ଜାଣନ୍ତୁ ଜୁଆଣି (Thymes) ପାଣି ପିଇବାର ମହତ୍ତ୍ୱ,ଜାଣିବା ପରେ ଆପଣ ସବୁଦିନ ପିଇବା ପାଇଁ ଏହାକୁ ମନ କରିବେ..

Spread the love

ଭାରତୀୟ ରୋଷେଇ ଘରେ ଉପସ୍ଥିତ ମସଲା କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ କାର୍ଯ୍ୟ କରେ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ରୋଷେଇ ଘରେ ଉପସ୍ଥିତ ଥିବା ପ୍ରତେକ ମସଲା ଏହାର ଆୟୁର୍ବେଦିକ ଗୁଣ ପାଇଁ ଜଣାଶୁଣା। ଏହା ମଧ୍ୟରୁ ଜୁଆଣି ଅନ୍ୟତମ ଅଟେ। ଜୁଆଣି ରେ ପ୍ରୋଟିନ, ଫ୍ୟାଟ୍ସ, କାର୍ବୋହାଇଡ୍ରେଟ୍ସ , ମିନେରାଲସ ଆଦି ରହିଥାଏ। ଏହା ବ୍ୟତୀତ ଏଥିରେ କ୍ୟାଲସିୟମ, ଥାଇଆମାଇନ, ରାଇବୋଫ୍ଲାବିନ,ଫସଫରସ, ଆଇରନ ଏବଂ ନିଆସିନ ଆଦି ପ୍ରଚୁର ପରିମାଣରେ ରହିଥାଏ। ଏମିତି ଅନେକ ପ୍ରକାରରେ ଜୁଆଣି ଆମକୁ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ସବୁ ସୁବିଧା ସମ୍ପର୍କରେ।

ପ୍ରଥମ ସୁବିଧା ହେଉଛି ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇଲେ, ଶରୀରରେ ମେଦ ବହୁଳତା କମିଥାଏ। ଶରୀରର ଅତ୍ୟଧିକ ମାଂସପେଶୀ କମେ ଏବଂ ଶରୀର ପତଳା ହୁଏ। ଶରୀରର ଓଜନ କମେ।

ଦ୍ୱିତୀୟ କଥା ହେଉଛି ଯଦି ଆପଣ ହଜମ ପ୍ରକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଜୁଆଣି ପାଣି ବ୍ୟବହାର କରନ୍ତୁ। ଏହା ଦ୍ୱରା ଗ୍ୟାସ, ଅପାଚନ ଏବଂ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ଲାଗି ଏହା ଅତ୍ୟନ୍ତ ଦରକାରୀ ସାବ୍ୟସ୍ତ ହୋଇଥାଏ।

ତୃତୀୟ କଥା ହେଉଛି ଏହା କୋଲେଷ୍ଟିରଲ କମାଇବାରେ ସାହାଯ୍ୟ କରିଥାଏ। ଶରୀରରେ କୋଲେଷ୍ଟିରଲ ମାତ୍ର ଅଧିକ ଥିଲେ ଏହି ପାଣିକୁ ଦୈନିକ ଦୁଇ ଥର ପିଅନ୍ତୁ। ଦେଖିବେ ଏହାର ମାତ୍ରା କମିଯିବ।

ଚତୁର୍ଥ କଥା ହେଉଛି ଏହା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଦାନ୍ତରେ ଦେଖା ଦେଉଥିବା ବ୍ୟାକ୍ଟେରିଆଲ ରୋଗରୁ ଏହା ଦାନ୍ତକୁ ରକ୍ଷା କରିଥାଏ। ଏହା ଦ୍ୱାରା ଦାନ୍ତ ଯନ୍ତ୍ରଣା କମ୍ ହୁଏ। ପଞ୍ଚମ କଥା ହେଉଛି ମୁଣ୍ଡ ବିନ୍ଧା। ଯଦି ଆପଣଙ୍କୁ ରାତିରେ ଶୋଇବାରେ କୌଣସି ଅସୁବିଧା ହେଉଛି କିମ୍ବା ଯଦି ମୁଣ୍ଡ ବିନ୍ଧା ହେଉଛି, ତେବେ ଦୈନିକ ଜୁଆଣି ପାଣି ପିଅନ୍ତୁ। ଏହା ଯୋଗୁଁ ଅନେକ ମାତ୍ରାରେ ମୁଣ୍ଡ ବିନ୍ଧା କମି ଯିବ।

ଷଷ୍ଠ କଥା ହେଉଛି ଡାଇବେଟିସ ଅର୍ଥାତ ମଧୁମେହ। ଏହି ରୋଗର ବ୍ୟକ୍ତିମାନେ ପ୍ରତ୍ୟେକ ଦିନ ସକାଳୁ ଉଠି ଜୁଆଣି ପାଣି ପିଇବା ଆବଶ୍ୟକ। ଏହା ଦ୍ୱାରା ମଧୁମେହର ପରିମାଣ ଶରୀରରେ କମ୍ ରହିଥାଏ। ଶରୀର ଶାନ୍ତ ଏବଂ ସ୍ଥିର ରୁହେ। ତେଣୁ ସବୁଦିନ ସକାଳେ ଏହି ଜୁଆଣି ପାଣିରୁ ଗୋଟେ କପ ପାଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *