ଦେଶର ସମସ୍ତ ଝିଅଙ୍କ ପାଇଁ ଉଦାହରଣ ସାଜିଲେ ରାଷ୍ଟ୍ରପତିଙ୍କ ଝିଅ Swati Kovind,କରିଲେ ଏପରି କାମ ଯେ ସାରା ଦେଶ କରୁଛି ପ୍ରଶଂସା…ଦେଖନ୍ତୁ Video

Spread the love

ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜୀବନ ଶୈଳୀ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।ଆଜି ଆମେ ତାଙ୍କ ଜୀବନଶୈଳୀ ବିଷୟରେ ଜାଣିବା ଯାହାକି ଆମ ମାନଙ୍କ ଭଳି ସାଧାରଣ ମଣିଷ ପାଇଁ ନିହାତି ଆବଶ୍ୟକ।ଦେଶର ପ୍ରଥମ ବ୍ୟକ୍ତିଙ୍କ ସହ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ଅନେକ କଥା ରହିଛି ଯାହା ହୁଏ ତ କେହି ଜାଣିଥିବେ।ପ୍ରଣବ ମୁଖାର୍ଜୀଙ୍କ ଭଳି ରାମନାଥ କୋବିନ୍ଦ ଯେତେବେଳେ ଦେଶର ରାଷ୍ଟ୍ରପତି ହେଲେ ସେ ରାଷ୍ଟ୍ରପତି ପଦବୀ ପାଇଲେ ସତ।

ହେଲେ ଆଜି ମଧ୍ୟ ତାଙ୍କ ପରିବାର ଗୋଟିଏ ସାଧାରଣ ଜୀବନ ଯାପନ କରୁଛନ୍ତି।କଥା ବିଶ୍ୱାସ ନ ହେଲେ ବି ସତ।ତାଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ତିଳେ ମାତ୍ର ଗର୍ବ ନାହିଁ କି ତାଙ୍କ ପରିବାରର ମୁଖ୍ୟ ହେଉଛନ୍ତି ଦେଶର ରାଷ୍ଟ୍ରପତି।ପିତା ରାଷ୍ଟ୍ରପତି ହେଲେ ମଧ୍ୟ ତାଙ୍କ ଝିଅ ବାପାଙ୍କ ଟଙ୍କାରେ ଅଏସ ଆରାମ ନ କରି ନିଜେ ଗୋଟିଏ ପରିଚୟ କରି ପାରିଛନ୍ତି।

ତାଙ୍କ ଝିଅ ବାପା ରାଷ୍ଟ୍ରପତି ହେବା ପରେ ମଧ୍ୟ ଯେଉଁ କାର୍ଯ୍ୟ କରୁଥିଲେ ତାକୁ କେବେ ବି ଛାଡ଼ି ନଥିଲେ।ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ତାଙ୍କ ପେସା ସମ୍ପର୍କରେ।ତାଙ୍କ ପୁଅ ଗୋଟିଏ ପ୍ରାଇଭେଟ ଏୟାର ଲାଇନ କମ୍ପାନୀରେ କାମ କରୁଥିଲେ।ତାଙ୍କ ବୋହୂ ଜଣେ ଶିକ୍ଷୟତ୍ରୀ।ସେ ମଧ୍ୟ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ଦୁଃଖ କଷ୍ଟରେ ଜୀବନ ବିତାଇଛନ୍ତି।

ଆଉ ସେଥି ପାଇଁ ସେ ଦେଶର ଗୋଟିଏ ପ୍ରତିଷ୍ଠିତ ପଦବୀରେ ଅଛନ୍ତି। କୋବିନ୍ଦ ତାଙ୍କ ପରିବାରକୁ ସର୍ବଦା ଆତ୍ମନିର୍ଭରଶୀଳ ଶିଖାଇଛନ୍ତି।ସେହି କାରଣ ପାଇଁ ଆଜି ତାଙ୍କ ପୁଅ ଓ ଝିଅ ବାପାଙ୍କ ନାମରେ ନୁହେଁ ନିଜର ନାମରେ ଗୋଟିଏ ପରିଚୟ ସୃଷ୍ଟି କରିପାରିଛନ୍ତି।ତାଙ୍କ ଝିଅ ଭାରତର ସମସ୍ତ ସାଧାରଣ ଝିଅଙ୍କ ଭଳି ନିଜର ଗୋଟିଏ ପରିଚୟ କରି ପାରିଥିଲେ।

ସେ ତାଙ୍କର କୌଣସି କାର୍ଯ୍ୟ ବି ବାପାଙ୍କ ନାମ ନ ନେଇ ନିଜ ବଳରେ କରିଥାନ୍ତି।ତାଙ୍କ ଝିଅ ସ୍ୱାତି ଏୟାର ଲାଇନରେ ଏୟାର ହଷ୍ଟେସ ଥିଲେ। ଇଣ୍ଡିଆନ ବୋଇଂ ୭୭୭ ଓ ୭୮୭ରେ ସେ ହଷ୍ଟେସ ଥିଲେ।ଏମିତି କି ତାଙ୍କ ଜୀବନରେ ଏକ ଘଟଣା ଘଟିଥିଲା।ଯେତେବେଳେ ତାଙ୍କ ବାପା ରାଷ୍ଟ୍ରପତି ପଦବୀରେ ନିଯୁକ୍ତ ହେଲେ

ସେହି ସମୟରେ ବାପାଙ୍କ ସମ୍ମାନ ସମାରୋହରେ ଯୋଗ ଦେବା ପାଇଁ ତାଙ୍କ ଝିଅଙ୍କୁ ଛୁଟି ଦେଇ ନଥିଲେ।ଆଉ ତା ପରେ ସେ ଛୁଟି ନେଇ ସମାରୋହରେ ଯୋଗ ଦେଇଥିଲେ।କିନ୍ତୁ ସେ ତାଙ୍କ ପିତାଙ୍କ ସଫଳତା ଓ ପରିଚୟ ବିଷୟରେ ସେ କାହାକୁ କହି ନଥିଲେ।ଏ ସମ୍ପର୍କରେ ଯେତେବେଳେ ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଗଲେ।ଆଉ ଏହି ପରି ତାଙ୍କର ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଅନ୍ୟ ଏକ ଦିୟୁଟିରେ ନିଯୁକ୍ତି ଦିଆ ଯାଇଥିଲା।

Leave a Reply

Your email address will not be published. Required fields are marked *