ଖୋଲିଲା ସଂଗ୍ରାମ ବାବୁ ଙ୍କ Job ପୂର୍ବ ଗୁମର,ବାପା ସେଲୁନରେ କାମ କରୁଥିଲେ,Exam ଦେଇକି ଭାରତରେ TOPPER ହେଇଥିଲେ ଡିଏଫଓ କିନ୍ତୁ ଆଜି ବଦନାମ ରେ ହେଲେ ଏକ ନମ୍ବର

Spread the love

ସାଙ୍ଗମାନେ ଆପଣ ମାନେ ତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଖବର କଥା ଜାଣିଥିବେ।ଏହି କେଶକୁ ପ୍ରଥମେ ପୋଲିସ ତଦନ୍ତ କରୁଥିଲା କିନ୍ତୁ ବିଶେଷ କିଛି ନ ହେବାରୁ ଏହି ଘଟଣା କ୍ରାଇମ ବ୍ରାଞ୍ଚ ହାତକୁ ଚାଲି ଯାଇଛି।ତେବେ ଆଜି ମୁଁ ଆପଣ ମାନଙ୍କୁ ଡିଏଫଓଙ୍କ ବିଷୟରେ କିଛି ଅଜଣା କଥା ଜଣେଇବି।ସାଙ୍ଗମାନେ ବର୍ତ୍ତମାନ ସାରା ଓଡ଼ିଶାରେ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀଙ୍କ ନାମ ଯୋଡ଼ି ହୋଇଛି।

ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡାଙ୍କ ସହ ଘନିଷ୍ଠ ଓ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ବି ହୋଇଛି।ତେବେ ବର୍ତ୍ତମାନର ଏହି ଡିଏଫଓଙ୍କ ଜୀବନ କିନ୍ତୁ ପୂର୍ବରୁ ଥିଲା ସଂପୂର୍ଣ୍ଣ ଭିନ୍ନ।ସେ ଖୁବ ଶାନ୍ତ ସରଳ ଥିଲେ।କିନ୍ତୁ ବର୍ତ୍ତମାନ ସମୟରେ ସବୁ କିଛି ବଦଳି ଯାଇଛି।ତେବେ ଅର୍ଥ କାହାର ସଫଳତାର ପଛରେ ବାଧକ ସାଜେ ନାହିଁ ବୋଲି ପ୍ରମାଣ କରି ଦେଖାଇଥିଲେ ସଂଗ୍ରାମ।

ସେ ଜଣେ ସେଲୁନ ମାଲିକର ପୁଅ।ସଂଗ୍ରାମ ଆଇ ଏଫ ଏସ ପରୀକ୍ଷାରେ ଟପ୍ପର ହେବାର ଦ୍ୱିତୀୟ ଓଡ଼ିଆ।ସେ ପରୀକ୍ଷାରେ ଏ ଭଳି ଭାବେ କୃତ କାର୍ଯ୍ୟ ହୋଇ ପରିବାରର ସୁନାମ ଅର୍ଜନ କରିଥିଲେ।ଏ ସଫଳତା ପାଇ ଥିବାରୁ ପରିବାର ଲୋକେ ଅନେକ ଖୁସି ଥିଲେ ସେତେବେଳେ ସମୟରେ।୨୦୦୯ ମସିହାରେ ସଂଗ୍ରାମ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇ ପରିବାର ଓ ନିଜର ନାମକୁ ସାରା ଭାରତରେ ପରିଚିତ କରିପାରିଥିଲେ।

ଏହା ସହିତ ନିଜ ପରିବାରର ନାମକୁ ଏତେ ଉଚ୍ଚକୁ ନେଇ ପାରିଥିବାରୁ ଖୁସି ମଧ୍ୟ ଥିଲେ।ଦକ୍ଷତା ବଜାୟ ରଖିବାରେ ସକ୍ଷମ ଥିଲେ ସଂଗ୍ରାମ କେଶରୀ।ଏହି ସଫଳତାରେ ତାଙ୍କ ବାପା ଜେଜେ ବାପା ବି ବହୁତ ଗର୍ବିତ ଥିଲେ।ହେଲେ ଏବେ ସବୁ କିଛି ବଦଳି ଯାଇଛି।ପୁଅ ପାଇଁ ଖୁସି ହେଉଥିବା ବାପା ମାଆଙ୍କର ସ୍ଥିତି ଏବେ କଣ ଥିବ ତାହା ତ ଆମେ ଜାଣିନୁ କିନ୍ତୁ ବର୍ତ୍ତମାନ ତାଙ୍କୁ ନେଇ ସାରା ଓଡ଼ିଶା ଚର୍ଚ୍ଚା କରୁଛି।

ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ ମଧ୍ୟ କରା ଯାଉଛି।ସେଲୁନ ବାଲାର ପୁଅ ଏତେ ବଡ଼ ଚାକିରୀ ପାଇବା ପରେ ଘରେ ଖୁସି ହୋଇଥିଲେ ପରିବାର ଲୋକେ।କିନ୍ତୁ ଏବେ ତାଙ୍କ ଉପରେ ଦୋଷର ପାହାଡ଼ ଲଦା ଯାଇଛି।ସେ କେତେ ଦୋଷୀ ବା କେତେ ନିର୍ଦ୍ଦୋଷ ତାହା କ୍ରାଇମ ବ୍ରାଞ୍ଚ କହିବ।ହେଲେ ଓଡ଼ିଶାବାସୀ ତାଙ୍କୁ ନେଇ କ୍ରୋଧ ପ୍ରକାଶ କରୁଛନ୍ତି।

ବିଦ୍ୟା ଭାରତୀଙ୍କ ସହ ତାଙ୍କର ସଂପର୍କ ଏବଂ ଦୁଇ ଜଣଙ୍କ ସଲା ସୁତରାରେ ନିରୀହ ସୌମ୍ୟ ବଳି ପଡିଯାଇଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।ତେବେ ସମୟ ଆଉ ପରିସ୍ଥିତି ସବୁ କିଛି ବଦଳାଇ ଦେଇଥିବା ବେଳେ ବର୍ତ୍ତମାନର ଡିଏଫଓଙ୍କ ଅସଲି ମୁଖା କଣ ତାହା ବି ସମୟ ହିଁ କହିବ।

Leave a Reply

Your email address will not be published. Required fields are marked *