ଆମର ୯୫ ଫୁଟ ପେଣ୍ଡାଲ ହେଉଛି। ଯେଉଁଠି କମ ଜାଗା ଥାଏ ପେଣ୍ଡାଲ ତିଆରି କରିବା ପାଇଁ ସେଠି କଣ ହୁଏ।ଆପଣ ମାନେ କୋଣାର୍କ ଗଣନାଟ୍ୟର ଟେଣ୍ଟ ଦେଖିଥିବେ।ବର୍ତ୍ତମାନ ଟେଣ୍ଟ ପୋତା ଚାଲିଛି।କର୍ମଚାରୀମାନେ ନିଜକୁ ନିୟୋଜିତ କରି ସାରିଛନ୍ତି କର୍ମରେ।ଆଜି ଆମେ ତାଙ୍କ ସହ କଥା ହେବା ସେମାନେ କେତେ ଖୁସି ଅଛନ୍ତି କାମ କରି।କେତେ ଦିନ ଟେଣ୍ଟ ପୋତିବା ପାଇଁ ଲାଗେ।କଣ କଣ ସବୁ ବ୍ଯବହାର କରାଯାଏ।
ଆପଣ କୋଣାର୍କ ଗଣନାଟ୍ୟର ବର୍ତ୍ତମାନ କେଉଁ ଦାୟିତ୍ଵରେ ଅଛନ୍ତି।ଆଜ୍ଞା ମୁଁ ଟେଣ୍ଟ ମିସ୍ତ୍ରୀ।ଆପଣଙ୍କ ଅନୁଷ୍ଠାନରେ କେତେ ଜଣ ଟେଣ୍ଟ ମିସ୍ତ୍ରୀ ଅଛନ୍ତି।ଆମର ଏବେ ୧୦ ଜଣ ଭଳି ଅଛନ୍ତି ଆଉ।ଏହି ଯେଉଁ ଟେଣ୍ଟ ବାନ୍ଧୁଛନ୍ତି ଏହା ଆପଣଙ୍କୁ କେତେ ଦିନ ଲାଗେ।ଆମକୁ ପାଖା ପାଖି ୩ ଦିନ ଲାଗେ।
ଏ ଯେଉଁ ବାଉଁଶ ଓ ଟେଣ୍ଟ ଥାଏ ତାହା ଦୁଇ ପ୍ରକାରର ଥାଏ।କେତେ ବର୍ଷ ହେବ ଆପଣ କୋଣାର୍କରେ କାମ କରୁଛନ୍ତି।ମୁଁ ୨ ବର୍ଷ ହେବ କାମ କରୁଛି।ଏହା ପୂର୍ବରୁ କଣ କାମ କରୁଥିଲେ। ଟେଣ୍ଟ କାମ କରୁଥିଲି।ଆପଣ ଆସିବା ପୂର୍ବରୁ କୌଣସି ଗାଡ଼ି ଆସି ନଥାଏ।ତେବେ ଆପଣ ସାଙ୍ଗରେ ସରଞ୍ଜାମ ସବୁ ନେଇ କରି ବୁଲନ୍ତି।
ଅନ୍ୟ କର୍ମଚାରୀ ବନ୍ଧୁ ମାନେ କିଭଳି କାମ କରୁଛନ୍ତି।ବହୁତ ମଉଜ ମସ୍ତି କରି କାମ କରୁଛନ୍ତି।ବର୍ତ୍ତମାନ ଆପଣଙ୍କର ବନ୍ଧା ଚାଲିଛି।ଆପଣ ବହୁତ ଦୂରରୁ ଆସିଛନ୍ତି।ବେଳେ ବେଳେ ଏମିତି ଡେରି ହୋଇ ଯାଏ ନାହିଁ କି।ଯେତେବେଳେ ଆପଣଙ୍କର ପ୍ରୋଗ୍ରାମ ଥାଏ କି ୧୧ ସୁଦ୍ଧା ଆପଣଙ୍କୁ ପେଣ୍ଡାଲ କରି ଦେବାକୁ ପଡେ।
ସେତେବେଳେ ଯଦି ଆପଣଙ୍କ କାମ ସରି ନଥାଏ ଆପଣ କେମିତି କଣ କରନ୍ତି।ଆମେ ଲାଗିପାତି ତାକୁ କାମ ସାରୁ।ଆମେ ଚଣ୍ଡିଖୋଲରୁ ଏଇଠି ୧୧ ଜଣ କର୍ମଚାରୀ ଅଛୁ।ଘରେ କେମିତି କଣ ଆପଣ ସମୟ ଦେଉଛନ୍ତି।ଆମେ ଏଇଠି ଦେଖୁଛୁ ୪ ଦିନ ୫ ଦିନରେ କାମ ସାରି ଘରକୁ ଯାଉ।ଆପଣ ଯେଉଁ ଯାଉଛନ୍ତି ଆପଣଙ୍କ ମଧ୍ୟରେ ଏଇଠି କିଛି କାମ କରିବାକୁ ପଡେ ନାହିଁ।
ବେଳେବେଳେ କିଛି ବର୍ଷା କି ପବନ ହେଲା ସେତେବେଳେ ଟେଣ୍ଟ କିଛି ନଇଁ ଯାଏ।ସେ ସମୟରେ ଆପଣ କିଛି ଅସୁବିଧା ଫେସ କରିଛନ୍ତି କି।ହଁ ବହୁତ ସମୟରେ ଏମିତି ହୁଏ।ଅଧିକ ପିଲା ଆଣିବାକୁ ପଡେ।ଅନେକ ଲୋକ ଟେଣ୍ଟ ବାନ୍ଧୁଛନ୍ତି।ଆପଣ କେତେ ବର୍ଷ ହେବ ଯାତ୍ରାରେ ଅଛନ୍ତି।ମୁଁ ଆଜିକୁ ପ୍ରାୟ ୧୦ ବର୍ଷ ହେବ ଯାତ୍ରାରେ ଅଛି।ସକାଳୁ ସବୁ ଖାଇ ପିଇ କାମରେ ଲାଗି ପଡିଛନ୍ତି।ଆମର ଏଇଠି ୯୫ ଫୁଟ ପେଣ୍ଡାଲ ହେଉଛି।ଏ ଲୁହା ପାଇପ ସବୁ ପେଣ୍ଡାଲ ପାଇପ।ଏଇଭଳି ଆମର ୨୨ ପିସ ଲାଗିଛି।