ସରକାର ପୁଣି କରିଲେ ବଡ଼ ଘୋଷଣା,ସ୍ୱୟଂ ସହାୟକ Group ରେ ନାମ ଥିଲେ ଘୋଷଣା କଲେ ଏଭଳି ପାଇ ପାରିବେ ୫୦୦୦ ଟଙ୍କା ର ଲାଭ…ଦେଖନ୍ତୁ Video

Spread the love

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଡ଼ ଘୋଷଣା।ପୁଣି ଏହି ମାନଙ୍କ ପାଇଁ ଘୋଷଣା କଲେ ୫୦୦୦ ଟଙ୍କା।ଆଉ ଥରେ ଏକ ବଡ଼ ଘୋଷଣା।ରାଜ୍ୟର ଲୋକଙ୍କ ଅଭାବକୁ ଆଖି ଆଗରେ ରଖି ଏକ ନୂଆ ଯୋଜନା ସାମ୍ନାକୁ ଆଣିଛନ୍ତି।କୃଷକ ମାନଙ୍କ ପାଇଁ କାଳିଆ ଯୋଜନା ହେଉ କି ଅନ୍ୟ ଗରିବ ମାନଙ୍କ ପାଇଁ ଅନ୍ୟ କୌଣସି ଯୋଜନା ହେଉ ଆମ ରାଜ୍ୟ ସରକାର ସବୁବେଳେ ତତ୍ପର ହୋଇଥାନ୍ତି।ସେହି ପରି ପଞ୍ଚାୟତି ରାଜ ଯୋଜନାରେ

୮୫ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି।ମିଶନ ଶକ୍ତି ଆନ୍ଦୋଳନର ଗୁରୁତ୍ୱ ତଥା ଗୋଷ୍ଠୀ ସହାୟକ କର୍ମୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମାଆ ମାନଙ୍କ ଜୀବନରେ ଅନେକ ସୁବିଧା ଆଣି ଦେଇଛି।

ସେମାନେ ସେମାନଙ୍କ ଗୋଡ଼ରେ ଛିଡ଼ା ହେବା ପାଇଁ ଏକ ବଡ଼ ଧରଣର ଯୋଜନା ଆଣିଛି। ଚଳିତ ରେକର୍ଡ ଅନୁସାରେ ମିଶନ ଶକ୍ତି ମାଆ ମାନଙ୍କୁ ୬ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଛି।ମିଶନ ଶକ୍ତିକୁ ଅଧିକ ପରିଚାଳିତ ତଥା ଅଧିକ ସୁବିଧା ଯୋଗାଇ ଦେବା ସହିତ ମିଶନ ଶକ୍ତି ନାମରେ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିଛନ୍ତି।

ମହସଂଗମରେ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ବିଭିନ୍ନ ନିଷ୍ପତି ଗ୍ରହଣ ପ୍ରକ୍ରିୟା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଜୀବିକା ବିକାଶ ତଥା ସେମାନଙ୍କ ଦକ୍ଷତା ବିକାଶ ଦିଗରେ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରି ଆସୁଛି।ଯାହା ଏକ ମୁଖ୍ୟ ଭୂମିକା ଅଟେ।ଗୋଷ୍ଠୀ ସହାୟକର ସମସ୍ତ କର୍ମଚାରୀ ମାନଙ୍କୁ ବାର୍ଷିକ

ପୋଷାକ ଭତା ଭାବରେ ୧୦୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା ହୋଇଛି।ସେହିପରି ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ।ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ ପ୍ରାର୍ଥୀ ମାନଙ୍କୁ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଆସିଛି।ଏହା ସହ ସେମାନଙ୍କୁ ମାସିକ ୩୦୦୦ ଟଙ୍କା ପାରିଶ୍ରମିକ ବାବଦରେ ପ୍ରଦାନ କରାଯିବ।

ଠିକ ସେହିପରି ଟେଲିଫୋନ ଭତ୍ତା ବାବଦରେ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ।ଏହା ବୃଦ୍ଧି ହୋଇ ୨୫୦ ଟଙ୍କାରେ ପହଞ୍ଚିବ ବୋଲି ଜଣା ପଡିଛି।ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *