତ୍ତା। ଅଭିନେତ୍ରୀଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୋଲିସ।ଆଉ କିଛି ସୁନ୍ଦରୀ ତରୁଣୀ ଏ ଭଳି ଡକାୟତରେ ସାମିଲ ଥିବା ସନ୍ଦେହ ହେଉଛି। ଛାନ ବିନ ପରେ ଏକ ବଡ଼ ରାକେଟର ହେବ ପର୍ଦାଫାସ।

Leave a Reply

Your email address will not be published. Required fields are marked *