ଟାଟା Birla କି ଅମ୍ବାନୀ ନୁହେଁ ଇଏ ଦୁନିଆର ସବୁଠୁ ଧନୀ,ସମ୍ପତି ଏତେ ଯେ ଜାଣିବା ପରେ ଆପଣଙ୍କ ପାଦତଳୁ ମାଟି ଖସିଯିବ,ଗଣିବା ପାଇଁ ହଜାର ବର୍ଷ ଲାଗିବ…

Spread the love

ଏହି ବ୍ୟକ୍ତି ଜଣଙ୍କ ଦୁନିଆର ସବୁଠାରୁ ଧନୀ। ଟାଟା ବିର୍ଲା କି ଅମ୍ବାନୀ ନୁହେଁ ସେ ଜଣେ ରାଜା। ଭାରତର ସବୁଠାରୁ ଧନୀ କିଏ ଏ କଥା ପଚରା ଗଲେ ସମସ୍ତଙ୍କ ମୁଁହରେ ଆସେ କିଛି ଶିଳ୍ପପତିଙ୍କ ନାମ ଟାଟା ବିର୍ଲା ଓ ଅମ୍ବାନୀ।ସେମାନଙ୍କ ବିଷୟରେ ପ୍ରାୟ ସମସ୍ତେ ଅଳ୍ପ ବହୁତ ଜାଣିଥିବେ।କିନ୍ତୁ ଏ କଥା କେହି ଜାଣି ନଥିବେ।ଦେଶର ସବୁଠାରୁ ଅଧିକ ଧନୀ ଥିଲେ ଦେଶର ପୂର୍ବ ରାଜା ମାନେ।ରାଜା ମାନଙ୍କ ଶାସନରୁ ସ୍ଵାଧୀନତା ହେବା ପର୍ଯ୍ୟନ୍ତ ଥିଲା ଏମାନଙ୍କ ଶାସନ।

ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।ତେବେ ଏହି ରାଜା ମାନଙ୍କ ମଧ୍ୟରୁ କେଉଁ ରାଜା ଅଧିକ ଧନୀ ଥିଲେ।ଏମିତି ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ।ଉତ୍ତର ହେଉଛି ମିର ଓସମାନ ଅଲି ଖାନ।ସେ ୧୯୧୧ରୁ ୧୯୪୮ ପର୍ଯ୍ୟନ୍ତ ହାଇଦ୍ରାବାଦରେ ୩୭ ବର୍ଷ ଶାସନ କରିଥିଲେ।କିନ୍ତୁ ସେ କେତେ ଧନୀ ଥିଲେ।

ତାଙ୍କ ସମ୍ପତିର ମୂଲ୍ୟ ଏବେ କେତେ ହେବ।ଆଜି ଆମେ ତାଙ୍କ ବିଷୟରେ ଜାଣିବା।ସେ ହେଲେ ଓସମାନ ନିର ଅଲି ଖାନ।୧୯୪୭ ଦେଶ ସ୍ବାଧୀନ ହେବା ପର୍ଯ୍ୟନ୍ତ ସେ ଥିଲେ ହାଇଦ୍ରାବାଦର ଶେଷ ନିଜାମ। ନିର ଅସମାନ ଅଲି ଖାନ ବହୁତ ଧନୀ ଥିଲେ।ଯାହା ଆପଣଙ୍କ କଳ୍ପନା ବାହାରେ।୧୯୧୧ ମସିହାରେ ସେ ହାଇଦ୍ରାବାଦର ନିଜାମ ଭାବେ ତାଙ୍କ ବାପାଙ୍କ ଉତ୍ତରାଧିକାରୀ ହୋଇଥିଲେ।

ତାର ୪ ଦଶନ୍ଧି ଯାଏ ସେ ଚଳାଇଥିଲେ ରାଜ।ଗତ ବର୍ଷ ଆକଳନ ବେଳେ ତାଙ୍କ ସମ୍ପତି ତାଲିକା ବିଷୟରେ ଜଣା ପଡ଼ିଛି। ମୁଦ୍ରସ୍ପିତି ପରେ ତାଙ୍କ ସମ୍ପତିର ମୂଲ୍ୟ ୧୭.୪୭ ଲକ୍ଷ କୋଟି ତଥା ୨୩୦ ବିଲିୟନ ଡଲାର।ଯାହା ସବୁଠାରୁ ବିଶ୍ଵର ଧନୀ ବ୍ୟକ୍ତି ଟେସଲା ଓ ସ୍ପେସଏକସର ଏଲାନ ମସ୍କଙ୍କ ସମ୍ପତିର ନିକଟତର।

ତାଙ୍କର ନୋଟ ମୂଲ୍ୟ ୨୫୦ ବିଲିଅନ ଡଲାର।କୁହାଯାଏ କି ନିଜାମ ପେପର ୱେଟ ବଦଳରେ ହୀରା ବ୍ଯବହାର କରୁଥିଲେ। ହାଇଦ୍ରାବାଦ ଷ୍ଟେଟ ବ୍ୟାଙ୍କ ନାମରେ ତାଙ୍କର ନିଜର ଏକ ବ୍ୟାଙ୍କ ଥିଲା।ଯାହା ସେ ୧୯୪୧ ମସିହାରେ ପ୍ରତିଷ୍ଠା କରିଥିଲେ। ନିଜାମ ବହୁତ ଦାମୀ ଉପହାର ଦେବା ନେଇ ପ୍ରସିଦ୍ଧ ଥିଲେ।

ବ୍ରିଟିଶ ରାଜକୁମାରୀ ଏଲିଯାବେଥଙ୍କ ବିବାହରେ ସେ ହୀରା ଉପହାର ଦେଇଥିବା କୁହାଯାଏ।ସେ ମଧ୍ୟ ତାଙ୍କ ରାଜ୍ୟରେ ବହୁତ ଉନ୍ନତି ମୂଳକ ପଦକ୍ଷେପ ନେଇଥିଲେ। ବିଦ୍ୟୁତ, ରେଳପଥ,ସଡ଼କ ଓ ବାୟୁପଥର କରିଥିଲେ ସୁବିଧା।ସେ ଶିକ୍ଷକଙ୍କୁ ବହୁତ ଗୁରୁତ୍ଵ ଦେଉଥିଲେ। ଶିକ୍ଷାର ଉନ୍ନତି ପାଇଁ ସେ ଅନେକ ଦାନ ମଧ୍ୟ କରୁଥିଲେ।ଅନେକ ବଡ଼ ବଡ ଶିକ୍ଷାନୁଷ୍ଠାନକୁ ସେ ଅନେକ ସାହାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *