ଓଡ଼ିଶାର ଏହି ସବୁ ଜିଲ୍ଲାକୁ Red ୱାରନିଂ ଦେଲେ ପାଣିପାଗ ବିଭାଗ,ଆଜି ଦିନସାରା ଛେଚିବ ବର୍ଷା,ଏହି ଜିଲ୍ଲାରେ ବନ୍ୟା ହେବ ନେଇ ଆଶଙ୍କା…

Spread the love

ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଅଧିକ ଘନୀଭୂତ ହୋଇ ଏହା ଆଗାମୀ ୧୩ ଓ ୧୪ ତାରିଖରେ ପ୍ରବଳ ବର୍ସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।ଏହା ବ୍ୟତୀତ ଓଡ଼ିଶା ଓ ଛତିଶଗଡ଼ରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଏହି ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା

ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ ଭାବରେ ସୂଚନା ପ୍ରଦାନ କରିଛି।ତେବେ ଆସନ୍ତା ୧୫ ତାରିଖରେ ଏହା କିଛି ମାତ୍ରାରେ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି କିନ୍ତୁ ଆଗାମୀ ୧୯ ତାରିଖରେ ଏହା ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।

ଆଜି ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି କିନ୍ତୁ ଆସନ୍ତା କାଲି ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।ତେବେ ଏହି ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜି ପାରେ ବୋଲି

ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି।ତେବେ ତଳ ମୁଣ୍ଡରେ ବର୍ଷା ଲାଗି ରହିଛି ଯାହା ଫଳରେ ନିଶ୍ଚୟ ଭାବରେ ବନ୍ୟା ପରିସ୍ଥିତି ଆସିବ ବୋଲି ଅନୁମାନ କରା ଯାଉଚି।ତେବେ ୧୫ ପରେ ଏହି ଲଘୁଚାପ କମିବା ସହିତ ବର୍ଷା ହେବ ନାହିଁ ବୋଲି କୁହା ଯାଇଛି କିନ୍ତୁ ଏହା ପରେ ପୁଣି ଆଗକୁ ୧୯ ତାରିଖରେ ଆଉ

ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ପୁଣି ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଏହା ବ୍ୟତୀତ ପୁଣି ଆଗାମୀ ୨୩ ତାରିଖରେ ମଧ୍ୟ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ପାରେ।ତେବେ ଏହି ଭଳି ହେଲେ ଏହି ମାସରେ କେବଳ ୪ ଟି ଲଘୁଚାପ ସୃଷ୍ଟି ହୋଇ ଯିବ ଯାହା

ଅନେକ ଲୋକଙ୍କ ପାଇଁ ଭୟ ସୃଷ୍ଟି କରୁଛି।କାରଣ ବର୍ଷା ଏହିପରି ଭାବରେ ଲାଗି ରହିଲେ ଏହା ବନ୍ୟା ପରିସ୍ଥିତି ନିଶ୍ଚୟ ଭାବରେ ସୃଷ୍ଟି କରିବ।ଉପକୂଳବର୍ତ୍ତୀ ଅଞ୍ଚଳ ଯେପରିକି ଜଗତସିଂପର,ଖୋର୍ଦ୍ଧା,କଟକ,ପୁରୀ,ଯାଜପୁର,କେନ୍ଦ୍ରାପଡ଼ା ଅଞ୍ଚଳରେ ଅଧିକ ବର୍ଷା ହୋଇ ପାରେ ଏହା ବ୍ୟତୀତ ଆସନ୍ତା କାଲି ଆଭ୍ୟନ୍ତରୀଣ ଓଡ଼ିଶା

ଓ ପଶ୍ଚିମ ଓଡ଼ିଶା ଯେପରିକି ବରଗଡ଼,ବଲାଙ୍ଗୀର,ସୋନପୁର, ଝାରସୁଗୁଡ଼ା ଆଦି ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ଏହା ବ୍ୟତୀତ ଏହା କାରଣରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇ ପାରେ ଯାହା ଫଳରେ ଦୁର୍ବଳ ନଦୀବନ୍ଧ ଉପରେ ମଧ୍ୟ ନଜର ରଖିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।

Leave a Reply

Your email address will not be published. Required fields are marked *