ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହ-ତ୍ୟା ମାମଲା ବିଷୟରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହି ଘଟଣାର ଚର୍ଚ୍ଚା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି।
ଯେଉଁଠାରେ ଦେଖିବେ ଏହି ଘଟଣାର ଚର୍ଚ୍ଚା।ତେବେ ଆମେ ଏହା ବିଷୟରେ କିଛି ନୂତନ ଖବର ଜାଣିବା।ତେବେ ବାସ୍ତବରେ କ୍ୟାମେରମ୍ୟାନଙ୍କ ମୃତ୍ୟୁ ଏକ ବହୁତ ବଡ଼ ଦୁଃଖର ଘଟଣା ଅଟେ।ଏହାକୁ ନେଇ ତାଙ୍କ ପରିବାର ଲୋକ ଅନେକ ଦୁଃଖ ପ୍ରକାଶ କରିଛନ୍ତି।ସେ ଏବେ ମଧ୍ୟ ଏହାକୁ ନେଇ ଝୁରୁଛନ୍ତି।
ତେବେ କ୍ୟାମେରମ୍ୟାନଙ୍କ ମୃତ୍ୟୁ ପଛରେ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ହାତ ଥିବାର ଜଣା ପଡ଼ିଛି।କ୍ରାଇମବ୍ରାଞ୍ଚର ତଦନ୍ତରୁ ଯାହା ଜଣାପଡିଛି ମାନସ ଶର୍ମିଷ୍ଠାଙ୍କ କିଛି ଫଟୋ ରଖିଥିଲେ ଏବଂ ତାଙ୍କୁ ଏହି ଫଟୋକୁ ନେଇ ବ୍ଲାକମେଲ କରୁଥିଲେ।ତେବେ ତାଙ୍କୁ ରାସ୍ତାରୁ ହଟେଇବା ପାଇଁ ଶର୍ମିଷ୍ଠା ଏବଂ ନିରଞ୍ଜନ ଷଡ଼ଯନ୍ତ୍ର ରଚିଥିଲେ।
ତେବେ କିଛି ସୂଚନାରୁ ଜଣା ପଡ଼ିଛି ଝୁନା କୁଆଡେ ହୋଇଥାନ୍ତା ଦୟାଲ ଆଶ୍ରମର ମାଲିକିଆଣି।ଶର୍ମିଷ୍ଠା ଝୁନାକୁ କହିଥିଲା ମୁଁ ସାମ୍ବାଦିକ ଲୋକ ଏବଂ ଅନ୍ୟଙ୍କୁ ବୁଝିବି।ଆଉ ତୁ ଆଶ୍ରମ କଥା ବୁଝିବୁ।ଆଶ୍ରମର ସବୁକିଛି ତୁହିଁ ଦେଖିବୁ।ଶର୍ମିଷ୍ଠା ଠାରୁ ଏମିତି କିଛି ଶୁଣି ସାରିବା ପରେ ରାତିରେ ନୁହେଁ ଦିନରେ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲା ଝୁନା।
ମାଡ଼ମ ଶର୍ମିଷ୍ଠାଙ୍କ କେତେ ଆଡେ ଚିହ୍ନା।ସେ ଯାହା କହିବେ ବାବୁ ନିରଞ୍ଜନ ତାହା ହିଁ କହିବେ।ଆଉ ଯେତେବେଳେ ମାଡ଼ମ ଏହି ଦାଇତ୍ୱ ମତେ ଦେବେ ମୋ ଲାଇଫ ବନିଯିବ।ସେ ଶର୍ମିଷ୍ଠାଙ୍କୁ ପ୍ରତିଶୃତି ଦେଇଥିଲେ ଓ ଝୁନା ମନେ ମନେ ଭାବୁଥିଲା ଦୟାଲ ଆଶ୍ରମର ମଳିକିଆଣି ହେବ।ଏହା ସହିତ ଦୟାଲ ଆଶ୍ରମ ତା ଇସାରାରେ ଚାଲିବ।
ନିଜ ଘର ଛାଡି ସେ ଆଶ୍ରମରେ ଅଧିକ ସମୟ ରହୁଥିଲା।ଆଶ୍ରମର ପ୍ରାୟ ସବୁ କାମ ଝୁନାହିଁ କରୁଥିଲା।କହିବାକୁ ଗଲେ ଝୁନା ଆଗକୁ ଅଧିକ ରୋଜଗାର କରିବା ଇଚ୍ଛାରେ ନିରଞ୍ଜନ ଆଉ ଶର୍ମିଷ୍ଠା ଯାହା କହୁଥିଲେ ସେ ତାହା କରୁଥିଲା।ଏମିତିକି ନିରଞ୍ଜନ ଆଉ ଶର୍ମିଷ୍ଠା କଥାରେ ମାନସ ପାଇଁ ଅଣ୍ଡର ଟେକିଙ୍ଗ ମଧ୍ୟ ଲେଖିଥିଲା ଝୁନା।ଶର୍ମିଷ୍ଠା ଝୁନାକୁ ଦିନରେ ସ୍ୱପ୍ନ ଦେଖାଇ ମାନସ ହ-ତ୍ୟା କାଣ୍ଡରେ ଝୁନାକୁ ସାମିଲ କରିଦେଲା।ଏବେ ଜେଲର ଚାରିକାନ୍ଥ ଭିତରେ ଦୟାଲ ଆଶ୍ରମକୁ ଝୁରି ହେଉଛି ଝୁନା।