କାଲିଠାରୁ ପୁଣି ପ୍ରବଳ ବର୍ଷା ପିଟିବ ହେଲେ ଏହି jagare ଅବପାତ ନେବା ବନ୍ୟାର ପରିସ୍ଥିତି,ଏହି ଜିଲ୍ଲା ପୁରା ବୁଡ଼ିଯିବ..

Spread the love

ଓଡିଶା ଏକ ଲଘୁଚାପଜନିତ ବର୍ଷା ପୁଣି ଥରେ ଆରମ୍ଭ ହୋଇ ଯାଇଛି। ଲଗାତାର ବର୍ଷା ଏବଂ ଘଡଘଡି ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜାରି ରହିଛି। କିଛି ଦିନ ତଳେ ସୃଷ୍ଟି ହୋଇଥିବା ଆଉ ଏକ ଘୁର୍ଣ୍ଣିବଳୟ ଆଉ ଏକ ଲଘୁଚାପଜନିତ ବର୍ଷା ସୃଷ୍ଟି କରିଛି।ପଶ୍ଚିମ ଓ ଦକ୍ଷିଣ ଓଡିଶା ଏବଂ ଏହା ସହିତ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ହେବାର ସମ୍ଭାବନା ରହିଛି। ସେଥିପାଇଁ ଉପକୂଳବର୍ତୀ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରାଯାଇଛି। ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରୁ ଅନବରତ ଭାବରେ ଜଳ ନିଷ୍କାସନ ହେବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ଗେଟ ଖୋଲା ଯିବାରେ ଲାଗିଛି ଗେଟ।ଅତ୍ୟଧିକ ବର୍ଷା କାରଣରୁ ଧୀରେ ଧୀରେ ହୀରାକୁଦ

ଡ୍ୟାମରେ ଜଳ ସ୍ତର ମଧ୍ୟ ବଢ଼ିବାରେ ଲାଗିଛି।ବର୍ତ୍ତମାନ ଓଡ଼ିଶାର ୧୦ ଟି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ, ୧୧ ଟି ଜିଲ୍ଲାଜୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି।ଏହି ରେଡ଼ ୱାର୍ନିଙ୍ଗ ଜିଲ୍ଲା ଗୁଡ଼ିକ ମଧ୍ୟରେ ପୁରୀ ,କଟକ ,କେନ୍ଦ୍ରାପଡା ,ଜଗତସିଂହପୁର , ଢେଙ୍କାନାଳ, ଯାଜପୁର ଏବଂ ଭଦ୍ରକ ଆଦି ଜିଲ୍ଲା ରହିଛି।

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳ ସମୟରେ ଏକ ଅଵପାତର ରୂପ ନେଇଛି। ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ନିଜ ପ୍ରକୋପ ବଢ଼ାଇଛି। ଦୀଘା ପାଖରୁ ଏହା କିଛି ଦୂରରେ ଥିଲା।ଆଜି ସନ୍ଧ୍ୟା ସମୟରେ

ଏହା ସ୍ଥଳ ଭାଗ ଛୁଇଁ ସାରିଛି।ଏହା ପରେ ଏହି ଅଵପାତ ଉତ୍ତର ଓଡିଶା ଦେଇ ଗତି କରି ଚାଲିଛି। ଏହାର ପ୍ରକୋପରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି।ଏହା ବ୍ୟତୀତ ଉତ୍ତର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଉପକୂଳକୁ ମାଛଧରାଳିମାନଙ୍କୁ ଯିବାକୁ ମନା ହୋଇଛି।

ଧୀରେ ଧୀରେ ମହାନଦୀ ଏବଂ ବୈତରଣୀ ନଦୀରେ ଜଳ ସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି।ସେଥିପାଇଁ ଓଡ଼ିଶାରେ ବନ୍ୟା ଆଶଙ୍କା ବଢି ଯାଇଛି।ଆଗୁଆ ପଦକ୍ଷେପ ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି ପଠା ଯାଇଛି। ଓଡ୍ରାଫ ଟିମ ନିଜ ସରଞ୍ଜାମ ସହିତ ପ୍ରସ୍ତୁତ ଅଛନ୍ତି। ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ସରକାର ସେଥିପାଇଁ ମଧ୍ୟ ପ୍ରସ୍ତୁତ ରହିଛନ୍ତି।

Leave a Reply

Your email address will not be published. Required fields are marked *