ନିଜର କ୍ରୋଧ (Anger) କୁ ୫ ସେକେଣ୍ଡରେ ଶାନ୍ତ କରନ୍ତୁ,ଏହି ଉପାୟ ସବୁ କରିଲେ ଆଉ କେବେ ସହଜରେ କାହା ଉପରେ ରାଗ ବା କ୍ରୋଧ ଆସିବ ନାହିଁ…

Spread the love

କିଛି କିଛି ଲୋକ ଅଛନ୍ତି ଚିଡି ଚିଡା ସ୍ୱଭାବର।ଟିକିଏ ଟିକିଏ କଥାରେ ରାଗି ଯାଆନ୍ତି ଘରେ ବହୁତ ବିରକ୍ତ ହୁଅନ୍ତି।ବାହାରେ ମଧ୍ୟ ତାଙ୍କର ରାଗ ପ୍ରକାଶ ହୁଏ। ଏହି ଭଳି ଲୋକ ରାଗ ଶାନ୍ତ କରିବା ପାଇଁ ଗୋଟିଏ ଛୋଟିଆ କାମ କରନ୍ତୁ। ପ୍ରତେକ ଦିନ ୫ ଥର ନିଜ ଗୋଡ଼କୁ ଧୁଅନ୍ତୁ।ନିଜର ପାଦ ଓ ଗୋଡ଼କୁ ଭଲ ଭାବେ ଧୂଅନ୍ତୁ।ଦେଖିବେ ଧୀରେ ଧୀରେ ନିଜ ରାଗ ଶାନ୍ତ ହୋଇଯିବ। ଛୋଟ ଛୁଆ ଯେଉଁମାନେ ପାଠ ପଢୁଛନ୍ତି ସବୁବେଳେ ତାଙ୍କୁ କଂସା ବାସନରେ ଖାଇବାକୁ ଦିଅନ୍ତୁ।

କଂସା ଗ୍ଲାସରେ ପାଣି ପିଇବାକୁ ଦିଅନ୍ତୁ। କଂସାରେ ଖାଇବା ଦ୍ବାରା ସ୍ମରଣ ଶକ୍ତି ବଢେ।ମାସରେ ଅତି କମରେ ଥରେ ବ୍ରାହ୍ମୀ ଶାଗ ଛୁଆ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ତାର ସ୍ମରଣ ଶକ୍ତି ଅତି ତୀବ୍ର ହୋଇଯିବ।ପାଠ ସବୁ ମନେ ରହିବ। ମନ୍ଦିରରେ ନଡିଆ ବାଡେଇବା ବେଳେ ଜଣ ଜଣଙ୍କ ନଡ଼ିଆ ପଚା ପଡେ।

ମନ ବୁଝାଇବା ପାଇଁ ପୂଜକ କହେ ତୋ ଭାଗ୍ୟ କେତେ ଭଲ ନଡ଼ିଆ ପଚା ପଡ଼ିଲା।କିନ୍ତୁ ଏହା ଭୁଲ।ନଡ଼ିଆ ପଚା ପଡିଲେ ଭଲ ନୁହେଁ।ଯଦି ନଡ଼ିଆ ପଚା ପଡେ ଦିତୀୟ ନଡ଼ିଆ ଆଣି ବାଡେଇବା ଅପେକ୍ଷା ନଡିଆରେ ଗୋଟିଏ ଗୁଆ ଛୁଇଁ ଠାକୁରଙ୍କ ପାଖରେ ରଖି ଦିଅନ୍ତୁ।କାରଣ ଗୁଆ ହେଉଛି ଦ୍ୱିତୀୟ ନାରିକେଳ।

ତାକୁ ଦ୍ୱିତୀୟ ନଡ଼ିଆ ଭାବେ ଗ୍ରହଣ କରାଯାଏ।ଘରର ବିମ ତଳେ କେବେ ବସନ୍ତୁ ନାହିଁ କି ଖଟ ପକାଇ ଶୁଅନ୍ତୁ ନାହିଁ।ଏହା କରିବା ଦ୍ୱାରା ସୌଭାଗ୍ୟରେ ବାଧା ହୋଇଥାଏ।ଘରେ ଥିବା ଆଲମାରୀର କବାଟ ସବୁବେଳେ ବନ୍ଦ ରଖନ୍ତୁ।ବେଶି ସମୟ ବସି ରହିବା ଦ୍ଵାରା ଦେଖିବେ ଗୋଡ଼ ଝିମ ଝିମ ହୋଇଯାଏ।

ଯେଉଁ ଗୋଡ଼ ଝିମ ଝିମ ହେଉଛି ତାର ବିପରୀତ କାନ ଟାଣି ଧରି ୭ ଥର ଓମ ଉଚ୍ଚାରଣ କରନ୍ତୁ।ଯଦି ରାହୁଙ୍କର ଦଶା ଆପଣଙ୍କର ଚାଲିଛି।ଯଦି ରାହୁଙ୍କ ଦୋଷରୁ ଆପଣ ଖରାପ ଫଳ ଭୋଗ କରୁଛନ୍ତି ମନେ ରଖିବେ ଆପଣଙ୍କ ଘରକୁ ଯେ କୌଣସି ଲୋକ ଯେତେବେଳେ ଆସିବ।ଯେତେବେଳେ ଘର ମୁଁହରେ ପାଦ ଦେବ ଓ ବସିବା ପରେ ତାକୁ ସୁଧ ପାଣି ଗ୍ଲାସ ଗୋଟିଏ ଦିଅନ୍ତୁ।

ଗୋଟିଏ ଗ୍ଲାସ ସୁଧ ପାଣି ଯଦି ଆମେ ଗୋଟାଏ ଲୋକଙ୍କୁ ଦିଅନ୍ତି ତେବେ ରାହୁଙ୍କ ଦଶା କ୍ଷତି କରେ ନାହିଁ।ଯେତେବେଳେ ଅତ୍ୟଧିକ କ୍ରୋଧ ଆସିବ ମନରେ ଅଧିକ ରାଗିଯିବେ ଆପଣ ସେତେବେଳେ ୧ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟା ମନେ ମନେ ଗଣିବେ।୨୦ରୁ ପୁଣି ୧ ପାଖକୁ ଫେରି ଫେରି ଓଲଟା ଆସନ୍ତୁ।ଏହା ସହ ଅଧିକ କ୍ରୋଧ ଲାଗିଲେ ଏକ ଦର୍ପଣ ସାମ୍ନାରେ ଠିଆ ହେଇ ଏକ ପାନିଆରେ ନିଜ କେଶକୁ କୁଣ୍ଡାନ୍ତୁ।କ୍ରୋଧ ଶାନ୍ତ ହେଲେ ଆପଣଙ୍କର ମଙ୍ଗଳ ହେବ।କାରଣ କ୍ରୋଧ ହେଉଛି ଏକ ରାକ୍ଷସ।

Leave a Reply

Your email address will not be published. Required fields are marked *