କେଉଁ ଭଗବାନଙ୍କୁ କେଉଁ ଫୁଲ ରେ ପୂଜା କଲେ ମିଳିଥାଏ ଭଗବାନ ଙ୍କ କୃପା,Pujaa ପାଇଁ କେଉଁ ଫୁଲ ବ୍ୟବହାର କରିବାର ନିୟମ ରହିଛି ଜାଣିଲେ ଆପଣଙ୍କ ସବୁ ମନସ୍କାମନା ପୁରାଣ ହେବ…

Spread the love

ତେବେ ଆମେ ସମସ୍ତେ ଜାଣୁ କି ଦେବା ଦେବୀଙ୍କ ପୂଜା ପାଇଁ ଆମେ ବିଭିନ୍ନ ପ୍ରକାରର ଫୁଲ ବ୍ୟବହାର କରିଥାଉ।ଏହା ସହିତ ବିଭିନ୍ନ ପ୍ରକାରର ଫୁଲ ବିଭିନ୍ନ ପ୍ରକାରର ଦେବା ଦେବୀଙ୍କ ପାଇଁ ବ୍ୟବହାର ହୋଇଥାଏ।ତେବେ ଆମେ ଯଦି ଭଗବାନଙ୍କ ପସନ୍ଦ ଅନୁସାରେ ଫୁଲର ବ୍ୟବହାର କରିବା ତେବେ ସେ ଆମ ଉପରେ ନିଶ୍ଚୟ ଭାବରେ ପ୍ରସନ୍ନ ହେବେ ଏହା ସହିତ ଭଗବାନଙ୍କ ଆଶୀର୍ବାଦ ଆମେ ସହଜରେ ପ୍ରାପ୍ତ କରିବା।

ତେବେ ଭଗବାନ ଶିବଙ୍କ ପୂଜା ପାଇଁ ସାଧାରଣ ଭାବରେ ଅନେକ ପ୍ରକାରର ଫୁଲ ବ୍ୟବହାର କରା ଯାଇଥାଏ।ତେବେ ବିଶେଷ ଭାବରେ ଅରଖ,ଗଙ୍ଗ ସିଉଳି,ନାଗାର୍ଜୁନ,ମନ୍ଦାର,ସେବତୀ,କଦମ୍ବ,ଦୁଦୁରା,ବଉଳ,କାସଦଣ୍ଡି,ଚମ୍ପା,ଧଳା କନିଆର ଆଦି ଫୁଲ ଅର୍ପଣ କରା ଯାଇଥାଏ ତେବେ ଏହି ସମସ୍ତ ଫୁଲ ଦ୍ଵାରା ଆପଣ ଯଦି ଭଗବାନ ଶିବଙ୍କ ପୂଜା କରିବେ

ତେବେ ଭଗବାନ ଶିବ ଆପଣଙ୍କ ଉପରେ ନିଶ୍ଚୟ ଭାବରେ ପ୍ରସନ୍ନ ହୋଇଯିବେ।ଏହା ସହିତ ଆପଣଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂର୍ଣ୍ଣ କରିବେ।ଠିକ ସେହିପରି ଭାବରେ ମାତା ଦୁର୍ଗାଙ୍କୁ ନବମଲ୍ଲିକା,କନିଆରି,ମନ୍ଦାର,କୁନ୍ଦ, କୁନାଙ୍ଗ ଫୁଲ ଆଦି ଅର୍ପଣ କଲେ ମାତା ଦୁର୍ଗା ଆପଣଙ୍କ ଉପରେ ନିଶ୍ଚୟ ଭାବରେ ପ୍ରସନ୍ନ ହୋଇ ଯିବେ।

ଠିକ ସେହିପରି ଭାବରେ ଭଗବାନ ସୂର୍ଯ୍ୟ ଦେବଙ୍କ ଉପରେ ଆପଣ ଯଦି ଚମ୍ପା,ଯାଇ,କୁନ୍ଦ,ପଦ୍ମ,ପାଳାସ,ଆଗସ୍ତି,ଜବା, ପଳାସ,କୁସୁମ ଆଦି ଫୁଲ ଅର୍ପଣ କରିଲେ ଅନେକ ଶୁଭ ହୋଇଥାଏ।ଏହା ସହିତ ଭଗବାନ ସୂର୍ଯ୍ୟଦେବ ଆପଣଙ୍କ ଉପରେ ନିଶ୍ଚୟ ଭାବରେ ପ୍ରସନ୍ନ ହୋଇ ଥାଆନ୍ତି।ଏହା ସହିତ ଆପଣଙ୍କ ସମସ୍ତ ଇଚ୍ଛା ମଧ୍ୟ ପୁରଣ କରି ଥାଆନ୍ତି।

ସେହିପରି ଭାବରେ ମାତା ଲକ୍ଷ୍ମୀଙ୍କୁ ଆପଣ ଯଦି ଧୂତୁରା,ପୁନାଙ୍ଗ,ବେଲପତ୍ର ଆଦି ଅର୍ପଣ କରିବା ସହିତ ପୂଜା କରିବା ଫଳରେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ।ଯାହା ଫଳରେ ଆପଣଙ୍କ ପାଖରେ କେବେ ମଧ୍ୟ ଧନର ଅଭାବ ଦେଖା ଯାଇ ନଥାଏ।ସେହିପରି ଭାବରେ ଭଗବାନ ଗଣେଶଙ୍କ ପୂଜା କରିବା ପାଇଁ

ବିଶେଷ ଭାବରେ ଅପରାଜିତା, ମନ୍ଦାର,ଶ୍ୱେତଦିପା,ପୁନାଙ୍ଗ,ଅଶୋକ,ଚମ୍ପା,ପନ୍ଦ୍ମ ଓ କରବିର ଆଦି ଫୁଲ ଅର୍ପଣ କରିବା ଫଳରେ ଆପଣଙ୍କ ଉପରେ ଭଗବାନ ଗଣେଶ ପ୍ରସନ୍ନ ହୋଇ ଥାଆନ୍ତି।ଭଗବାନ ବିଷ୍ଣୁଙ୍କ ପାଖରେ ଟଗର,ଯୁଇ ଫୁଲ ଅର୍ପଣ କରିବା ଫଳରେ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ସେହିପରି ଭାବରେ ମାତା ସରସ୍ୱତୀଙ୍କ ପାଖରେ ଧୂତୁରା,ଶ୍ୱେତ ଦୁବ ଆଦି ଫୁଲ ଅର୍ପଣ କରିବା ଫଳରେ ମାତା ସରସ୍ଵତୀ ବହୁତ ଅଧିକ ସନ୍ତୁଷ୍ଟ ହୋଇ ଥାଆନ୍ତି।ସେହିପରି ଭାବରେ ମାଆ ମଙ୍ଗଳାଙ୍କ ପାଖରେ ଟଗର,ମନ୍ଦାର ଆଦି ଫୁଲ ଅର୍ପଣ କରିବା ଫଳରେ ସେ ଆପଣଙ୍କ ଉପରେ ଅନେକ ପ୍ରସନ୍ନ ହୋଇ ଥାଆନ୍ତି।ତେବେ ପୂଜା କରିବା ସହିତ ଭକ୍ତିର ସହିତ ପୂଜା କରିବା ଫଳରେ ଆପଣ ଅନେକ ଭାବରେ ସଫଳତା ପାଇ ପାରିବେ।

Leave a Reply

Your email address will not be published. Required fields are marked *