ବନ୍ଧୁଗଣ ପତଳା ଲୋକମାନେ ତାଙ୍କ ନିଜର ଓଜନ ବଢେଇବା ପାଇଁ ପ୍ରାୟ ସବୁବେଳେ ଚାହିଁଥାନ୍ତି।ସେଥିପାଇଁ ଆପଣଙ୍କୁ ଏକ ଚମତ୍କାର ଘରୋଇ ଉପଚାର ଆଜି ଆପଣ ଜାଣିପାରିବେ।ଯାହାର ସେବନ କରି ଆପଣ ନିଜର ଓଜନ ବଢେଇ ପାରିବେ। ଓଜନ ବଢିବା ସହ ଏହା ଆପଣଙ୍କ ଶାରୀରିକ ଦୁର୍ବଳତାକୁ ମଧ୍ୟ ଦୂର କରିବ। ଆଜି ଯେଉଁ ଉପାୟରେ ଓଜନ ବଢାଇବାର ବିଧି ଜଣାଇବୁ ସେହି ଉପାୟ ଯଦି ଆପଣ ଏକମାସ ଯାଏ ସେବନ କରିବେ ତେବେ ଆପଣଙ୍କ ଓଜନ ବଢିବା ସହ
ଶାରୀରିକ ଦୁର୍ବଳତା ଦୂର ହେବ ଏବଂ ଶରୀରରେ ରକ୍ତ ମଧ୍ୟ ବଢିବ।ସଂପୂର୍ଣ୍ଣ ପ୍ରାକୃତିକ ଉପାୟରେ ଯଦି ଆପଣ ନିଜର ଓଜନ ବଢେଇବାକୁ ଚାହୁଁଛନ୍ତି ତାହେଲେ ଏହି ରିମେଡିକୁ ଜାଣନ୍ତୁ।ଏଥିପାଇଁ ଆପଣଙ୍କୁ ପ୍ରତିଦିନ ୨ ଟି କଦଳୀର ଆବଶ୍ୟକତା ପଡ଼ିବ।ସକାଳର ଜଳଖିଆ ଆପଣ କଦଳୀ କରନ୍ତୁ।ଏବେ ଆପଣଙ୍କୁ ଏକ ଗ୍ଲାସ କ୍ଷୀରର ଆବଶ୍ୟକତା ପଡ଼ିବ।
ଥରକ ପାଇଁ ଆପଣଙ୍କୁ ୨୦୦ ରୁ ୨୫୦ କ୍ଷୀରର ଆବଶ୍ୟକତା ପଡ଼ିବ।ଏହାକୁ ବନେଇବା ପାଇଁ ଆପଣ କଦଳୀ ଛୋଟ ଛୋଟ ଭାଗରେ କରି ସେଥିରେ ଏକ ଗ୍ଲାସ କ୍ଷୀର ଢ଼ାଳି ଗ୍ରାଇଣ୍ଡିଂ କରନ୍ତୁ।ଓଜନ ବଢେଇବା ପାଇଁ ଆପଣଙ୍କୁ ଏହା ଦରକାର ପଡ଼ିବ।ନହେଲେ ପ୍ରଥମେ ୨ ଟି ପାଚିଲା କଦଳୀ ଖାଇଦିଅନ୍ତୁ
ଏବଂ ପରେ ଗୋଟେ ଗ୍ଲାସ କ୍ଷୀର ପିଅନ୍ତୁ।ଅଧିକାଂଶ ଲୋକ ସକାଳୁ କ୍ଷୀର ପିଇବାକୁ ପସନ୍ଦ କରିନଥାନ୍ତି।ସେମାନେ ପ୍ରଥମେ ୨ ଟି ପାଚିଲା କଦଳୀକୁ ଛୋଟ ଛୋଟ ଖଣ୍ଡରେ କରି ତାହାକୁ ଚକଟି ଦିଅନ୍ତୁ।ଏହାପରେ ଆପଣଙ୍କୁ ଦେଶୀ ଗାଈ ଘିଅର ଆବଶ୍ୟକତା ପଡ଼ିବ।ଏବେ ସେହି ଚକଟା କଦଳୀରେ ଗୋଟେ ଚାମଚ ଦେଶୀ ଘିଅ ପକାନ୍ତୁ।
ଯଦି ଘିଅ ବସିଯାଇଛି ତେବେ ୧ ଚାମଚ ଘିଅ ଏବଂ ଯଦି ତରଳ ଅବସ୍ଥାରେ ଅଛି ତେବେ ୩ ଚାମଚ ଘିଅ ମିଶାନ୍ତୁ।ଏବେ ଏହାକୁ ଅଳ୍ପ ସମୟ ଯାଏଁ ମିଶାନ୍ତୁ।ଯଦି ଆପଣ କ୍ଷୀର ପିଇବାକୁ ପସନ୍ଦ କରନ୍ତୁ ନାହିଁ ତେବେ ଏହି ପ୍ରକ୍ରିୟାକୁ ଆପଣେଇ ଦେଖନ୍ତୁ।ଖାଇବାକୁ ମଧ୍ୟ ଏହା ବହୁତ ସ୍ଵାଦିଷ୍ଟ ଲାଗିଥାଏ।
ଶାରୀରିକ ଦୁର୍ବଳତା ଦୂର କରିବା ସହ ଏହା ଆପଣଙ୍କୁ ମୋଟା କରିବାରେ ସାହାଯ୍ୟ କରେ।ହେଲେ କଦଳୀ ଆମ ଦେହ ପ୍ରତି ଥଣ୍ଡା ହେଇଥାଏ।ତେବେ ସନ୍ଧ୍ୟା ପରେ ଯଦି କଦଳୀକୁ ବ୍ୟବହାର କରୁଛନ୍ତି ତେବେ ସେଥିରେ ଟିକେ ଲୁଣ ପକାନ୍ତୁ।ତେବେ ଏହା କରିବା ପୂର୍ବରୁ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ଏବଂ ତାଙ୍କର ମତ ନିଅନ୍ତୁ ତାହା ପରେ ତାଙ୍କ କହିବା ଅନୁସାରେ କାମ କରନ୍ତୁ।ବିନା ଡାକ୍ତରଙ୍କ ଉପଦେଶ ବିନା ଏହା କରନ୍ତୁ ନାହିଁ।