ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା,ଚର୍ଚା ହେଉଥିବା ଏହି କଥାର ଅସଲ ସତ୍ୟତା କଣ ରହିଛି,ଫନି (Phani) ଠାରୁ ଅଧିକ ହେବ କି ପବନ…ଦେଖନ୍ତୁ Video

Spread the love

ଓଡ଼ିଶାକୁ ପ୍ରତି ବର୍ଷ ବାତ୍ୟା ଆଶଙ୍କା ଥାଏ।ପାଣିପାଗ ସୂଚନା ଅନୁସାରେ ଆସନ୍ତା ୧୧ ତାରିଖରେ ବଙ୍ଗୋସାଗରରେ ଏକ ଲଘୁଚାପ ବାତ୍ୟାର ରୂପ ନବାର ଆଶଙ୍କା ରହିଛି। ଏହି ଲଘୁଚାପ ୭ ତାରିଖରେ ସୃଷ୍ଟି ହେଇଥିଲା।ଏହା ୯ ତାରିଖରେ ଅବପାତରେ ପରିଣତ ହେଇ ୧୧ରେ ବାତ୍ୟାର ରୁପ ନବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କହିଛନ୍ତି।ବିଭିନ୍ନ ପାଣିପାଗ ମଡେଲ ଆଧାରରେ ବାତ୍ୟା ହବକି ନାହିଁ ସଠିକ ଭାବରେ କହି ହଉନି।

ଅନ୍ୟ ପକ୍ଷରେ ମଙ୍ଗଳ ବାର ରାତିରେ କିଛି ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପ୍ରଫେସର୍ ପଶୁପାଳକ କହିଛନ୍ତି।ଯଦି ଏହା ଘନୀଭୂତ ହେଇ ବାତ୍ୟାର ରୁପନେଇ ତେବେ ଏହାର ଗତିପଥ ଆକଳନ କରାଯାଇ ପାରୁନି। ଅଷ୍ଟ୍ରେଲିଆ ଓ ଜର୍ମାନୀ ପାଣିପାଗ ମଡେଲ ହିସାବରେ ଏହି ବାତ୍ୟା ବିଶେଷ ଭାବରେ ହେବା ନାହିଁ ବୋଲି ଆକଳନ କରାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଗତି ପଥ ଠିକ୍ ଭାବରେ କହି ହେଉନାହିଁ।ଏହା ସମୟ ପଡ଼ିଲେ ତାମିଲନାଡୁ ଦେଇ ଆନ୍ଧ୍ର ମଧ୍ୟରେ ଗତି କରିପାରେ।ବାତ୍ୟାର ବେଗ କେତେ ହେବ ଏହା ସଠିକ୍ ଭାବରେ କେହି ସୂଚନା ଦେଇ ପାରୁ ନାହାଁନ୍ତି।ସମୟ ପଡ଼ିଲେ ଏହା ଦୁର୍ବଳ ହେଇପାରେ କିମ୍ବା ଏହା ଅଧିକ ଘନୀଭୂତ ହୋଇ ଏହାର ବେଗ ଅଧିକ ହେଇପାରେ।

N.C.P ଓ G.F.S ମଡେଲ କହୁଛି ଯେ ୭ରେ ସୃଷ୍ଟି,୯ରେ ଅବପାତ ଏବଂ ୧୧ରେ ବାତ୍ୟା ରୁପ ନବ ବୋଲି କୁହାଯାଉଛି।ପରେ ଏହା ପଶ୍ଚିମ ଉତ୍ତର – ପଶ୍ଚିମ ଦିଗରେ ଗତି କରି ଏହା ଦକ୍ଷିଣକୁ ଗତିକରିବ ଅନୁମାନ କରାଯାଉଛି।କିମ୍ବା ଏହା ସମ୍ପୁର ରୂପରେ ଦିଗ ବଦଳାଇ ଦକ୍ଷିଣ ଦିଗକୁ ଗତି କରି ମିଆମାର ଆଡ଼କୁ ଯିବ ବୋଲି ଅନୁମାନ କରାଯାଉଛି।

ନଚେତ୍ ଏହା ଆମ ଦେଶର ପୂର୍ବ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି।ଫନୀ ଏପ୍ରିଲରେ ସୂର୍ସ୍ତି ହେଇ ମଇ ୩ରେ ଛୁଇଁଥିଲା।ଏପ୍ରିଲରେ ବାତ୍ୟା ପୂର୍ବ ଉପକୂଳ ଛୁଇଁ ନାହିଁ।ତେଣୁ ଫନୀ ଏକ ବ୍ୟତିକ୍ରମ ଥିଲା।ଜଳୀୟ ପରିବର୍ତ୍ତିତ କାରଣରୁ ଏହା ପାଣିପାଗରେ ଏକେତକ ବ୍ୟତିକ୍ରମ ହୋଇଥାଏ।

ଏହି ବ୍ୟତିକ୍ରମ କାରଣରୁ ବାତ୍ୟାର ଦିଗ ନିର୍ଦ୍ଧାରିତ କରିବାରେ କଷ୍ଟ ହୋଇଥାଏ।ଏହି ବ୍ୟତିକ୍ରମ କାରଣରୁ ପାଣିପାଗର ପୂର୍ବାନୁମାନ କରିବାରେ କଷ୍ଟ ହେଉଛି।ଏହି ବ୍ୟତିକ୍ରମ କାରଣରୁ ପାଣିପାଗରେ ବିଭିନ୍ନ ପରିବର୍ତ୍ତନ ହୋଇଛି।ତେଣୁ ପାଣିପାଗ ପରିବର୍ତ୍ତନ ପାଇଁ ବିଶ୍ଵର ତାପମାତ୍ରାରେ ବିଭିନ୍ନ ପରିବର୍ତ୍ତନ ଆସୁଛି।

Leave a Reply

Your email address will not be published. Required fields are marked *