ବନ୍ଧୁଗଣ ଯଦି ଆପଣ ଗ୍ୟାସ ପେଟଫୁଲା ଏସିଡିଟ ଭଳି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ଖାଦ୍ୟ ଖାଇବାପରେ ଯଦି ଆପଣଙ୍କୁ ଖଟା ହାକୁଟି ଆସୁଅଛି ଛାତିରେ ଜ୍ଵଳନ ହେଉଅଛି ତେବେ ଏହି ରେମେଡିକୁ ପରୀକ୍ଷା କରିଦେଖନ୍ତୁ। ଆପଣଙ୍କୁ ୨ ଟି ଘରୋଇ ଉପଚାର ଯାହା ଆପଣଙ୍କ ସମସ୍ୟାକୁ ଦୂର କରିଦେବ।ତେବେ ଉପଚାର ତଳେ ଅଛି ଜାଣନ୍ତୁ ହେଲେ ଡାକ୍ତରଙ୍କ ପରାମର୍ଶ ଆଗ କରନ୍ତୁ ଓ ତାଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ରହିବ।
ପ୍ରଥମ ଉପଚାର ପାଇଁ ଆପଣଙ୍କୁ ଦରକାର ଜାଇଫଳ।ଏହା ଆୟୁର୍ବେଦ ରେ ଏକ ଚମତ୍କାର ଫଳ ଅଟେ।ଥଣ୍ଡା କାଶ ଭଳି ସମସ୍ୟା ହେଉ କିମ୍ବା ଯଦି ଆପଣଙ୍କ ପେଟରେ ଗ୍ୟାସ ବନୁଛି ତାହାକୁ ଏହା ମୂଳରୁ ଶେଷ କରିଦିଏ।ଏହା ଆମ ଶରୀର ପାଇଁ ଗରମ ହେଇଥାଏ।ଏହାକୁ ଆପଣ ଗ୍ରୀଷ୍ମ ଦିନରେ ମଧ୍ୟ ବ୍ୟବହାର କରିପାରିବେ।
ପ୍ରଥମେ ଆପଣଙ୍କୁ ଜାଇଫଳ ଗୁଣ୍ଡର ଆବଶ୍ୟକତା ପଡ଼ିବ।ଏହାକୁ ୨ ରୁ ୩ ଚିମୁଟା ନେଇ ଏଥିରେ ଫାଳେ ଲେମ୍ବୁରସ ମିଶାଇ ଦିଅନ୍ତୁ।ଅଧିକ ମାତ୍ରାରେ ଜାଇଫଳ ନିଅନ୍ତୁ ନାଇ କାରଣ ଏହାର ସେବନ ପରେ ଆପଣଙ୍କୁ ନିଦ ଆସିପାରେ।ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ ଏବଂ ପରେ ଗୋଟେ ଗ୍ଲାସ ଉଷୁମ ପାଣି ପିଆନ୍ତୁ।
ଏହା ଆପଣଙ୍କ ପେଟ ପାଇଁ ବହୁତ ଲାଭଦାୟକ ଅଟେ। ସକାଳୁ ଆପଣଙ୍କ ପେଟ ସଫା ରହିବ ଏବଂ ଗ୍ୟାସ ,ଏସିଡିଟ ଭଳି ସମସ୍ୟା ସଂପୂର୍ଣ୍ଣ ଭାବେ ଦୂର ହେଇଯିବ।୨ୟ ଉପଚାର ପାଇଁ ଆପଣଙ୍କୁ ଗୋଟା ଧନିଆ ଦରକାର।ଆପଣ ପ୍ରଥମେ ଏକ ପାତ୍ରରେ ୨ ଗ୍ଲାସ ପାଣି ନିଅନ୍ତୁ।ପାଣିକୁ ଗରମ ହେବାକୁ ଦିଅନ୍ତୁ।
ଏହା ଗରମ ହୋଇସାରିବା ପରେ ଏଥିରେ ୨ ଚାମଚ ଧନିଆ ପକାନ୍ତୁ।ଏହାକୁ ଆପଣ ଗ୍ୟାସରେ ବସେଇ ୫ ମିନିଟ ଯାଏଁ ଫୁଟାନ୍ତୁ।ଯେବେ ଆପଣଙ୍କୁ ଲାଗିବା ପାଣିର ରଙ୍ଗ ବଦଳୁଛି ତାପରେ ଗ୍ୟାସ ବନ୍ଦ କରନ୍ତୁ। ଯେବେ ଏହା ସଂପୂର୍ଣ୍ଣ ଥଣ୍ଡା ହେଇଯିବ ଏହାକୁ ଛାଣି ଦିଅନ୍ତୁ।ଏହି ପାଣିର ସେବନ ଆପଣଙ୍କୁ ଦିନସାରା କରିବାକୁ ହେବ।ଅଳ୍ପ ଅଳ୍ପ କରି ଦିନକୁ ୩ ଥର ଏହାକୁ ସେବନ କରନ୍ତୁ।ଏହା ଆପଣଙ୍କ ପେଟକୁ ପୁରା ଥଣ୍ଡା ରଖିବ।ତେବେ ଏହା କରିବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।ତାଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ।