ସୋମ୍ୟ ଙ୍କ ମା କହିଲେ ସବୁଠୁ ବଡ କଥା,ମୋ ସ୍ୱପ୍ନରେ ଆସୁଛି ଆଉ କହୁଛି Mummy ମତେ ନ୍ୟାୟ ଦରକାର,ଆଉ ତାପରେ ଯାହା କହିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ…ଦେଖନ୍ତୁ Video

Spread the love

ମୋ ପୁଅ ସ୍ୱପ୍ନରେ ଆସୁଛି ମତେ ଖାଲି ମମି ମମି ଡାକୁଛି ମତେ ଏମିତି ଲାଗୁଛି।ମତେ ନ୍ୟାୟ ମିଳିବା ଦରକାର କହି କାନ୍ଦୁଛି।ଆଉ କିଛି କଥା ଶୁଣି ପାରୁନି ମୁଁ।ମୋ ପୁଅର ଆତ୍ମା ଅତୃପ୍ତ ଆତ୍ମା ହୋଇ ଘୁରି ବୁଲୁଛି।ମୋ ସ୍ୱପ୍ନରେ ଆସୁଛି ଓ କହୁଛି ମା ମତେ ନ୍ୟାୟ ଦରକାର।ମୁଁ ନ୍ୟାୟ ପାଇବାକୁ ଚାହୁଁଛି।ଆଉ ଏହା ଛଡ଼ା କିଛି ଶୁଣି ପାରୁନି।ମୋ ନିଦ ଭାଙ୍ଗିବା ବେଳେ ମୋ ପୁଅ କୁଆଡେ ପଳେଇ ଯାଉଛି।ମୁଁ ଏତିକି ଜାଣିଛି କି ମୋ ପୁଅର ଆତ୍ମା ଏବେ ଅତୃପ୍ତ ଆତ୍ମା ହୋଇ ଘୁରି ବୁଲୁଛି।

ଆଉ ସେ ନ୍ୟାୟ ନ ପାଇବା ଯାଏ ତା ଆତ୍ମା କେବେ ବି ଶାନ୍ତି ହେବ ନାହିଁ।ଆଉ ସେ ଏଇଠି ଶାନ୍ତିରେ ନଥିଲେ ଉପରେ ମଧ୍ୟ ନାହିଁ। ଏଇଠି ସୋନାଲି ତାକୁ ବଞ୍ଚିବାକୁ ଦେଉ ନଥିଲା। ବାରମ୍ବାର ତା ହୃଦୟକୁ କଷ୍ଟ ଦେଇ ଚାଲିଥିଲା।ଯାହାକି ସହି ପାରୁ ନଥିଲା ମୋ ପୁଅ।ଶେଷରେ ସେ ଆ-ତ୍ମ-ହ-ତ୍ୟା କରି ଦେଲା।ଆଉ ଯାହା ପାଇଁ ସେ ଆ-ତ୍ମ-ହ-ତ୍ୟା କଲା ସେ କିନ୍ତୁ ଦଣ୍ଡ ପାଇଲା ନାହିଁ।

ସେଥି ପାଇଁ ମୋ ପୁଅର ଆତ୍ମା ଏବେ ଅତୃପ୍ତ ଆତ୍ମା ହୋଇ ଘୁରି ବୁଲୁଛି।ସେହି ଦିନ ମୋ ପୁଅର ଆତ୍ମା ଶାନ୍ତି ପାଇବ ଯେଉଁ ଦିନ ସୋନାଲି ନନ୍ଦ ଗିରଫ ହେବ।କିନ୍ତୁ ମୁଁ ଆଉ ସହି ପାରୁନି।ମୋ ପୁଅର ମୃତ୍ୟୁକୁ ୨ ମାସ ବିତିଲାଣି କିନ୍ତୁ କିଛି ବି ଫରକ ପଡିନି। ନା ସୋନାଲି ଗିରଫ ହେଲା ନା ମୋ ପୁଅ ନ୍ୟାୟ ପାଇଲା।

ଆଉ ଯଦି ମୋ ପୁଅ ନ୍ୟାୟ ନ ପାଏ ମୁଁ ପାଗଳ ହୋଇଯିବି।ତାଙ୍କ ମାଆ କହିଛନ୍ତି କି ଆଜିକୁ ଦୁଇ ମାସ ହୋଇଗଲାଣି।ଯାଇଥିଲୁ ଥାନାକୁ ପୁଅର ଫୋନ ଆଣିବା ପାଇଁ।ଥାନାରେ ପଚାରିବାକୁ ଯାଇଥିଲୁ ଯେ କେସ କେତେ ବାଟ ଗଲାଣି।କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଆମକୁ କିଛି ବି ଜଣାଇ ନାହାନ୍ତି।କି ଆମେ କୌଣସି କାରଣ ପାଇନୁ।

ଦୁଇ ମାସ ହୋଇଗଲାଣି। ମାନ୍ୟବର ହାଇ କୋର୍ଟ ଆଦେଶ ଦେଲା ପରେ ବି ସେମାନେ କହିଲେ ତିନି ସପ୍ତାହ ମଧ୍ୟରେ ଆମକୁ କେସ ବିଷୟରେ ଜଣାଅ।ସେ କିଛି କହିଲେ ନାହିଁ।୩ ସପ୍ତାହ ବିତି ଯିବା ପରେ ମାନ୍ୟବର ହାଇ କୋର୍ଟକୁ ଏମାନେ ଏମିତି ଅବମାନନା କରୁଛନ୍ତି। ଏଥିରୁ କେତେ ପ୍ରେଶର ପଡୁଛି ଆପଣ ଚିନ୍ତା କରନ୍ତୁ।

ଗୋଟିଏ ପଟେ ସୌମ୍ୟଙ୍କ ମାଆ ନ୍ୟାୟ ପାଇବା ପାଇଁ ଆଡି ବସିଥିବା ବେଳେ ସେପଟେ ସୋନାଲିକୁ ବାହା କରିବା ପାଇଁ ଲାଗିଲାନି ତାଙ୍କ ପରିବାର ଲୋକେ।ଆଉ ଏବେ ଚର୍ଚା ହେଉଛି ବାହା ହେବାକୁ ଯାଉଛନ୍ତି ସୋନାଲି।ସୋନାଲି ବାହା ହୋଇଗଲେ ସବୁ ଚର୍ଚ୍ଚାରେ ବ୍ରେକ ଲାଗିଯିବ।ଆଉ ଦଣ୍ଡ ପାଇଁ କେହି ଦାବି କରିବେ ନାହିଁ।

Leave a Reply

Your email address will not be published. Required fields are marked *