ଗପ (Story) ଶୁଣାଉଛି ଶର୍ମିଷ୍ଠା,କହୁଛି ମେମୋରି କାର୍ଡରେ ନଥିଲା କୌଣସି ପ୍ରକାର ସିନେମା ଆଉ ଯାହା ଥିଲା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ..ଦେଖନ୍ତୁ Video

Spread the love

କ୍ରାଇମ ବ୍ରାଞ୍ଚକୁ କାହାଣୀ ଶୁଣାଉଛି ଶର୍ମିଷ୍ଠା, ମେମୋରି କାର୍ଡରେ ନଥିଲା ଅ-ଶ୍ଳୀ-ଳ ସିନେମା। କାର୍ଡରେ ଥିଲା ବାହାଘର ଓ ବ୍ରତଘରର ଫଟୋ।ସହଜରେ ବିଶ୍ଵାସ କରି ପାରୁ ନାହିଁ କ୍ରାଇମ ବ୍ରାଞ୍ଚ। ଚର୍ଚ୍ଚା ହେଉଛି ବଡ଼ ବଡିଆଁଙ୍କ ଇଜ୍ଜତ ବଞ୍ଚାଇବା ପାଇଁ ଗପ କହୁଛି ଶର୍ମିଷ୍ଠା। ରିମାଣ୍ଡର ପ୍ରଥମ ଦିନରେ କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କୁ ମିଛ କାହାଣୀ ଶୁଣାଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ।ଆଉ ଯେଉଁ ମେମୋରି କାର୍ଡକୁ ନେଇ ଚର୍ଚ୍ଚା ହେଉଛି

ସେହି ମେମୋରି କାର୍ଡରେ ଆଲବମ ଅଭିନେତ୍ରୀଙ୍କ ସହ ନଥିଲା କୌଣସି ବଡ଼ ବଡ଼ିଆଙ୍କ ଅନ୍ତରଙ୍ଗ ସମୟର ଭିଡିଓ। ବରଂ ସେଥିରେ ବାହାଘର ଓ ବ୍ରତଘର ଫଟୋ ଥିବା ସଫେଇ ଦେଇଛନ୍ତି ଶର୍ମିଷ୍ଠା।ଆଉ ଏହା ସହ ମାନସଙ୍କ ଠାରୁ ଏକ ଅଣ୍ଡର ଟେକିଂ ଲେଖି ମେମୋରୀ କାର୍ଡ ହାତେଇ ଥିବା ଶର୍ମିଷ୍ଠା ସ୍ବୀକାର କରିଛନ୍ତି।

ତେବେ ଶର୍ମିଷ୍ଠା କେଉଁଠାରେ ମେମୋରି କାର୍ଡ ରଖିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ।ଏଇଠି ପ୍ରଶ୍ନ ଉଠୁଛି କି ଯଦି ସେ ମେମୋରି କାର୍ଡକୁ ଶର୍ମିଷ୍ଠା ହାତେଇ ନେଇଛି ତେବେ କାହିଁକି କହୁନି କେଉଁଠାରେ ତାକୁ ଲୁଚାଇ ରଖିଛି ଶର୍ମିଷ୍ଠା।ସେ ମେମୋରି କାର୍ଡକୁ ଶର୍ମିଷ୍ଠା ଗୋପନରେ ରଖିଛି କି ନଷ୍ଟ କରି ଦେଇଛି ତାହା ସବୁଠାରୁ ବଡ ପ୍ରଶ୍ନ।

ଯଦି ମେମୋରି କାର୍ଡରେ ଥିବା ଭିଡିଓକୁ ଡିଲିଟ କରି ଦେଇଥାଏ ତେବେ କ୍ରାଇମ ବ୍ରାଞ୍ଚ କଣ ସତ ଓଗାଳି ପାରିବ।ଏହାକୁ ନେଇ ଏକ ସନ୍ଦେହ ସୃଷ୍ଟି ହୋଇଛି।ଆଉ ଏହା ସହ ମାନସର କିଛି କଥା କହିଛି ଶର୍ମିଷ୍ଠା।ସେ କେମିତି ଫେବୃଆରୀ ୨ ତାରିଖରେ ଦରମା ଟଙ୍କାକୁ କେନ୍ଦ୍ର କରି ଶର୍ମିଷ୍ଠାଙ୍କୁ ପୋର୍ଟାଲରୁ ଚାକିରୀ ଛାଡିଥିଲା ମାନସ।

ଆଉ ମାନସ ଘରକୁ ଯିବା ବେଳେ ଅଫିସରୁ ଏକ ମେମୋରି କାର୍ଡ ନେଇ ଯାଇଥିଲା।ଏହାକୁ ସେ ନ ଫେରିବାରୁ ବିବାଦ ହୋଇଥିଲା।ଏହି ମେମୋରି କାର୍ଡକୁ ଏକ ମାସ ଧରି ମାଗିଥିଲା ଶର୍ମିଷ୍ଠା।ଫୋନ କଲେ ବି ମାନସ ଫୋନ ଉଠାଉ ନଥିଲା।ସବୁ ଆଡ଼େ ଖୋଜା ଖୋଜି କରି ଶେଷରେ

ଚାନ୍ଦବାଲିରୁ ମାନସକୁ ଉଠାଇ ଆଣି ମେମୋରି କାର୍ଡ ହାତେଇ ଥିବା ଶର୍ମିଷ୍ଠା କ୍ରାଇମ ବ୍ରାଞ୍ଚ ସାମ୍ନାରେ ସ୍ବୀକାର କରିଛି।ତେବେ ମେମୋରି କାର୍ଡରେ ଥିବା ବାହାଘର ଓ ବ୍ରତଘର ଫଟୋକୁ କେନ୍ଦ୍ର କରି ଯୋଜନା ବନ୍ଧ ଅପହରଣ ଓ ହ-ତ୍ୟା-କା-ଣ୍ଡ ଘଟାଇଥିବା ଜଣା ପଡିଛି।ଯାହାକୁ ସହଜରେ ବିଶ୍ୱାସ କରି ପାରୁନି କ୍ରାଇମ ବ୍ରାଞ୍ଚ ଟିମ।

Leave a Reply

Your email address will not be published. Required fields are marked *