Hairajpur ମେଳନ ପଡ଼ିଆରେ କମାଲ ଗୀତ ଗାଇଲେ ଶାନ୍ତନୁ,ଗୀତରେ ଝୁମି ଉଠିଲେ ଦର୍ଶକମାନେ ଆଉ ମଝିରେ କରିଦେଲେ ଏପରି କାମ ଯେ ଦେଖିଲେ ଆପଣ ମଧ୍ୟ କହିବେ ଏ କଣ ହୋଉଛି…ଦେଖନ୍ତୁ Video

Spread the love

ହାଇରାଜପୁର ମେଳନ ପଡ଼ିଆରେ ଭଗବାନଙ୍କ ଦୋଳ ଏକାଠି ହୋଇଥିଲା। ଏଥିପାଇଁ ଷ୍ଟେଜ ସୋ ମଧ୍ୟ କରାଯାଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଓଡ଼ିଆ ଭାଇରାଲ ବଏ ଶାନ୍ତନୁ। ସେଠାରେ ସେ ନିଜେ ଗୀତ ବୋଲିବା ସହ ଡ୍ୟାନ୍ସ ଏବଂ କମେଡି ମଧ୍ୟ କରିଥିଲେ। ତାଙ୍କ ଗୀତରେ ଦଶକମାନେ ବହୁତ ଖୁସି ହୋଇଥିଲେ। ତାଙ୍କ ସଙ୍ଗୀତ ସମସ୍ତଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା।

ସୂଚନାଯୋଗ୍ୟ ଯେ ଶାନ୍ତନୁ ମହାନ୍ତି ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ।ଓଡ଼ିଶାର ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ସୋ “ଓଡ଼ିଶାର ନୂଆ ସ୍ୱର” ପ୍ରତିଯୋଗିତାରେ ଭାଗ ନେଇ ବର୍ତ୍ତମାନ ଓଡ଼ିଶାର ଘରେ ଘରେ କୁନି ବାବୁସାନ ନାମରେ ପରିଚିତ ସିଙ୍ଗର ଶାନ୍ତନୁ ମହାନ୍ତି। ଲୋକମାନେ ତାଙ୍କୁ ଓଡ଼ିଶାରେ ଭାଇରଲ ବଏ ନାମରେ ଜାଣିଛନ୍ତି।

ତାଙ୍କ ସ୍ୱର, କଣ୍ଠ, ତାଳ ଏବଂ ଲୟ ଦ୍ୱାରା ଲୋକମାନଙ୍କୁ ନିଜର କରିଥିବା ଶାନ୍ତନୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି। ସେ ‘ଓଡ଼ିଶାର ନୂଆ ସ୍ୱର’ରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ସେ ଏଲିମିନେଟ ହୋଇଯାଇଥିଲେ। ତଥାପି ସେ ନିଜ ସୁନ୍ଦର କଣ୍ଠ ଏବଂ ଡ୍ୟାନ୍ସ ଦ୍ୱାରା ସାରା ଓଡିଶାବାସୀଙ୍କ ଆକୃଷ୍ଟ କରିଥିଲେ।

ଏହି କୁନି ଗାୟକ ଶାନ୍ତନୁ ମହାନ୍ତି କୁହନ୍ତି ଯେ, ଯେତେବେଳେ ତାଙ୍କୁ ୩ ବର୍ଷ ବୟସ ହୋଇଥିଲା , ସେତେବେଳେ ଠାରୁ ସେ ଗୀତ ଗାଉଛନ୍ତି ଏବଂ ୪ ବର୍ଷ ବୟସରୁ ସେ ଗୀତ ମଧ୍ୟ ଶିଖୁଛନ୍ତି। ଓଡ଼ିଆରେ ତାଙ୍କ ପସନ୍ଦିତ ଗାୟକ ହେଉଛନ୍ତି ହ୍ୟୁମାନ ସାଗର ଏବଂ ବାବୁସାନ ମହାନ୍ତି। ହିନ୍ଦୀରେ ତାଙ୍କ ପସନ୍ଦିତ ଗାୟକ ହେଉଛନ୍ତି କିଶୋର କୁମାର ଏବଂ ଅରିଜିତ ସିଂ।

ଭାଇରାଲ ବଏ ଶାନ୍ତନୁ ଅନେକ ଗୀତରେ ଗୀତ ଗାଇବା ସହିତ ନିଜେ ଅଭିନୟ ମଧ୍ୟ କରିଛନ୍ତି। ଏହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କର ଅନେକ ଗୀତ ୟୁଟୁବରେ ରିଲିଜ ହୋଇ ସାରିଛି। ଏଥିମଧ୍ୟରୁ “ବାଜିବ ଲୋ ଯୋଡି ମହୁରୀ” ହିଟ ହୋଇଛି। ଏହିପରି ଅନେକ କିଛି ଗୀତ ବର୍ତ୍ତମାନ ରିଲିଜ ହେବାକୁ ବାକି ମଧ୍ୟ ରହିଛି।

ତାଙ୍କ ପସନ୍ଦିତ ଗୀତ ହେଉଛି – “କାଚ ଆଇନା ଟେ ଭାବି ଭାଙ୍ଗି ଦେଲ ମନ ମୋର।” ତାଙ୍କୁ ଇମୋସନାଲ ଗୀତ ଶୁଣିବାକୁ ଭଲ ଲାଗେ।ତେବେ ଆପଣାକୁ କିଭଳି ଲାଗେ ଶାନ୍ତନୁ ଙ୍କ ସବୁ ଗୀତ ଓ ଆପଣ ମାନେ ଆଗାମୀ ଦିନ ରେ ସେ ଜଣ ଓଡିଶା ର ବଡ ଗାୟକ ହୁଅନ୍ତୁ ବୋଲି ଇଚ୍ଛା କରୁଛନ୍ତି କି ଯଦି ହଁ ତେବେ ଆମକୁ ନିଶ୍ଚୟ ଜଣେଇବେ,ଆମେ ସବୁଦିନ କିଛି ନୂଆ ନୂଆ ତାଙ୍କ ବିଷୟରେ ଆପଣଙ୍କ ପାଇଁ ନେଇ ଆସିବୁ

Leave a Reply

Your email address will not be published. Required fields are marked *