ଦୀର୍ଘ ୩୦ ବର୍ଷ ପରେ ପ୍ରଭୁ ଶନିଦେବଙ୍କ କୁମ୍ଭ ରାଶିକୁ ଗୋଚର,Sani ଏହି ଲୋକ ମାନକ ଜୀବନରେ ଭରିଦେବେ ଏବେ ଖୁସି ର ଭଣ୍ଡାର…

Spread the love

ବନ୍ଧୁଗଣ ଏହି ବର୍ଷ କର୍ମ ଫଳ ଦେବତା ପ୍ରଭୁ ଶନିଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।୨୯ ଏପ୍ରିଲ ୨୦୨୨କୁ ପ୍ରଭୁ ଶନିଦେବ ନିଜ ରାଶି ତଥା କୁମ୍ଭ ରାଶିକୁ ଗୋଚର କରିବେ।ଜ୍ୟୋତିଷ ଗଣନା ଅନୁସାରେ ପ୍ରଭୁ ଶନିଦେବ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇଥାନ୍ତି।ଦୀର୍ଘ ୩୦ ବର୍ଷ ପରେ ପ୍ରଭୁ ଶନିଦେବ ପୁନଃ କୁମ୍ଭ ରାଶିକୁ ଗୋଚର କରିବେ। ତଥା ଶନିଦେବଙ୍କର ଗୋଚର ସମସ୍ତ ଦ୍ଵାଦଶ ରାଶିକୁ ପ୍ରଭାବିତ କରିବ।ଏବଂ ଏହି ଗୋଚର କାରଣରୁ ଧନୁ ରାଶିର ବ୍ୟକ୍ତି ମାନଙ୍କୁ ପ୍ରଭୁ ଶନିଦେବଙ୍କ ଦଶାରୁ ମୁକ୍ତି ମିଳିବ।

ସେଥିପାଇଁ ମୀନ ରାଶିର ବ୍ୟକ୍ତି ମାନଙ୍କୁ ବହୁତ ସବଧାନ ରହିବାକୁ ପଡିବ।ମକର ରାଶିର ବ୍ୟକ୍ତିମାନଙ୍କୁ ପ୍ରଭୁ ଶନିଦେବଙ୍କ ମହାଦଶାର ଅନ୍ତିମ ଚରଣ ପ୍ରାରମ୍ଭ ହେବ ଏବଂ କୁମ୍ଭ ରାଶିରେ ଶନି ମହାଦଶାର ଦ୍ଵିତୀୟ ଚରଣ ପ୍ରାରମ୍ଭ ହେବ।ସେଥିପାଇଁ ବିଶେଷ ସାବଧାନ ରୁହନ୍ତୁ ଏବଂ ପ୍ରଭୁ ଶନିଦେବଙ୍କୁ ପ୍ରସନ୍ନ କରିବାର କିଛି ଉପାୟ କରନ୍ତୁ।ଏବେ ଆସନ୍ତୁ ଜାଣିବା ପ୍ରଭୁ ଶନିଦେବଙ୍କର ରାଶି ପରିବର୍ତ୍ତନର ୫ ଗୋଟି ଭାଗ୍ୟଶାଳୀ ରାଶି ବିଷୟରେ।

୧)ମେଷ ରାଶି:-ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରଭୁ ଶନିଦେବ ଲାଭ ଭାବ ତଥା ଏକାଦଶ ଭାଗକୁ ଗୋଚର କରିବେ,ଯାହା ଫଳରେ ଆପଣଙ୍କ ଲାଭର ସ୍ଥିତି ମଜବୁତ ହେବାକୁ ଲାଗିବ।ନୂଆ ନୂଆ ସାଧନ ରୁ ଆୟ ବୃଦ୍ଧି ପାଇବ ଏବଂ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ ଏବଂ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଜଡିତ ବ୍ୟକ୍ତି ମାନଙ୍କ ପାଇଁ ପ୍ରଭୁ ଶନିଦେବ ଲାଭ ପ୍ରଦାନ କରିବେ।ତଥା ନୂଆ ବ୍ୟବସାୟ ର ପ୍ରୟାସ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି।ଏବଂ କାର୍ଯ୍ୟସ୍ଥଳୀରେ ସହଯୋଗୀ ଙ୍କର ସହଯୋଗ ପ୍ରାପ୍ତ ହେବ।

୨)ବୃଷ ରାଶି:-ଶନି ଦେବ ଆପଣଙ୍କ ରାଶିରୁ ଦଶମ ଭାଗ ରେ ଗୋଚର କରିବେ।ଏବଂ କୁଣ୍ଡଳିୟ ଦଶମ ଭାଗ କର୍ମ ,କ୍ୟାରିଅର ଏବଂ ଚାକିରୀ ସମ୍ଵଧିୟ ହୋଇଥାଏ।ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଚାକିରୀ ପ୍ରାପ୍ତ ହେବ। ଏହା ସହ ଧନ ଲାଭ ର ମଧ୍ୟ ପ୍ରବଳ ସମ୍ଭାବନା ରହିଛି।ଏହା ସହ ସୁଖ ବୈଭବ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ।ବିଦେଶରେ ଚାକିରୀ ପ୍ରାପ୍ତ ହେବାର ଯୋଗ ରହିଛି।ବୃଷ ରାଶି ର ବ୍ୟକ୍ତି ଙ୍କ ଉପରେ ଶୁକ୍ର ଗ୍ରହ ର ପ୍ରଭାବ ଅଧିକ ରହିଥାଏ। ପ୍ରଭୁ ଶନିଦେବ ଙ୍କର ଗୋଚର ବୃଷ ରାଶି ଙ୍କର ବ୍ୟକ୍ତି ମାନଙ୍କୁ ଶୁଭ ପ୍ରଦାନ କରିବ।

୩)ତୁଳା ରାଶି:-ପ୍ରଭୁ ଶନିଦେବଙ୍କର ଚଳନ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସଂକେତ ଦେଉଛି।ଏବଂ ପ୍ରଭୁ ଶନିଦେବଙ୍କ କୃପାରୁ ଆପଣଙ୍କୁ ଧନ ଅର୍ଜନ କରିବାର ନୂଆ ନୂଆ ଅବସର ପ୍ରାପ୍ତ ହେବ।ପୂର୍ବରୁ ଦେଖା ଯାଉଥିବା ସମସ୍ୟାରୁ ମୁକ୍ତି ମିଳିବ।ଏବଂ ପ୍ରଭୁ ଶନିଦେବଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ଆହୁରି ମଜବୁତ ହେବାକୁ ଲାଗିବ।

୪)ଧନୁ ରାଶି:-ପ୍ରଭୁ ଶନିଦେବଙ୍କର କୁମ୍ଭ ରାଶିରେ ଗୋଚର କାରଣରୁ ଧନୁ ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ ବିଶେଷ ଉର୍ନତି ହେବା ସହିତ ଚାକିରୀ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ।ପ୍ରଭୁ ଶନିଦେବଙ୍କର ଆଶୀର୍ବାଦରୁ ଧନ ସମ୍ପତିରେ ମଧ୍ୟ ବୃଦ୍ଧି ଘଟିବ।

୫)ମକର ରାଶି:-ପ୍ରଭୁ ଶନିଦେବଙ୍କର ରାଶି ପରିବର୍ତ୍ତନ ମକର ରାଶିରୁ କୁମ୍ଭ ରାଶିକୁ ହେବ।ତଥା ଆପଣଙ୍କ ରାଶିରୁ ଦ୍ଵିତୀୟ ଭାଗକୁ ପ୍ରଭୁ ଶନିଦେବ ଗୋଚର କରିବେ ଏବଂ ସମସ୍ତ ପ୍ରକାର ସମସ୍ୟାର ଅନ୍ତ ଘଟିବ।ଚାକିରୀ କରିଥିବା ଲୋକଙ୍କ ପାଇଁ ପ୍ରଭୁ ଶନିଦେବଙ୍କର ଗୋଚର ଅତ୍ୟନ୍ତ ସକରାତ୍ମକ ଭାବ ପ୍ରଦାନ କରିବ।ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ।ମକର ରାଶି ପ୍ରଭୁ ଶନିଦେବଙ୍କର ନିଜ ରାଶି ସେଥିପାଇଁ ପ୍ରଭୁ ଶନିଦେବ ଙ୍କର ଗୋଚର ଏହି ରାଶି ପାଇଁ ଶୁଭ ରହିବ।

Leave a Reply

Your email address will not be published. Required fields are marked *