Balaji ନଡ଼ିଆ ତେଲରେ ୧ ଜିନିଷ ମିଶେଇ ଲଗାନ୍ତୁ,କେଶ ଝଡ଼ିବା ସବୁଦିନ ପାଇଁ ବନ୍ଦ ହେଇଯିବ…

Spread the love

ଆଜି ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ଆସିଛି ଯାହାର ପ୍ରୟୋଗ କରି ଆପଣ ନିଜର କେଶ ଝାଡ଼ିବା ସମସ୍ୟାକୁ ଦୂର କରିପାରିବେ।ସେଥିରେ ଯଦି ଆପଣଙ୍କର ନୂଆ କେଶ ଉଠୁନାହିଁ ତେବେ ଏହାକୁ ନିହାତି ଲଗାଇ ଦେଖନ୍ତୁ।ପୁରୁଷ ହୁଅନ୍ତୁ କିମ୍ବା ମହିଳା ,ଆଜି କାଲିର ଖରାପ ଜୀବନଯାପନ ଶୈଳୀ ଏବଂ ଭୁଲ ଖାଦ୍ୟ କାରଣରୁ ସମସ୍ତଙ୍କ କେଶ ଝଡ଼ିବାକୁ ଲାଗୁଛି ।ବୟସ ପୁର୍ବରୁ କେଶ ଧଳା ହେବାକୁ ଲାଗିଥାଏ ।ନୂଆ କେଶ ଉଠିବା ମଧ୍ୟ କାମ ହେଇଥାଏ ।

ଏହାକୁ ବନେଇବାପାଇଁ ଆପଣଙ୍କୁ ପ୍ରଥମ ଜିନିଷର ଆବଶ୍ୟକତା ପଡ଼ିବ ତାହା ଅଟେ ନଡ଼ିଆ ତେଲ । ବହୁ ପୁରାତନ କାଳରୁ ନଡିଆ ତେଲ କେଶ ସମ୍ବର୍ଦ୍ଧିତ ସମସ୍ୟାକୁ ଦୂର କରିଆସୁଅଛି।ଏହାଦ୍ବାରା ମଧ୍ୟ କେଶ ସବୁବେଳେ କଳା ରହିଥାଏ।ଏହା କେଶରୁ ରୁପି ଜାତୀୟ ପଦର୍ଥକୁ ମଧ୍ୟ ଦୂର କରିଥାଏ।ରୂପି କାରଣରୁ କେଶ ବହୁତ ଅଧିକ ଝଡିଥାଏ ।

ପ୍ରଥମେ ଆପଣ ଏକ ଲୁହା କରେଇ ଗ୍ୟାସ ଉପରେ ରଖନ୍ତୁ । ଯେବେବି ଆପଣ କୌଣସି କେଶ ତେଲ ଘରେ ବନାଇଛନ୍ତି ତେବେ ଲୁହାର ବ୍ୟବହାର କରନ୍ତୁ କାରଣ ଏଥିରୁ ଆମ କେଶ ଲୌହତତ୍ତ୍ୱ ମିଳିଥାଏ ଯାହାକି କେଶ କୁ ଅଧିକ ମଜବୁତ୍ କରେ।ଏବେ ଆପଣ ଏହି କରେଇରେ ୩ ଚାମଚ ନଡ଼ିଆ ତେଲ ଢାଳନ୍ତୁ।

ଏହାକୁ ଗ୍ୟାସର ଯାଳକୁ କମରେ ରଖି ଗରମ କରନ୍ତୁ।ତାପରେ ଅଁଳାକୁ ନେଇ ଶୁଖେଇ ଗୁଣ୍ଡ ନେବେ। ଏହା ଆମ ଶରୀରର ଆଖି ପାଇଁ କେଶ ପାଇଁ ତ୍ୱଚା ପାଇଁ ବହୁତ ଭଲ ଅଟେ।ଗରମ ନଡ଼ିଆ ତେଲ ରେ ଅଧା ଚାମଚ ଅଁଳା ଗୁଣ୍ଡ ପକାନ୍ତୁ ।ଅଁଳାରେ ଭିଟାମିନ E ପ୍ରଚୁର ମାତ୍ରା ରେ ମିଳିଥାଏ ଯାହା ଆମ କେଶ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ।

ବେଶୀ ସମୟ ଏହାକୁ ଗରମ କରିବେ ନାହିଁ। ଅଁଳା ଗୁଣ୍ଡ ପକେଇକି ଗୋଟେ ମିନିଟ ଯାଏଁ ଏହାକୁ ଭଲଭାବେ ମିଶାନ୍ତୁ।ତାପରେ ଏହାକୁ ସଂପୂର୍ଣ୍ଣ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।ଏହାକୁ ଲଗେଇବା ପୂର୍ବରୁ ହାତରେ ଗ୍ଲୋବସ ପିନ୍ଧନ୍ତୁ।ତାପରେ ଏହାକୁ କେଶ ର ମୂଳରେ ଭଲ ଭାବେ ଲଗାନ୍ତୁ।ଆପଣ ଏହାକୁ ରାତିରେ ଲଗେଇ ଶୋଇ ପଢନ୍ତୁ।

ସକାଳୁ ଉଠି କେଶକୁ ସମ୍ପୋ କରି ଧୋଇଦିଅନ୍ତୁ। ଆପଣଙ୍କ ତକିଆ ରେ ନ ଲାଗିବା ପାଇଁ ତଳେ ଗାମୁଛା ପକାଇ ଶୋଇବେ । ଯଦି ଏହାକୁ ଦିନବେଳେ ଲଗେଇବା ତେବେ ଏହାକୁ ୩୦ ରୁ ୪୦ ମିନିଟ ଛାଡ଼ି ଦିଅନ୍ତୁ। ଏହାକୁ ୧୦ ରୁ ୧୫ ଥର ବ୍ୟବହାର କରି ଦେଖିବେ ଆପଣଙ୍କ କେଶ ଝାଡ଼ିବା ସଂପୂର୍ଣ୍ଣ ବନ୍ଦ ହେଇଯିବ । ନୂଆ କେଶ ଉଠିବା ସହ ସଂପୂର୍ଣ୍ଣ କଳା ହେବ ।

Leave a Reply

Your email address will not be published. Required fields are marked *