ବହୁତ ଚର୍ଚ୍ଚିତ ସୁମିତ ଓ ତପସ୍ଵିନୀ କେସରେ ଆଜି ହେଲା ଶୁଣାଣି।ଆଜି ଏହାର ଅନ୍ତ ଘଟି ନାହିଁ କିନ୍ତୁ ଏହାର ଆଉ ଗୋଟିଏ ନୂଆ କେନା ସୃଷ୍ଟି ହୋଇଛି। ମାନ୍ୟବର କୋର୍ଟ କହିଥିଲେ କି ଯେଉଁ ଏରିଆରେ ସୁମିତ ଚାକିରି କରୁଛନ୍ତି ସେ ପାଖରେ ସେମାନେ ଭଡ଼ା ଘର ନେଇ ରହିବେ।ଏହା ସହ ଆମେ ତାଙ୍କ ନିର୍ଦ୍ଦେଶ କ୍ରମେ ଏକ ଘର ଭଡ଼ା ନେଇଥିଲୁ।କିନ୍ତୁ ତପସ୍ୱିନୀ ରହିଲେ ନାହିଁ।କହିଲେ ଏହା ରହିବା ଉପଯୋଗୀ ନୁହେଁ।
ଯେତେବେଳେ ତାଙ୍କ ମା ପୂଜା କରୁଛନ୍ତି ସେ ବଡ଼ ପାଟି କରି ମୋବାଇଲରେ ସାଉଣ୍ଡ ଦେଇ ଗୀତ ବଜାଉଛନ୍ତି।ବିଭିନ୍ନ ଲୋକଙ୍କୁ ଗେଟ ଖୋଲି ଘର ଭିତରକୁ ଆଣୁଛନ୍ତି।ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କୁଆଡେ ଯାଉଛନ୍ତି ତାର କିଛି ହିସାବ ପତ୍ର ନାହିଁ।ମାନ୍ୟବର କୋର୍ଟ କହିଥିଲେ କି ତାଙ୍କ ଘରେ ଯେଉଁ ବଡ଼ ଲୋକ ରହୁଛନ୍ତି ତାଙ୍କୁ କୌଣସି ପ୍ରକାରର ଅସୁବିଧା ଯେମିତି ନ ହୁଏ।
ସୁମିତ ଓ ତପସ୍ଵିନୀ ଘଟଣା ସୋସିଆଲ ମିଡିଆରେ ଏତେ ଚର୍ଚ୍ଚାରେ ଅଛି ଯେ ତାଙ୍କ ନାମ ଯେଉଁଠି ଶୁଣୁଛନ୍ତି ଲୋକ ଘର ଭଡ଼ା ଦେବା ପାଇଁ ନାରାଜ।ବହୁତ କଷ୍ଟରେ ଗୋଟିଏ ଘର ଭଡ଼ାଟେ ଖୋଜା ଯାଇଛି।ସେ କହିଥିଲେ କି ମୋ ସ୍ବାମୀ ଗଛ ମୂଳରେ ରହିଲେ ବି ମୁଁ ରହିବି।ଆଉ ଘର ଭଡ଼ା ଖୋଜି ଦେବା ପରେ ବି ତମେ କହୁଛ କି ସେଠି ରହିବ ନାହିଁ।
ଏହା ମାନେ ସେମାନେ କେମିତି ଘଟଣାକୁ ଲମ୍ବାଇବେ ଗୋଟିଏ ଯୋଜନାରେ ବ୍ୟସ୍ତ।ସେ ଘର ଭିତରକୁ ଅନ୍ୟ ଲୋକମାନେ ଆସୁଛନ୍ତି।ଆମ ପାଖରେ ପ୍ରମାଣ ଅଛି ଆମେ ଠିକ ଜାଗାରେ ଠିକ ସମୟରେ ତାକୁ ଦେବୁ।ଆପଣ ଯଦି ପ୍ରକୃତରେ ତାଙ୍କ ସହ ରହିବାକୁ ଚାହୁଁଛନ୍ତି ତାଙ୍କ ପରିବାର ସହ ରହିବାକୁ ଚାହୁଁଛନ୍ତି ତେବେ ଶାନ୍ତିରେ ରହିବା ଶିଖନ୍ତୁ।
ତାଙ୍କ ମାଆ ଠାକୁର ପୂଜା କରୁଛନ୍ତି ଆପଣ ସେଠି ମୋବାଇଲରେ ଗୀତ ବଜାଉଛନ୍ତି।ସେ ଯେତେବେଳେ ଶୋଇବାକୁ ଯାଉଛନ୍ତି ଆପଣ ଜାଣି ଶୁଣି ଦୁଲ ଦୁଲ କରୁଛନ୍ତି।କିନ୍ତୁ ସେଠି କହିଲେ ଯେଉଁ ଘରେ ରଖିଲେ ରାଜି କିନ୍ତୁ ଏଇଠି ଘର ଦିଆଗଲା ସେ ଯାଉ ନାହାଁନ୍ତି। ସେଠି ତାଙ୍କ ବାପା ମା ରହୁଛନ୍ତି।ସେମାନେ କଣ କାମ କରିବା ବେଳକୁ ଜୋର ଜୋର ସାଉଣ୍ଡ କରି ଗୀତ ବଜାଉଛନ୍ତି।
ଏହାର ପ୍ରମାଣ ମଧ୍ୟ ଆମ ପାଖରେ ଅଛି। ମାନ୍ୟବର କୋର୍ଟ ବାରମ୍ବାର କହିଛନ୍ତି କି ଯେମିତି ତାଙ୍କର କିଛି ଅସୁବିଧା ନ ହୁଏ।ଏହା ସହ ତାଙ୍କ ଘର ଭିତରକୁ ଅନେକ ଲୋକ ଆଣୁଛନ୍ତି।ଖାଲି ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବୋହୂ ତାଙ୍କ ଘରେ ଅଛି।ଯେଉଁ ବୋହୂ ପୂର୍ବରୁ ନିର୍ଯାତନା କେସ ଆଣିଥିଲା ତାକୁ ଆଜି ସେମାନେ ଘରେ ରହିବାକୁ ଦେଇଛନ୍ତି।ଯାହା ସତ୍ୟ ତାହା ଜଗତରେ ସତ୍ୟ।ସମୟ ଆସିଲେ ତାହା ପରି ପ୍ରକାଶ ହେବ।