ସାଙ୍ଗମାନେ ଶ୍ରାବଣ ମାସକୁ ପବିତ୍ର ମାସ ବୋଲି କୁହାଯାଏ।ଏହି ମାସରେ ସବୁଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।ଏହି ମାସଟି ଭଗଵାନ ଶିବଙ୍କ ପ୍ରିୟ ମାସ ବୋଲି କୁହାଯାଏ।ଅନେକ ଲୋକ ମଧ୍ଯ ଏହି ମାସରେ ଓଷା ରଖନ୍ତି।ତେବେ ଏହି ମାସରେ ଲୋକମାନେ ବୋଲ ବମ ଯାଆନ୍ତି।ଲୋକମାନେ ଆମିଷ ଠୁ ଦୂରରେ ରୁହନ୍ତି।ଏହି ମାସକୁ ଏକ ଧାର୍ମିକ ମାସ ଭାବେ ନିଆଯାଏ।
ଅନେକ ଲୋକ ଏହି ମାସରେ ଅନେକ ପର୍ବ ପର୍ବାଣୀ ପାଳନ କରନ୍ତି।ଯଦି ଆପଣ ଏହି ମାସରେ କିଛି ଉପାୟ ଅବଲମ୍ବନ କରିବେ ତେବେ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ରହିବା ସହ ଏକ ସକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି ହେବ।ଆଜି ଆମେ ଜାଣିବା କଣ କଲେ ଏହି ମାସରେ ଶୁଭଫଳ ପ୍ରାପ୍ତ ହୁଏ।
ଏହି ମାସରେ ପୂର୍ବ ଦିଗର ବିଶେଷ ମୁହୂର୍ତ୍ତ ରହିଥାଏ।ଯଦି ଆପଣ ପୂର୍ବ ଦିଗରେ ଛୋଟ ଜଳ କ୍ଷେତ୍ର ରଖିବେ।ତେବେ ଆପଣଙ୍କ ଘରକୁ ସକରାତ୍ମକ ଶକ୍ତି ପ୍ରଦାନ କରିବ।ଏହି ମାସରେ ପୂର୍ବ ଦିଗରେ ଭଗବାନ ଶିବଙ୍କ ଫଟୋ ଲଗାଇବା ଦ୍ଵାରା ଘରେ ମଙ୍ଗଳ ହୋଇଥାଏ।ଏହା ସହିତ ଆପଣ ଏହି ମାସରେ ଘରେ ପବିତ୍ର ଅର୍ଦ୍ଧନାରୀଶ୍ୱରଙ୍କ
ଫଟୋ ମଧ୍ୟ ଲଗାଇ ପାରିବେ।ଏହି ଫଟୋ ଘରେ ଲଗାଇବା ଦ୍ଵାରା ପତି ପତ୍ନୀଙ୍କ ମଧ୍ୟରେ ମଧୁରତା ବଢେ।ଘରେ ତୁଳସୀ ଗଛ ଲଗାଇବାର ସର୍ବଶ୍ରେଷ୍ଠ ମାସ ହେଉଛି ଶ୍ରାବଣ।ଏକ ମାଟି କୁଣ୍ଡରେ ଏହି ଗଛ ଲଗାନ୍ତୁ।ଏହି ମାସରେ କୁଆଁରୀ କନ୍ୟା ଯଦି ଏହି ଗଛ ଲଗାନ୍ତି।ତାହେଲେ ତାଙ୍କୁ ଯୋଗ୍ୟ ବରପ୍ରାପ୍ତି ହୁଏ ବୋଲି ବିଶ୍ବାସ ଅଛି।
ଏହି ମାସରେ ରୁଦ୍ରାକ୍ଷ ଧାରଣ କରିବାର ମଧ୍ୟ ବିଶେଷ ମହତ୍ତ୍ଵ ରହିଥାଏ।ଏହା ଆପଣଙ୍କୁ ଅନେକ ଗୃହ ଦୋଷରୁ ମୁକ୍ତି ଦେବା ସହିତ ମନକୁ ଶାନ୍ତି ପ୍ରଦାନ କରିଥାଏ।ଶୁଭଫଳ ପ୍ରାପ୍ତି ପାଇଁ ଏହି ମାସରେ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।ଦୁଦୁରା ଫୁଲ ଭଗବାନ ଶିବଙ୍କ ଅତି ପ୍ରିୟ।ତେଣୁ ପୂଜା ବେଳେ ଏହି ଫୁଲ ତାଙ୍କ ପାଖରେ ଲାଗି ହୁଏ।
ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ଅଛି।ତେଣୁ ଶ୍ରାବଣ ମାସରେ ଏହି ସବୁ କାର୍ଯ୍ୟ କଲେ ମିଳିଥାଏ ଯୋଗ୍ୟ ବର।ସକାଳୁ ଶୀଘ୍ର ଉଠେଇ ଶୌଚ ଏବଂ ସ୍ନାନ ସାରି ଭଗବାନ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ। ଭଗବାନଙ୍କ ପୂଜା ଅର୍ଚ୍ଚନା କରନ୍ତୁ। ସେ ହିଁ ସର୍ବଜ୍ଞ ଅଟନ୍ତି।ସେ ମହାଦେବ,ସେ ସବୁ ଜାଣନ୍ତି। ତାଙ୍କ ନାମ ଜପ କରନ୍ତୁ ସବୁ ଦୁଃଖ କଷ୍ଟ ହେବ ଦୂର। ଓଁ ନମଃ ଶିବାୟଃ ମନ୍ତ୍ର ଜପ କରନ୍ତୁ। ମହାଦେଵ କି ଜୟ।