ପ୍ରତିଦିନ ଅନେକ ରୋଗ ଅନେକ ଲୋକଙ୍କ ଜୀବନକୁ ତଳି ତଳାନ୍ତ କରିଦେଉଛି।ଆପଣ ମାନଙ୍କ ଭିତରୁ ଏମିତି କେତେ ଜଣ ଅଛନ୍ତି ସେମାନେ ଦିନ ଆରମ୍ଭରୁ ଦିନ ସାରିବା ପର୍ଯ୍ୟନ୍ତ ଔଷଧ ହିଁ ଖାଇଥାନ୍ତି ହେଲେ ଆପଣ ମାନେ ଜାଣିଥିବେ ଯେ ଆମର ଆଇ ଏବଂ ଆଈମା ମାନଙ୍କୁ ଔଷଧ ଖାଇବାକୁ ପଡ଼ିନଥାଏ।କାରଣ ସେମାନଙ୍କ ଖାଦ୍ୟରେ
ଏମିତି ଏକ ଜିନିଷ ରହୁଥିଲା ଯାହା ଆମେ ପସନ୍ଦ କରୁନାହେ।ଆଉ ଯଦି ବି ପସନ୍ଦ କରୁଛେ ହୁଏତ ମୁଁହ ଗନ୍ଧ ହେବ ବୋଲି ଖାଉ ନାହେଁ।ଆଜି ଆମେ ଜାଣିବା ରସୁଣ ଖାଇବା ଦ୍ବାରା କେତେ ଫାଇଦା ହେବ।ଆପଣଙ୍କର ଖାଦ୍ୟ ଅବସ୍ଥା ହିଁ ଆପଣଙ୍କୁ ସୁସ୍ଥ ରଖିବ।ଏବେ ଆସନ୍ତୁ ଜାଣିବା ରସୁଣ କୁ କିପରି ଖାଇବେ ଏବଂ
କେଉଁ ସମୟରେ ଆଦୌ ଖାଇବେ ନାହିଁ।ବନ୍ଧୁଗଣ ସକାଳୁ ଖାଲି ପେଟରେ ରସୁଣ ଖାଇବା ଆପଣଙ୍କ ପାଇଁ ରମବାଣ ହୋଇଥାଏ ଆପଣଙ୍କର ୮୦ ପ୍ରତିଶତ ରୋଗ ଦୂର କରିଦେବ ଏହି ରସୁଣ।ତେବେ ଆସନ୍ତୁ ଜାଣିବା କେଉଁ କେଉଁ ପରିସ୍ଥିତି ରେ ଆପଣ ରସୁଣ ଖାଇବେ।ବନ୍ଧୁଗଣ ଶୀତଦିନେ ସକାଳୁ ରସୁଣ
ଖାଇଲେ ଆପଣଙ୍କୁ ଥଣ୍ଡା କାଶ ହେବ ନାହିଁ କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି।ସକାଳୁ ଜଳଖିଆ ଖାଇସାରିବା ପରେ ଦୁଇଟି ମାତ୍ର ରସୁଣ କୋଲା କୁ ଖାଇ ଦିଅନ୍ତୁ ଏହା ଆପଣଙ୍କର ବଦହଜମି କୁ ଦୂର କରିଦେବ।ପେଟରେ ଥିବା କୃମି ମଧ୍ୟ ମରିଯିବେ।ଆପଣ ଛୋଟ ପିଲା ମାନଙ୍କୁ ମଧ୍ୟ ଏହାକୁ
ଖୁଆଇ ପାରିବେ।ଏହା ଦ୍ବାରା ଭୋକ ସଠିକ ସମୟରେ ଲାଗିବ।ହଁ ଛୋଟ ପିଲାମାନେ ଏହାକୁ ଖାଇବାକୁ ବେଶୀ ଆଗ୍ରହ ଦିଅନ୍ତି ନାହିଁ କିନ୍ତୁ ଆପଣ ତାଙ୍କୁ ଯେଉଁ ଖାଇବା ଦେଉଛନ୍ତି ଯେମିତି କି ଆଲୁଭଜା ଦେଉଛନ୍ତି ତାହା ସହିତ ରସୁଣ କୁ ଛୋଟଛୋଟ କରି କାଟି ଦେଇପାରିବେ।ଏହା ସହିତ ଯଦି ଆପଣ ଉଚ୍ଚ
ରକ୍ତଚାପ ରୋଗୀ ତେବେ ଆପଣ ନିୟମିତ ରସୁଣ ଖାଇବା ନିହାତି ଆବଶ୍ୟକ।ଏହା ହୃଦରୋଗ ଭଳି ସମସ୍ୟା ରୁ ଆପଣଙ୍କୁ ବଂଚାଇଥାଏ।ଯେଉଁ ଭଳି ପରିବେଶ ଦୂଷିତ ବଢୁଛି ଏଥିପାଇ ଆପଣ ରସୁଣ ଖଆଇବା ନିହାତି ଦରକାର ଏହା ଆପଣଙ୍କର ଇମ୍ୟୁନିଟି କୁ ବଢିଥାଏ।ଯେଉଁ ମାନେ ଧୁମ୍ରପାନ କରୁଛନ୍ତି
ସେମାନଙ୍କ ପାଇଁ ଏହା ବହୁତ ଭଲ ହୋଇଥାଏ।ସେମାନଙ୍କ ଫୁସଫୁସ କୁ ସୁସ୍ଥ ରଖିଥାଏ ଏହି ରସୁଣ।ଏହା ଛଡ଼ା ଯଦି ଆପଣଙ୍କର ଦାନ୍ତ ରେ ଦରଜ ରହିଥାଏ କିମ୍ବା ରକ୍ତ ବାହାରିଥାଏ ଆପଣ ରସୁଣ କୁ ବାଟି ଏହାର ରସ କୁ ଦାନ୍ତ ର ମୂଳରେ ଲଗାଇ ପାରିବେ।ଏହା ରକ୍ତ ଜମାଟ କୁ ଠିକ୍ କରିବା ସହିତ ରକ୍ତ ତିଆରି
ରେ ମଧ୍ୟ ସାହାଯ୍ୟ କରିଥାଏ।ରସୁଣ କେଉଁ ମାନେ ଖାଇବେ ନାହିଁ?ଲୋ ବିପି ଥିଲେ କେବେ ବି କଞ୍ଚା ରସୁଣ ଖାଇବେ ନାହିଁ।ଯଦି ଆପଣଙ୍କର ଲିଭର ମଧ୍ୟ ଦୁର୍ବଳ ଥିବ ତେବେ ଆପଣ ଏହା ଖାଇବା ଅନୁଚିତ୍।ଏହା ଶରୀରକୁ ଗରମ କରିଦିଏ ତେଣୁ ଗର୍ଭବତୀ ମହିଳା ଆଦୌ କଞ୍ଚା ରସୁଣ ଖାନ୍ତୁ ନାହିଁ।
ଯଦି ଶରୀରରେ କୌଣସି ଅସୁବିଧା ରହିଛି ତେବେ ପ୍ରଥମେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ଏହା ପରେ କଞ୍ଚା ରସୁଣ ଖାଇବା ଆରମ୍ଭ କରନ୍ତୁ।କଞ୍ଚା ରସୁଣ ଖାଇବା ର ସଠିକ କଣ?ଯେଉଁମାନେ କଞ୍ଚା ରସୁଣ ଖାଇ ପାରୁ ନାହାନ୍ତି ସେମାନେ ଦୁଇ କୋଲା ରସୁଣ ନିଅନ୍ତୁ।ଏହାକୁ ଗରମ ପାଣି ସହ ଚୋବେଇ ଖାନ୍ତୁ।
ଯେଉଁ ମାନେ କଞ୍ଚା ରସୁଣ ଖାଇପାରିବେ ନାହିଁ ସେମାନେ ଏହାକୁ ତରକାରୀ ସହ ମିଶାଇ ଦଳି ଖାଆନ୍ତୁ।ଆପଣ ଏହାକୁ ଚକଟା କରି ମଧ୍ୟ ଖାଇପାରିବେ।ଯେଉଁ ମାନେ ଆଦୌ ପିଆଜ ରସୁଣ ଖାଉ ନାହାନ୍ତି ସେମାନେ ନିୟମିତ ବ୍ୟାୟାମ କରିଲେ ମଧ୍ୟ ସେମାନେ ସୁସ୍ଥ ରହିପାରିବେ।