ଯାତ୍ରାର ରାଣୀ ଅନୁପମାଙ୍କ (ANUUPAMA) କାହାଣୀ,କିଭଳି ପିଲାଟି ଦିନରୁ ଯାତ୍ରା କୁ ଆସିବା ପରେ ତାଙ୍କ ସହିତ…ଦେଖନ୍ତୁ Video

Spread the love

କାହା ପାଖରୁ ମାଡ଼ ଖାଇଛି କାହା ପାଖରୁ ଗାଳି ଶୁଣିଛି।ସେଇ ଗାଳି ଆଜି ମୋ ପାଇଁ ଭାତ ଥାଳି ହୋଇ ଯାଇଚି।ସେଇ ମାଡ଼ ଆଜି ମୋ ପାଇଁ ଫୁଲ ଥାଳି ହୋଇ ଯାଇଚି।ସେ ଅନୁପମା ସେ ଅନନ୍ୟା।ଦୀର୍ଘ ୩ ଦଶନ୍ଧିର ଅଭିନୟ ଜୀବନ।ଲୁହ ଯେତିକି ସନ୍ତୋଷ ବି ସେତିକି।ନିଜେ କଥା କହିବା ବେଳେ ତାଙ୍କ ଆଖିର ଲୁହ ଶୁଣିବା ଲୋକର ଛାତି କାନ୍ଦି ଉଠେ।ଏହା ଅନୁପମାଙ୍କ ଅଙ୍ଗେ ନିଭା କଥା।

ତେବେ ବହୁ ଦୁଃଖ ବହୁ ଯନ୍ତ୍ରଣା ଭିତରେ ଜୀବନକୁ ଗଢି ଚାଲିଛୁ।କେବଳ ନିଜ ପରିବାର ବାପା ମା ଭାଇ ଭଉଣୀ ଆଉ ନିଜର ଜୀବନ ଜୀବିକା ଗଢ଼ିବା ପାଇଁ।ଏଇ ଯାତ୍ରା ପଇସାରୁ ହିଁ ମୋ ଭାଇ ଭଉଣୀକୁ ସମସ୍ତଙ୍କୁ ମଣିଷ କରିଚି ବାପା ମାଆଙ୍କୁ ଦେଖିଚି ନିଜ ଜୀବନକୁ ଗଢି ଚାଲିଛି।ସାଲିସ କରି ନାହାଁନ୍ତି କିନ୍ତୁ ସଫଳ ହୋଇଛନ୍ତି।

ଏଥିପାଇଁ ତାଙ୍କୁ ବହୁ ସଙ୍ଘର୍ଷ କରିବା ପାଇଁ ପଡ଼ିଛି।ଆର୍ଥିକ ଅନଟନ ତାଙ୍କୁ ଯାତ୍ରାକୁ ଆସିବା ପାଇଁ ବାଧ୍ୟ କରିଥିଲା।୨୦୦ ଟଙ୍କାରେ ଚାକିରି ଆରମ୍ଭ।ଉତରା ଚରିତ୍ରରେ ପ୍ରଥମ ଅଭିନୟ।ତେବେ ପାର୍ଶ୍ଵ ଅଭିନେତ୍ରୀରୁ ନାୟିକା।୩୫ ବର୍ଷର କଳାକାର ଜୀବନରେ ୧୧ ଟି ଯାତ୍ରା ପାର୍ଟିରେ ଅଭିନୟ କରିଛନ୍ତି।

ଅନେକ ପ୍ରଶଂସା ତାଙ୍କୁ ଦେଇଚି ସଫଳତାର ଶାନ୍ତି।ନା ପଇସା ଥିଲା ନା ସମ୍ମାନ ଥିଲା କେବଳ କାମ ଥିଲା।ବହୁ କଷ୍ଟରେ ଏଇ ସଂଳାପ ଶିଖିବା ପାଇଁ କାହା ପାଖରୁ ମାଡ ଖାଇଛି।କାହା ପାଖରୁ ଗାଳି ଶୁଣିଛି।ସେଇ ଗାଳି ଆଜି ମୋ ପାଇଁ ଭାତ ଥାଳି ହୋଇ ଯାଇଚି।ସେଇ ମାଡ଼ ଆଜି ମୋ ପାଇଁ ଫୁଲ ଥାଳି ହୋଇ ଯାଇଚି।

ଅଭିନେତ୍ରୀ ଅନୁପମା ଘଡେ଼ଇ ଭଦ୍ରକ ଜିଲ୍ଲା ବାସୁଦେବ ପୂର ବ୍ଲକ ସୋଆ ଗାଁର ଝିଅ।ଯାତ୍ରା ଜୀବନ ଆରମ୍ଭ କରିଥିଲେ ଓଡ଼ିଶା ଅପେରାରୁ।ପରେ ତୁଳସୀ,ଗୌରୀ,ବାଘା ଯତୀନ,ଶିବାନୀ କୋଣାର୍କ, ଇଷ୍ଟର୍ନ ବ୍ଲୁ ଓ ପାର୍ବତୀ ଭଳି ବଡ ବଡ଼ ଅପେରାରେ କାମ କରିଛନ୍ତି।ଅନେକ ସଙ୍ଘର୍ଷ ଆଉ ସେତେବେଳେ ପଇସା ବି କମ।

ସାହି ପଡ଼ିଶାଙ୍କ ଅନେକ ଟାହୀ ଟାପରା।ସେ କିନ୍ତୁ ହାରି ନଥିଲେ କି ରହି ନଥିଲେ।ନିଜ ଲକ୍ଷ ସ୍ଥଳରେ ଆଗେଇ ଚାଲିଥିଲେ।ଅଭିନୟରେ ସେ ଯେମିତି ଅନୁପମା ମଞ୍ଚ ବାହାରେ ବି ସେ ସେମିତି ଭଲ ମଣିଷ।ତେବେ ଘର ସଂସାର ପରିବାରର ଦାୟିତ୍ବ ତୁଲାଇଛନ୍ତି ସେ।ବାପାଙ୍କ ସହମତିରେ ଯାତ୍ରାକୁ ଆସିଥିଲେ।ଯାତ୍ରାର ରୋଜଗାରରେ ବାପା ମାଙ୍କୁ ସୁଖ ଦେଇଛନ୍ତି।ଆଉ ଭାଇ ଭଉଣୀ ମାନଙ୍କୁ ମଣିଷ କରିଥିଲେ।ସେ ପତ୍ନୀ ଓ ବୋହୂର ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।ଆଉ ଏବେ ସେ ବେସ ଚର୍ଚ୍ଚିତ।

Leave a Reply

Your email address will not be published. Required fields are marked *