ଯୁବକଙ୍କୁ ଧରୁଛ ଯୁବତୀଙ୍କୁ କେବେ,କାହିଁକି ଏଭଳି ପାତରଅନ୍ତର,କେବେ ଧାରା ପଡିବେ SONALI,ମାମଲା ଲୋକ ଭୁଲି ଗଲେଣି…

Spread the love

ସାରାଙ୍କ ପାଇଁ ମିଲନଙ୍କୁ ବାନ୍ଧିଲ। ରଶ୍ମୀଙ୍କ ପାଇଁ ସନ୍ତୋଷ ଆଉ ରାଜାଙ୍କୁ ଜେରା।ଏବେ ଆଶ୍ରିତାଙ୍କ ପାଇଁ ସତ୍ୟପ୍ରକାଶ ଗିରଫ। ରାଜ୍ୟରେ ଲଭ ସେକ୍ସ ଧୋକା ଏକ ପ୍ରକାରର ନୂଆ ଖବର ହୋଇ ଗଲାଣି।ଏହି ଟ୍ରେଣ୍ଡ ଏବେ ଅନେକ କ୍ଷେତ୍ରରେ ଯୁବକ ଓ ଯୁବତୀଙ୍କ ଜୀବନ ନେଉଛି।କେତେବେଳେ ଯୁବକଙ୍କ ପ୍ରେମରେ ପାଗଳ ହୋଇ ଯୁବତୀ ଅଘଟଣ କଲେଣି ତ ଆଉ କେତେବେଳେ ପ୍ରେମିକା।

ଅଘଟଣ ପୂର୍ବରୁ କିଏ ଅଘଟଣ ନୋଟ ଛାଡ଼ିଲେଣି ତ କେତେବେଳେ ପ୍ରେମିକ ହାରିଲେଣି ଜୀବନ।ଅଘଟଣ ପୂର୍ବରୁ କିଏ ପ୍ରେମିକ ଦୋଷ ଦେଉଛି ଆଉ କିଏ ନିଜକୁ ସୋସିଆଲ ମିଡିଆରେ ଲାଇଭ ଅଘଟଣ କରି ପ୍ରେମିକାକୁ ଦଉଛି ଦୋଷ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି।ଗଣ ମାଧ୍ୟମରେ ପ୍ରମୁଖ ଖବର ପାଲଟିଛି।

ଯୁବପିଢି ଠାରୁ ଆରମ୍ଭ କରି ବୟସ୍କ ମାନଙ୍କର ଏହାର ଶେଷ ପରିଣତି କଣ ହେବ ତାହାକୁ ଚାହିଁ ବସିଛନ୍ତି।ପୋଲିସ ତଦନ୍ତ କୁଆଡେ ଯାଉଛି।ତାକୁ ମଧ୍ୟ ଲକ୍ଷ କରିଛନ୍ତି ସାଧାରଣ ଲୋକ।କିନ୍ତୁ ଠିକ ଏତିକି ବେଳେ ବ୍ୟତିକ୍ରମ ଦେଖା ଯାଉଥିବା ଅଭିଯୋଗ ହୋଇଛି।ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ତଦନ୍ତ ଶୀଘ୍ର ହେଉଥିବା

ବେଳେ ପୁରୁଷ ମାନଙ୍କ କ୍ଷେତ୍ରରେ ତଦନ୍ତ ହେଉ ନାହିଁ। ଅଭିନେତ୍ରୀ ସାରା ନିଜ ବଏଫ୍ରେଣ୍ଡ ମିଲନଙ୍କ ନାମରେ ଲଭ ସେକ୍ସ ଧୋକାର ଅଭିଯୋଗ ଆଣୁ ଆଣୁ ଗୋଟିଏ ଦିନ ଭିତରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଠିକ ସେହିଭଳି ଅଭିନେତ୍ରୀ ରଶ୍ମିରେଖାଙ୍କ ଅଘଟଣ ମାମଲା।ଥାନାରେ ମାମଲା ରୁଜୁ ହେଉ ହେଉ

ପୋଲିସ ସନ୍ତୋଷ ଓ ରାଜାଙ୍କୁ ଡାକି ପଚରା ଉଚରା କରିଥିଲେ।ଏହି ଘଟଣାର ୧୭ ଦିନ ପରେ ସ୍ବାମୀ ସନ୍ତୋଷ ମଧ୍ୟ ଅଘଟଣ କରିଛନ୍ତି। ନିକଟରେ ଏମସିଏ ଛାତ୍ରୀଙ୍କ ଅଘଟଣ। ପୋଲିସ ତାଙ୍କ ଅଘଟଣ ନୋଟକୁ ଆଧାର କରି ତାଙ୍କ ବଏଫ୍ରେଣ୍ଡକୁ ଆରେଷ୍ଟ କରିଛି।ତେବେ ସବୁଠାରୁ ଗୁରୁତ୍ୟପୂର୍ଣ କଥା ହେଲା

ଯଦି ଜଣେ ଝିଅ ଅଭିଯୋଗ କରୁଛି ବା ଅଘଟଣ କରୁଛି ସେ ନେଇ କିଛି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ।କିନ୍ତୁ ଗତ ଦିନରେ ପୁଅ ମାନେ ଅଘଟଣ କଲେ କି କଣ ହେଲେ ପୋଲିସର ତଦନ୍ତ ଧିମା ହୋଇଛି।ସେ ସୌମ୍ୟ କେଶ ହେଉ କି ଅନୁଗୁଲର ଅଭିଜିତ। ଏମାନଙ୍କ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ।

ଏ ପର୍ଯ୍ୟନ୍ତ ସୋନାଲିଙ୍କ ମାମଲାରେ ସୋନାଲି ପଦାକୁ ଆସିଲେ ନାହିଁ।ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଥାନାରୁ ଯାଇ ମାମଲା କୋର୍ଟରେ ପହଞ୍ଚିଲା।ହେଲେ ସମାଧାନ ହୋଇ ପାରିଲା ନାହିଁ।ପୁଅକୁ ହରାଇ ଆଜି ବି କାନ୍ଦୁଛନ୍ତି ବୁଢ଼ା ବାପା ମା। ଏହି ଭଳି ଅନେକ ଘଟଣା ଘଟୁଛି ଯେଉଁଥିରେ ପୁଅଙ୍କ ପରିବାରକୁ ଏ ଯାଏ ନ୍ୟାୟ ମିଲି ନାହିଁ।ଯଦି ପୁଅଟିଏ ଅଘଟଣ କରୁଛି ଆଉ ଝିଅକୁ ଏଥିରେ ଦାୟୀ କରୁଛି।ତେବେ ପୋଲିସର କାର୍ଯ୍ୟାନୁଷ୍ଠାନ କଣ ପାଇଁ ଝିଅଙ୍କ ବିରୁଦ୍ଧରେ ହେଉ ନାହିଁ।

Leave a Reply

Your email address will not be published. Required fields are marked *