ପରିବାରର ବୋଝ ଏମିତି ଶିକ୍ଷା ଦିଏ ନା କେଉଁ ସ୍କୁଲ ନା କେଉଁ କଲେଜ ଏମିତି ଶିକ୍ଷା ଦିଏ।କେତେ ଛୋଟ ବୟସ କିନ୍ତୁ ବୁଦ୍ଧି ବହୁତ ତେଜ।ଘରେ ମା ଓ କୁନି ଭଉଣୀଟିଏ।ତାଙ୍କ ପେଟ ପୋଷିବା ପାଇଁ କାନ୍ଧରେ ବୋଝାଇଛି ବୋଝ।କିଛି କୌଶଳ ଶିଖିଛି ଆଉ ସେହି କୌଶଳ ନେଇ ଯାହା କରୁଛି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଆଉ ସେଥିରେ ତାଙ୍କ ପରିବାର ଚାଲୁଛି।
ପିଲାଟି କାନ୍ଧରେ ଗୋଟିଏ ବ୍ୟାଗ ଓ ଦୁଇଟି କାଠରେ ନିର୍ମିତ ଏକ ପ୍ରକାରର ଷ୍ଟାଣ୍ଡ ଧରିଛି।ଚାଲି ଆସୁଛି ନଦୀ କୂଳକୁ ଓ ତାକୁ ପୋତି ଦେଉଛି।ସେତେବେଳେ ଆମକୁ ଲାଗୁଛି କି ପିଲାଟି ସତରେ କଣ କରିବାକୁ ଯାଉଛି।କିଛି ଜଣା ପଡ଼େ ନାହିଁ।ଏହା ପରେ ତାକୁ ମାଟିରେ ପୋତି ପକାଏ ଓ ପରେ ତାକୁ ହାତୁଡିରେ ମଜଭୁତ ସହିତ ମାଟିରେ ପୋତି ପକାଏ।
ସେଥିରେ ଲଗାଇ ଦିଏ ଗୋଟିଏ ଅରଟ ଓ ସୂତା।ଗୋଟିଏ ଗୋଟିଏ ଷ୍ଟେପ ଅତି ଯତ୍ନର ସହ ସେ କରି ଚାଲେ। ତା ପରେ ହାତରେ ଅଟା ଦଳେ ଓ ସେଥିରେ କିଛି ମିଶାଇ ତାକୁ ଗୋଲାକାର କରି ସୂତାରେ ଲଗାଇ ଦିଏ।ଆଉ ପିଲାଟି ଅପେକ୍ଷା କରି ବସି ରୁହେ ସେହି ଅରଟ ପାଖରେ।ଅପେକ୍ଷା କରେ କେତେବେଳେ ସୂତାଟି ଟାଣି ହେବ।
ଯେତେବେଳେ ଟାଣି ହୁଏ ସେ ସାଙ୍ଗେ ସାଙ୍ଗେ ତାକୁ ବୁଲିବାକୁ ଲାଗେ। ସୂତାଟିକୁ ପାଖକୁ ପାଖକୁ ଟାନେ।ଏଥିରେ ଦୁଇଟି ମାଛ ଫସିଛନ୍ତି। ପିଲାଟି ଯେଉଁ ଉଦ୍ଦେଶ୍ୟରେ ସବୁ କରୁଥିଲା ତାହା ସଫଳ ହୋଇଛି।ସେଥିରେ ଦୁଇଟି ମାଛ ଫସିଛନ୍ତି।ନିଜ ପରିବାର ପାଇଁ ଥିବା କର୍ତ୍ତବ୍ୟକୁ ପିଲାଟି ବହୁତ ଭଲ ଭାବେ ମିଶିଛି।
ଏହି କୁନି ବୟସରୁ ଏତେ ଯତ୍ନବାନ ହେବା ତାର ପରିବାର ପାଇଁ ଥିବା କର୍ତ୍ତବ୍ୟକୁ ବୁଝାଉଛି।ହେଲେ ଆଶ୍ଚର୍ଯ୍ୟ ଲାଗୁଛି।ଏହି ବୟସରେ ଏତେ ଧର୍ୟକୁ ଦେଖିଲେ ଆମକୁ ବି ବିଶ୍ୱାସ ହୁଏ ନାହିଁ। ଘରର ଆର୍ଥିକ ଅବସ୍ଥା ପାଇଁ ପିଲାଟି ସ୍କୁଲ ଯାଇ ପାରିଲା ନାହିଁ।କିନ୍ତୁ ନିଜ ପରିବାର ପ୍ରତି ଥିବା ନିଜ କର୍ତ୍ତବ୍ୟ ସେ ଭୁଲି ନାହିଁ।ସେ ପ୍ରତେକ ଦିନ ଏହି ଭଳି ମାଛ ଧରେ ଓ ତାକୁ ବିକ୍ରି କରି ନିଜ ପରିବାରର ପେଟ ପୋଷଥାନ୍ତି।