ପୁଣି ଓଡିଶାକୁ ଫେରିଲା ବର୍ଷା,ଏପ୍ରିଲ ୩ ତାରିଖରେ ଘଡଘଡି (Thunder) ସହ ବର୍ଷା ସମ୍ଭାବନା,ଏହି ଜାଗାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ସୂଚନା ଦେଲା ପାଣିପାଗ ବିଭାଗ…ଦେଖନ୍ତୁ Video

Spread the love

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଆଭ୍ୟନ୍ତରୀଣ ଓଡିଶାରେ କେତେକ ସ୍ଥାନରେ ୪୧ ଡିଗ୍ରୀ କିମ୍ୱା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି।ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡରେ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି।ଏହା ସହ ଓଡ଼ିଶାରେ ୭ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରେକର୍ଡ ହୋଇଛି।ପ୍ରମୁଖ ସହର ମଧ୍ୟରେ ଟିଟଲାଗଡରେ ୪୧.୫, ବଲାଙ୍ଗୀରରେ ୪୧.୪, ସୋନପୁରରେ ୪୧.୩, ବୌଦ୍ଧରେ ୪୧.୨ ଓ

ବାରିପଦାରେ ୪୧ ଡିଗ୍ରୀ,କଟକ ଓ ଭୁବନେଶ୍ୱରରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ଆଗାମୀ ୪ ଦିନ ଯାଏ ଓଡ଼ିଶାରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବ।କିନ୍ତୁ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଅନେକ ସ୍ଥାନରେ ଗୁଳୁଗୁଳି ହେବାର ସମ୍ଭାବନା ରହିଛି।୩ ଏପ୍ରିଲରେ କିଛି ଜିଲ୍ଲାରେ ଆଭ୍ୟନ୍ତରୀଣ ଉପକୂଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ୨ ଏପ୍ରିଲ ପରବର୍ତ୍ତୀ ସମୟରେ ଧୀରେ ଧୀରେ ଉତପ୍ତ ବାୟୁ ମଣ୍ଡଳରେ ଆସି କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।ଜିଲ୍ଲା ଗୁଡିକର ନାମ ହେଉଛି ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ଵର,ଭଦ୍ରକ। ତାପମାତ୍ରା ଆକଳନ ଅନୁସାରେ ଆଗାମୀ ୨ ଦିନ ଯାଏ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ହେବା ସମ୍ଭବନା ରହିଛି।

ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।ଏହି ଯେଉଁ ସମ୍ଭାବନା ରହିଛି ୩ରୁ ୪ ଦିନ ମଧ୍ୟରେ ଅଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ସ୍ଵାଭାବିକ ତାପମାତ୍ରାଠାରୁ ଅଧିକ ରହିବାର ସମ୍ଭାବନା ଅଛି।କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି।ଆଗାମୀ ୨୪ ଘଣ୍ଟା ତଥା ଆଜି ୫ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଥିବାରୁ

ମୟୂରଭଞ୍ଜ,ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣିଁ ଜାରି କରାଯାଇଛି।ସେହିପରି ଆମର ୩୧ ତାରିଖ ଓ ଏପ୍ରିଲ ୧ରେ ଆଭ୍ୟନ୍ତରୀଣ ଓଡିଶାରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଅଛି।ପାଖାପାଖି ୭ ଜିଲ୍ଲାରେ ତଥା ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର,ଅନୁଗୁଳ,କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି।ଏହି ଜିଲ୍ଲା ଗୁଡ଼ିକରେ ଦିନ ତାପମାତ୍ରା ସ୍ଵାଭାବିକ ତାପମାତ୍ରାଠାରୁ ୪.୫ ଡିଗ୍ରୀ କିମ୍ୱା ତା ଠାରୁ ଅଧିକ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *