ତେବେ ମହିଳା ମାନଙ୍କୁ ସାଧାରଣ ଭାବରେ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମନା ଯାଇଥାଏ।ଏହା ସହିତ ସେମାନେ ଘରର ଲକ୍ଷ୍ମୀ ବୋଲି ମଧ୍ୟ ବିବେଚନା କରା ଯାଇଥାଏ।ତେବେ ଏପରି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଫଳରେ ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ।ତେଣୁ ଏହି ସମସ୍ତ କାର୍ଯ୍ୟ କରିବାରୁ ସେମାନଙ୍କୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା।ଯାହାକୁ କରିବା ଫଳରେ ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ।
ତେବେ ପ୍ରଥମେ ହେଉଛି ଯଦି ଘରେ ସନ୍ଧ୍ୟା ସମୟରେ କୌଣସି ମହିଳା ଚୁଟି ଖୋଲି ରୁହନ୍ତି ତେବେ ମାତା ଲକ୍ଷ୍ମୀ ସେହି ଘରକୁ ପ୍ରବେଶ କରନ୍ତି ନାହିଁ।ତେଣୁ ସନ୍ଧ୍ୟା ସମୟରେ କେବେ ମଧ୍ୟ ଘରେ ଚୁଟି ଖୋଲି ମହିଳା ମାନେ ରହିବା ଉଚିତ ନୁହେଁ।ଏହା ସହିତ କେବେ ମଧ୍ୟ ଘରର ମୁଖ୍ୟ ଦ୍ଵାର ଉପରେ ମହିଳା ମାନେ ବସିବା ଉଚିତ ନୁହେଁ।
କାରଣ ମାତା ଲକ୍ଷ୍ମୀ ଘରର ମୁଖ୍ୟ ଦ୍ଵାର ଦେଇ ଘର ମଧ୍ୟକୁ ପ୍ରବେଶ କରି ଥାଆନ୍ତି।ଏହା ସହିତ ଯଦି ମହିଳା ଘରର ମୁଖ୍ୟ ଦ୍ଵାର ଉପରେ ବସି ରହିବେ ତେବେ ମାତା ଲକ୍ଷ୍ମୀ ସେହି ସ୍ଥାନରୁ ଘରକୁ ନ ଯାଇ ଫେରିଯିବେ।ଏହା ସହିତ ଅଧିକ ସମୟ ଯାଏ ସୋଇ ରହିବା ଫଳରେ ମଧ୍ୟ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।
ଏହା ସହିତ ଯଦି ଆପଣଙ୍କ ଘରେ ଅଇଁଠା ପାତ୍ର ଅଧିକ ସମୟ ପଡ଼ି ରହି ଥାଏ ତେବେ ମଧ୍ୟ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ।ତେଣୁ ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ଏହା ସହିତ ଘରେ ଯଦି ଅନେକ ସମୟରେ କଳହ ଲାଗି ରହି ଥାଏ ତେବେ ମଧ୍ୟ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସନ୍ତି ନାହିଁ।
ତେଣୁ ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେନାହିଁ।ଏହା ସହିତ ଆପଣ ଯଦି ନିଜର ଘରକୁ ଆସୁଥିବା ଭିକ୍ଷୁକ ମାନଙ୍କୁ ଘଉଡାଇ ଦେବେ ତେବେ ଏହା ଫଳରେ ମଧ୍ୟ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହେବା ସହିତ ଆପଣଙ୍କ ଘରୁ ଚାଲିଯିବେ।
ଏହା ସହିତ କୌଣସି ପୁରୁଷ ଯଦି କୌଣସି ମହିଳାଙ୍କ ଅପମାନ କଲେ ତେବେ ସେହି ଘରୁ ମଧ୍ୟ ମାତା ଲକ୍ଷ୍ମୀ ବାହାରି ଚାଲିଯିବେ।ଏହା ବ୍ୟତୀତ ଆପଣ ସକାଳୁ ସକାଳୁ କାହାକୁ ଋଣ ଦିଅନ୍ତୁ ନାହିଁ ଏପରି କରିବା ଫଳରେ ମାତା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଘରକୁ ଚାଲି ଯାଇ ଥାଆନ୍ତି ତେଣୁ ଆପଣ ସକାଳୁ କାହାକୁ ଋଣ ଦିଅନ୍ତୁ ନାହିଁ।ଏହା ସହିତ ସକାଳୁ ଜଲଦି ଉଠିବା ସହିତ ଘରକୁ ଭଲ ଭାବରେ ସଫା କରିବା ଆବଶ୍ୟକ ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲି ଯାଇ ଥାଆନ୍ତି।ତେବେ ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବା ଫଳରେ ଯାଇ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ରହିବେ।