ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରଭାବ ଏହା ସହ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଓ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ଜଗୁଁ ଓଡ଼ିଶାରେ ଆଉ ଏକ ଲଘୁଚାପ ସୃଷ୍ଟି ହେଇଛି।ଆଉ ଏହାର ପ୍ରଭାବରେ ବର୍ଷା ର ପରିମାଣ ବଢି ପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଆଉ ଏହା ସହ ଆସନ୍ତା ୩,୫ ଦିନ ଲାଗି ରହିବ ବର୍ଷା ଆସନ୍ତା ୨୪ ଘଣ୍ଟା ପାଇଁ ୭ ଟି ଜିଲ୍ଲାକୁ ଓରେଞ୍ଜ ୱାର୍ଣି ଜାରି କରିଛି
ପାଣିପାଗ ବିଭାଗ।କନ୍ଧମାଳ,ରାୟଗଡ଼,ନବରଙ୍ଗପୁର,ମାଲକାନଗିରି,ଓ ବରଗଡ଼ ରେ ଅଧିକ ରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି।ଆଉ ପରେ ଜଉ ଆମର ସାଇକ୍ଲୋନିକ ସମସ୍ୟା ରହୁଛି ୧୧ ଆଡ଼କୁ ସେ ମଧ୍ୟ ବର୍ଷା କରିବ କିନ୍ତୁ କିଛି ପରିମାଣ ଜାଗାରେ ହେବ।ଆଉ ତା ପରେ ଜଉ ୧୩,୧୪ ଆଡ଼କୁ ଲଘୁଚାପ ରହିଛି
ସେ ଅବପତରେ ପରିଣତ ହୋଇ ବହୁତ ଜାଗାରେ ବର୍ଷା କରିବାର ସମ୍ଭାବନା ରହିଛି।ସାରା ଓଡ଼ିଶା କୁ ଭିଯେଇବା ଭଳି କାପାଶିଟି ରଖେ ସେ ଅବପାତ।ସବୁଠାରୁ ମୁଖ୍ୟ ହଉଚି ଆମେ ୧୨-୧୭ ଭିତରେ ଗୋଟିଏ ଭଲ ବର୍ଷା ପାଇବାର ସମ୍ଭାବନା ରହିଛି।ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏହା ଲାଗୁଛି ଯେ ସେ ଅବପାତରେ
ମଧ୍ୟ ପରିଣତ ହୋଇପାରେ।ଅଧିକ ରୁ ଅଧିକ ବର୍ଷା ହେବା କାରଣରୁ ପାହାଡ଼ରୁ ମାଟି ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଲଘୁଚାପ କ୍ଷେତ୍ରୀୟ ଅଞ୍ଚଳରେ ବର୍ଷା ର ପରିମାଣ ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି ଆଉ ସ୍ଵତନ୍ତ୍ର ରିଲିଫ କେନ୍ଦ୍ରକୁ ଜିଲ୍ଲାପାଳଙ୍କୁ,ଜିଲ୍ଲା ବାସୀଙ୍କୁ
ସତର୍କ କରିଦିଆ ଯାଇଛି।୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ପ୍ରତିବନ୍ଧ ଲଗା ଯାଇଛି।ତେବେ ଆପଣ ସତର୍କ ରୁହନ୍ତୁ। ବର୍ଷା ସମୟରେ ଘରୁ ବାହରନ୍ତୁ ନାହିଁ । ଗୃହପାଳିତ ପଶୁ ମାନଙ୍କୁ ଆଣି ଶୁଖିଲା ଜାଗାରେ ରଖନ୍ତୁ ତାଙ୍କର ଠିକ ଭାବରେ ଯତ୍ନ ନିଅନ୍ତୁ। ଆପଣ ଆବଶ୍ୟକ ଜିନିଷ ଆଣି ଘରେ ବର୍ଷା ପୂର୍ବରୁ ରଖନ୍ତୁ।
ବର୍ଷାରେ ଓଦା ହୁଅନ୍ତୁ ନାହିଁ।ଥଣ୍ଡା ଜ୍ଵର ହେବାର ସମ୍ଭାବନା ଅଛି।ସିଜିନ ଚେଞ୍ଜ ହେବ ସମୟ ଏଥିନିମନ୍ତେ ନିଜର ଏବଂ ପରିବାର ଲୋକଙ୍କର ମଧ୍ୟ ଯତ୍ନ ନିଅନ୍ତୁ।ଥଣ୍ଡା ହେଲେ ବର୍ଷା ଛାଡିବା ପରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ବର୍ଷାରେ ଜମା ଓଦା ହୁଅନ୍ତୁ ନାହିଁ। ସବୁବେଳେ ନିଜର ତଥା ଜରୁରୀ ଲୋକଙ୍କର ଯତ୍ନ ନିଅନ୍ତୁ ଏବଂ ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ।