ନବୀନ ବାବୁ ଲୋକ ଖାଇବା ପାଇଁ ପାଉ ନାହାନ୍ତି ମରି ଯାଉଛନ୍ତି, କୋଡିଆ ଘରେ ପଡିଛନ୍ତି ଚାଳ ଘରେ ପଡିଛନ୍ତି, ଆଦିବାସୀ ହରିଜନ ଘରକୁ ଇଲେକ୍ଟ୍ରି ଟିକେ ଯାଇ ନାହିଁ,ପିଇବା ପାଣି ଯାଇ ନାହିଁ, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ହୋଇଏ ତମେ ୨୦ କୋଟି ଖର୍ଚ୍ଚ କରିକି କଳାକାର ଆଣିଛନ୍ତି ସେମାନେ ଗୀତ ଗାଇବେ,କି ଗୀତ ସେ ଗାଇବେ?
ଦି ତିନି ଟା ଗୀତ ଗାଇବେ ସେଥିରେ ଆପଣ ୨୦ କୋଟି ଟଙ୍କା ଖର୍ଚ୍ଚ କରିବ। ଏଗୁଡ଼ାକ ଅନ୍ୟାୟ ଏଗୁଡ଼ାକ ଘୋର ଅନ୍ୟାୟ, ସ୍ଵୟଂ ସେବିକା ମାନଙ୍କର ଘର ଭାଙ୍ଗିଦେବା ଘୋର ଅନ୍ୟାୟ, ନାରୀ ମାନଙ୍କ ପ୍ରତି ଏଭଳି ଅନ୍ୟାୟ ଆମେ ସହିବୁ ନାହିଁ। ଆପଣ ମାନେ ଶୁଣିବେ?ଭୋର ସକାଳୁ ମୁଁ ଯାଇଛି ହଳଦିଆପୁର
ପାଖରେ ମୁକ୍ତାପୁର ବୋଲି ଗୋଟେ ଗାଆଁ ଅଛି ସେଠାରେ ସେ ଗୋଟେ କଣ୍ଟ୍ରାକ୍ଟର ରୋଡ କାମ ନେଇଛି ଆଉ ସେଠାରେ ସେ ବ୍ରିଜରେ ବାଡ ଦେଇନି ଆଉ ସେଠାରେ ଗୋଟେ ମଟର ସାଇକେଲ ବାଲା ଗଲା ସିଧା ସେ ଜାଗାରେ ପଡ଼ିକି ମରିଗଲା।୨୦୦୦ ଲୋକ ସେଠାରେ ଏକାଠି ହେଇଥିଲେ।
ମୁଁ ସେଠାକୁ ଯାଇ ସେଠାକାର ଏସପିକୁ ଡାକି ତହସିଲଦାରକୁ ଡାକି ସେଠାରେ କମ୍ପ୍ରମାଇଜ କରି ତାକୁ ୫ ଲକ୍ଷ ଟଙ୍କା ନଗଦ କ୍ଷତି ପୂରଣ ଦେଇ,ସରକାରୀ ସାହାଯ୍ୟ ଦେଇ ମୁଁ ଏବେ ଫେରୁଛି।ଏଭଳି ସାହାଯ୍ୟ ଆମେ ଗରିବ ଲୋକଙ୍କୁ ଦେଇ ପାରୁ ନାହିଁ ହେଲେ ତମେ ୨୦ କୋଟି ଟଙ୍କା ଖାଲି ଖର୍ଚ୍ଚ କରୁଛ ଗୀତରେ?
ଲଜ୍ୟା, ଏଗୁଡ଼ା ଘୋର ଲଜ୍ୟା। ଆମେ ଭାରି ନିନ୍ଦିତ। କାଇଁ ତମେ ଓଡ଼ିଆ କଳାକାର ମାନଙ୍କୁ ଡାକି ଗୀତ ଗାଇଲନି?ଓଡ଼ିଶାରେ କଣ କଳାକାର ନାହାନ୍ତି, ବଢିଆ କଳାକାର ଅଛନ୍ତି ନାମଜାଦା କଳାକାର ଅଛନ୍ତି ହେଲେ ତମେ ବାହାର ରାଜ୍ୟରୁ କଳାକାର ଆଣି କୋଟି କୋଟି ଟଙ୍କା ବର୍ବାଦ କରୁଛ ଏସବୁ ଗରିବ ଲୋକ
ମାନଙ୍କର ପଇସା,ଲୋକ ଖାଇବାକୁ ପାଉ ନାହାନ୍ତି, ବହୁତ ଯୁବକ ବେକାର ହେଇକି ବୁଲୁଛନ୍ତି କିଛି ନାହିଁ। ଏମିତି କିଛି ସୁର ରାଉତରାୟ କହିଥିଲେ।