Konarka ଗଣନାଟ୍ୟର ରୋଷେଇ ଶାଳ,ଯାତ୍ରା ରେ ରୋଷେଇ ହୁଏ କିପରି ଓ କେତେ ଲୋକଙ୍କ ପାଇଁ ହୁଏ,ପ୍ରଥମଥର ଯାତ୍ରା ଲୋକଙ୍କ ରୋଷେଇ…ଦେଖନ୍ତୁ Video

Spread the love

ଓଡ଼ିଶାରେ ଯାତ୍ରାର ଚାହିଦା ବହୁତ ରହିଛି। ଯାତ୍ରା ଏବଂ ଗଣନାଟ୍ୟର ଉତ୍ପତ୍ତି ବୋଲି କୁହାଯାଉଥିବା ଏହି ଓଡିଶା ମାଟିର ରହିଛନ୍ତି ଅନେକ କଳାକାର। ଏହି କଳାକାର ମାନଙ୍କୁ ନେଇ ଗଢି ଉଠିଛି ଅନେକ ଗଣନାଟ୍ୟ। ଏହି ସବୁ ଗଣନାଟ୍ୟ ଓଡ଼ିଶାବାସୀଙ୍କୁ ଭେଟି ଦେଇଛନ୍ତି ଅନେକ ପ୍ରକାରର ସୁପରହିଟ ନାଟକ। ଏହି ସବୁ ନାଟକ ମଧ୍ୟରେ କୋଣାର୍କ ଗଣନାଟ୍ୟ ଏକ ନିଆରା ଏବଂ ପ୍ରସିଦ୍ଧ ନାଟକ ଅଟେ। ହାରାହାରି ୨୦୦ ଲୋକଙ୍କୁ ନେଇ ପରିଚାଳିତ ଏହି ନାଟକରେ ରହିଛନ୍ତି ଏଙ୍କ ଉଦିୟମାନ କଳାକାର।

ତେବେ ଆସନ୍ତୁ ଜାଣିବା ଏହି ଗଣନାଟ୍ୟର ରୋଷେଇ ଶାଳ ସମ୍ପର୍କରେ।କୋଣାର୍କ ଗଣନାଟ୍ୟର ପୂଜାରୀ ଦାୟିତ୍ୱରେ ଥିବା ନାନଙ୍କ କହିବା ଅନୁସାରେ ସେଠାରେ ପାଖାପାଖି ପ୍ରତ୍ୟେକ ଦିନ ୧୭୦ ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ଦିନ ଭାତ, ଡାଲମା, ଖଟା ଆଦି କରାଯାଇଥାଏ।

ଏହା ସହିତ ଅରୁଆ, ଉସୁନା ଅଲଗା ଅଲଗା ଏବଂ ଆମିଷ , ନିରାମିଷ ମଧ୍ୟ ଅଲଗା ଅଲଗା କରାଯାଇଥାଏ। ଗୋଟେ ଯୌଥ ପରିବାର ଭଳି ସମସ୍ତେ ଏକାଠି ଭୋଜନ କରିଥାନ୍ତି। ୭ ରୁ ୧୦ ଜଣ ପୂଜାରୀ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ସେମାନେ ଦୈନିକ ୧୨- ୧୪ ଘଣ୍ଟା ଖାଦ୍ୟ ପ୍ରସ୍ତୁତ କାମରେ ଲାଗିଥାନ୍ତି।

କୋଣାର୍କ ଗଣନାଟ୍ୟର ମୁଖ୍ୟ ପୂଜାରୀଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ତିରତୋଲ ଅଞ୍ଚଳରେ। ସେ ଏହି କାମରେ ୩୨ ବର୍ଷ କାର୍ଯ୍ୟ କରିଛନ୍ତି। ଏଥିମଧ୍ୟରୁ ୨୦ ବର୍ଷ ସେ ସଚିଦାନନ୍ଦ ଗଣନାଟ୍ୟରେ ଦୀର୍ଘ ୨୦ ବର୍ଷ କାର୍ଯ୍ୟ କରିଛନ୍ତି। ଏହାପରେ ଅନ୍ୟ ସବୁ ଗଣନାଟ୍ୟରେ କାମ କରିଛନ୍ତି। ଏହି ଗଣନାଟ୍ୟ ଜୀବନ ତାଙ୍କ ପାଇଁ ପରିବାର ଭଳି।

ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଭାରତ ଭୂଷଣ ଦେ (ପାକୁ ବାବୁ) ଙ୍କ ଦ୍ଵାରା ଏହି ଅନୁଷ୍ଠାନ ଏବଂ ଏହାର ଖାଦ୍ୟ ଭଣ୍ଡାର ଚାଲିଛି। ଦୈନିକ ରୋଷେଇ କାର୍ଯ୍ୟ କରିବା ପାଇଁ ୧୨୦ କେଜି କାଠ ଆବଶ୍ୟକ। ବର୍ଷା ଦିନେ ଅସୁବିଧାର ସମ୍ମୁଖୀନ ହେଲେ ଗ୍ୟାସ ଚୁଲାର ବବ୍ୟବହାର କରାଯାଏ। ଏହିପରି ଭାବରେ ଦୈନିକ ଭୋଜନ କାର୍ଯ୍ୟ କରାଯାଏ। ସମସ୍ତେ ଏକ ପରିବାର ଭଳି ମିଳିମିଶି ରୁହନ୍ତି ଏବଂ ପରସ୍ପରକୁ ସାହାଯ୍ୟ କରନ୍ତି।

Leave a Reply

Your email address will not be published. Required fields are marked *