ଡାକ୍ତର ସମୀର ସ୍ୱାଇଁ କହିଲେ କି, ପ୍ରଥମେ ଏହାର କାରଣ ଜାଣିବା ଆମକୁ ନିହାତି ଦରକାର।ଏମିତି ଅସୁବିଧା କେଉଁ କାରଣରୁ ହେଇଚି ସେମାନେ ବାହା ହୋଇଛନ୍ତି ନା ନାହିଁ?ବାହାଘର କେତେ ବର୍ଷ ହୋଇଛି ଏବଂ ବାହାଘର ପରେ ଏହି ସବୁ ଅସୁବିଧା ହୋଇଛି ନା ନାହିଁ? ଏହି ସବୁ ପରେ ଆମେ ଏହାକୁ ପ୍ରାୟତଃ ଜାଣିବା।
ପ୍ରଥମତଃ ଯଦି କୌଣସି କମ ବୟସ ର ପିଲା ଙ୍କ ପାଖରେ ମାନେ ଯେମିତି କି ଯିଏ କି ପାଖା ପାଖି ୨୫-୩୦ ବର୍ଷ ଭିତରେ ଏହି କାରଣ ବାହାରୁଚି ତେବେ ମୂଖ୍ୟତଃ ସେମାନଙ୍କର ଯଦି ଗୋଟିଏ ଭଲ ପରିବେଶ ନ ରହିବ ତେବେ ସେମାନଙ୍କର ମିଳନ ର ସମ୍ଭାବନା କମ ରହିବ।ଯେମିତି କି ଯିଏ ଜଣେ ବାହା ହୋଇନାହିଁ ତାହାର
ସବୁବେଳେ ଭୟ ରହିବ ତାହା କୁ ଆମେ ପ୍ରକୃତରେ କିଛି ରୋଗ କୁହା ଯାଏନା।ତାହା ଗୋଟିଏ ପରିବେଶ ଯେଉଁଥିରେ ସେ ତାର ଭଲ ଭାବରେ ପରଫର୍ମ କରିପାରୁ ନାହିଁ।ଦ୍ଵିତୀୟରେ ହେଲା ଯିଏ କି ନୂଆ ନୂଆ ବାହା ହୋଇଛି ଏବଂ ଯାହାର ବି ସେକ୍ସୁଆଲ ଜ୍ଞାନ ଭଲରେ ନାହିଁ।ସେମାନଙ୍କର ର ବି ସବୁବେଳେ ଗୋଟିଏ
ଭୁଲ ଧାରଣା ଥାଏ ସେକ୍ସୁଆଲ ଜ୍ଞାନ କୁ ନେଇକି ଆଉ ପ୍ରଥମ ଥର ତାଙ୍କର ସେକ୍ସୁଆଲ ଜିନିଷ ହେଲା ବେଳେ ତାଙ୍କର ଯେଉଁ ସବୁ ଅସୁବିଧା ହୁଏ ତାଙ୍କର ଗୋଟିଏ ମାନସିକ ଅସୁବିଧା ହୋଇଥାଏ।ଯାହା ହେଉଛି ତାଙ୍କର ଗୋଟିଏ ବଡ଼ କାରଣ।ଏହି ସବୁ ଜିନିଷ କୁ ଯଦି ଆମେ ଭାବିବା ତେବେ ତାହା ହେଉଛି ସମୟ ନିର୍ଦ୍ଧାରିତ ।
ସେଥିପାଇଁ ଏଠି ପାଇଁ ଗୋଟିଏ ଭଲ ପାଠ ରେ ଜ୍ଞାନ ଦେବା ଦରକାର।ଦୁଇ ଜଣ ପାର୍ଟନର ଙ୍କ ସହିତ ଯଦି ଏହି ସବୁ ବିଷୟରେ କଥା ବାର୍ତ୍ତା କରାଯିବ ତେବେ ଯାଇଁ ଏହି ଅସୁବିଧା ସେମାନଙ୍କ ଭିତରେ ଦୂର ହେବ।ତାହେଲେ ଯାଇଁ ଆମେ ତାହାର ସଠିକ କାରଣ ଜାଣି ପାରିବା ଏବଂ ତାହାର ପ୍ରତିକାର କରିପାରିବା।
ଆଉ ଯେଉଁ ମାନଙ୍କର ହାର୍ଟ ଆଦି ସବୁରେ ଅସୁବିଧା ଥାଏ ସେମାନଙ୍କ କ୍ଷେତ୍ରରେ ଏହା ତାଙ୍କର ଶରୀର ରେ କିଛି ଅସୁବିଧା ହୁଏ ଯାହା ପାଇଁ ସଠିକ କାରଣ ଜାଣିବା ଦରକାର।ଯେମିତି କି ଯଦି ଡାଇବେଟିସ ଅଧିକ ଥିବ ତେବେ ତାହାକୁ କଣ୍ଟ୍ରୋଲ କରିବା ଦରକାର।ଥାଇରଏଡ ର ଅସୁବିଧା ଥିଲେ ତାହା କୁ ମଧ୍ୟ
କଣ୍ଟ୍ରୋଲ କରିବାକୁ ପଡ଼ିବ ଦୈନଦିନ ବ୍ୟାୟାମ କରିବାକୁ ପଡ଼ିବ।ଖାଦ୍ୟ ସଠିକ ଭାବରେ ଖାଇବା।ଯଦି ମୋଟା ଅଛେ ତେବେ ତାହାକୁ କମ କରିବା।ଏହି ସବୁ କାରଣ ରେ ଯଦି ତାଙ୍କର ଚେଞ୍ଜ ହେବ ତେବେ ସେକ୍ସୁଆଲ ପାର୍ଟ ରେ ତାଙ୍କର ଉନ୍ନତି ହେବ।ପରବର୍ତ୍ତୀ କାରଣ ଦେଖିବାକୁ ଗଲେ କିଛି ଲୋକ ନଜର ହର୍ମୋନାଲ
ଅସୁବିଧା ରହୁଚି ଯେମିତି କି ୪୦-୫୦ ବର୍ଷ ପରେ ଯେଉଁ ମାନଙ୍କର ଅସୁବିଧା ହେଉଚି ଯେମିତି କୁ ତାଙ୍କର ବହୁତ ଶୀଘ୍ର ପତନ ହେଉଛି।ଏହିସବୁ ଅସୁବିଧା ଯାହାର ଥାଏ ତାଙ୍କର ହାର୍ମୋନାଲ ଅସୁବିଧା ଥାଏ ଯେମିତି କୁ ଟେଷ୍ଟୋଷ୍ଟିରନ ଯାହାକି ମେଲ ହର୍ମୋନ ସେଥିରେ ଅସୁବିଧା ହୁଏ।ଯେଉଁ ମାନେ ବାହା ହୋଇଥାନ୍ତି
ସେମାନଙ୍କର ବି ହୁଏ ଯେଉଁ ମାନେ ଯୁବକ ଥାଆନ୍ତି ତାହା ସେମାନଙ୍କର ବି ହୁଏ।ଯେଉଁଥିପାଇଁ ଆମେ କିଛି ପରୀକ୍ଷା କରୁ ଏବଂ ତାହାର ପ୍ରତିକାର କରୁ ଯାହା ଦ୍ବାରା ପତନ ଶୀଘ୍ର ହେବ ନାହିଁ।ଯୌନ ଅକ୍ଷମତା ର ଚିକିତ୍ସା?କୌଣସି ଲୋକ ର ଯଦି ଘରୋଇ ଅସୁବିଧା ରହିଛି ଯେମିତି କି ସ୍ବାମୀ ସ୍ତ୍ରୀ ଭିତରେ ଝଗଡ଼ା
ହେଉଛି କିମ୍ବା ଘରୋଇ ଲୋକମାନଙ୍କ ଭିତରେ ଝଗଡ଼ା ହେଉଛି ସେହି କ୍ଷେତ୍ରରେ ଯେଉଁଠି ମନ ଭଲ ନଥିବ ସେହି କ୍ଷେତ୍ର ରେ ତାଙ୍କର ସେକ୍ସୁଆଲ ଜିନିଷ ରେ ମଧ୍ୟ ବହୁତ ଅସୁବିଧା ହେବ।ସେହି କ୍ଷେତ୍ର ରେ ତାଙ୍କର ମନ କୁ ଭଲ ରଖିବାକୁ ହେବ ।ସବୁ ସମସ୍ୟା କୁ ବୁଝି ସୁଝି ଦୂର କରିବାକୁ ହେବ।
ନହେଲେ ଯଦି ତାଙ୍କର କିଛି ଅସୁବିଧା ରହିଛି ତାଙ୍କର ଛୋଟ ବେଳେ ମାନସିକ ସ୍ତର ରେ ଅସୁବିଧା ହୋଇଥିବ ତେବେ ଅସୁବିଧା ହୋଇପାରେ।ଏହି ସବୁ ପାଇଁ ଆମକୁ ମେଡ଼ିସିନ ଆଦିର ସେବନ କରିବାକୁ ପଡ଼ିବ ଏବଂ କିଛି ମେଡିକାଲ ପ୍ରକ୍ରିୟା କରିବାକୁ ପଡିପାରେ ଯାହା ଦ୍ବାରା ଏହି ସବୁ ସମସ୍ୟା ଦୂର ହେବ।