ଆମ କଳାକାର ମାନଙ୍କୁ ଗୋଟେ ନିଶା ଘାରିଛି ଯେ ମୋର ବଡ଼ ପଣିଆ, ମୋ ବାହାଦୂରୀ ଆଉ ଦେଖେଇ ହେବା। ମୁଁ ଯେତେବେଳେ ପାଠ ପଢ଼ୁଥିଲି ସେଇ ସମୟରେ ହର ଭାଇଙ୍କ ସମୟରୁ ଗୋଟେ ଟ୍ରେଣ୍ଡ ଚାଲିଛି ଯେ ଦାନ କରନ୍ତୁ।ଆରେ ଓଡ଼ିଶାରେ ଏମିତି ମଧ୍ୟ ଲୋକ ଅଛନ୍ତି ଯାହାଙ୍କ ପାଖରେ ୫ ଶହ ଟଙ୍କା ମଧ୍ୟ ନାହିଁ ମେଡିସିନ ଖାଇବାପାଇଁ
ଆଉ ଏଇ ଜଉ ଜିନିଷ ଆମ ଇଣ୍ଡଷ୍ଟ୍ରିରେ ଆପଣ ଦେଖୁଛନ୍ତି ସେଇଟା କେବଳ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ହିଁ ଆପଣଙ୍କୁ ଦେଖିବାକୁ ମିଳିବ ଆଉ କଉ ଇଣ୍ଡଷ୍ଟ୍ରିରେ ଏଇ ଜିନିଷ ଆପଣ ଦେଖିବା ପାଇଁ ପାଇବେ ନାହିଁ।ଆମକୁ ହାତ ପତେଇ ଭିକ୍ଷା ମାଗିବାକୁ ପାଇଁ ବହୁତ କଷ୍ଟ ଲାଗୁଛି।ପିଣ୍ଟୁ ଭାଇ ହଉଛନ୍ତି ଜଣେ ୨୦, ୨୫ ବର୍ଷର କଳାକାର।
ପିଣ୍ଟୁ ଭାଇର ଅଭିନୟ ସ୍କୁଲ ଥିଲା ସେ ବହୁତ ଭଲ ପରିବେଶରୁ ଆସିଛନ୍ତି,ସେ ବହୁତ ସାରା ଫିଲ୍ମ କରିଛନ୍ତି,୫୦ ଟାରୁ ଅଧିକ ଫିଲ୍ମ ସେ କରିଛନ୍ତି। ପିଣ୍ଟୁ ଭାଇ ସହ ମୁଁ ବହୁତ କଥା ହୁଏ ତାଙ୍କର ଅଲଗା ବିଜନେଶ ମଧ୍ୟ ଥିଲା।ସେ ମୋ ଜଗତସିଂହପୁରର ଭାଇ ତେଣୁକରି ମୁଁ ଚାହିଁବି ସେ ନିଶ୍ଚିତ ଭାବରେ ଭଲ ହେଇଯାଆନ୍ତୁ
କିନ୍ତୁ ତା ପୂର୍ବରୁ ମୁଁ ସମସ୍ତଙ୍କ ସାମ୍ନାରେ କାନ ଧରିବି, କାନ ଧରି ଭୁଲ ମାଗି ସମସ୍ତଙ୍କୁ ଗୋଟେ କଥା କହିବି।ଆପଣ ଜଉ ପ୍ରଶ୍ନ ମତେ ପଚାରିଲେ ସେହି ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କୁ କାନ ଧରି କହୁଛି ଯେ ପିଣ୍ଟୁ ଭାଇର ଅଭିନୟ ସ୍କୁଲ ଥିଲା ସେ ବହୁତ ଭଲ ପରିବେଶରୁ ଆସିଛନ୍ତି,ସେ ବହୁତ ସାରା ଫିଲ୍ମ କରିଛନ୍ତି,
୫୦ ଟାରୁ ଅଧିକ ଫିଲ୍ମ ସେ କରିଛନ୍ତି, ତାଙ୍କ ପୁଅ ସାଇ ଇଣ୍ଟରନେସନାଲ ସ୍କୁଲରେ ପାଠ ପଢୁଛି,ତାଙ୍କ ପାଖରେ କଣ ପଇସା ନଥିଲା।ଆମେ କଳାକାର ହିସାବରେ ୫ ହଜାର, ୧୦ ହଜାର ଦେଇ ପାରିବୁ ହେଲେ ମୋତେ ଗୋଟେ ଜିନିଷ ଖରାପ ଲାଗୁଛି ଯେ ମୁଁ ଜଣେ କଳାକାର ହେଇ ଲୋକଙ୍କୁ କାହିଁକି ପଇସା ମାଗିବି?
ମୁଁ ତ ୨୦ ବର୍ଷ ପୂର୍ବର କଳାକାର ନୁହଁ ମୁଁ ଏଇ ୨୦ ବର୍ଷ ଭିତରର କଳାକାର। ଆଗରୁ କଳାକାର ଦୁଃଖରେ ରହୁଥିଲେ ହେଲେ ଏବେ ନୁହଁ। ଏମିତି କିଛି ରୁଦ୍ର କହିଥିଲେ।