କୁମ୍ଭ (Kumbh) ରାଶି ୨୦୨୨ ଏପ୍ରିଲରେ ଶନି ଦେବଙ୍କ କୃପା ଦୃଷ୍ଟି ମିଳିବ,ଭାଗ୍ୟ ରେ ଆସିବ ବଡ ପରିବର୍ତନ,କୁମ୍ଭ ରାଶି ଲୋକ ନିଶ୍ଚୟ ପଢିବା ଦରକାର…

Spread the love

ଆଜି ଆମେ ଜାଣିବା ୨୦୨୨ର କୁମ୍ଭ ରାଶିର ମାସିକ ରାଶିଫଳ ବିଷୟରେ।ଏହି ମାସିକ ରାଶିଫଳ ଗ୍ରହଙ୍କ ସ୍ଥିତି ଓ ଚଳନକୁ ନେଇ ଆଧାରିତ।ଗ୍ରହଙ୍କ ସ୍ଥିତି ଓ ଚଳନ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ।ଯାହା ଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ।ସେଥି ପାଇଁ ଗ୍ରହଙ୍କ ସ୍ଥିତିକୁ ନେଇ ଆମର ସାଂସାରିକ ଜୀବନ,ପାରିବାରିକ ଜୀବନ,ଆର୍ଥିକ ସ୍ଥିତି,ଶିକ୍ଷା, ବ୍ୟବସାୟ ଏବଂ ସ୍ୱାସ୍ଥ୍ୟ ବିଷୟରେ ଜଣା ପଡ଼ିବ।

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୨ ଏପ୍ରିଲ ମାସଟି କ୍ୟାରିୟର ଓ ଆର୍ଥିକ ଦୃଷ୍ଟିରୁ ଉତ୍ତମ ଅନୁକୂଳ ରହିବ। ବୃହସ୍ପତି ଓ ଶୁକ୍ରଙ୍କ ସହିତ ଲଗ୍ନ ଭାବେ ଉପସ୍ଥିତି। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ପ୍ରଦାନ କରିବ।ପଞ୍ଚମ ଭାଗରେ ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ଥିବାରୁ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ପରୀକ୍ଷାରେ ଉତ୍ତମ ପରିଣାମ ଅର୍ଜନ କରି ପାରିବେ।

ଏହା ସହ ଉଚ୍ଚ ଶିକ୍ଷାର ମାର୍ଗ ପ୍ରସସ୍ଥ ହେବ। କର୍ୟକ୍ଷେତ୍ର ଦୃଷ୍ଟିରୁ ମାସଟି ଭଲ ରହିବ।ମାସର ଆରମ୍ଭରେ କର୍ମକ୍ଷେତ୍ରର ମାଲିକ ବୃହସ୍ପତି ଓ ଶୁକ୍ରଙ୍କ ସହିତ ଲଗ୍ନ ଭାବେ ଉପସ୍ଥିତି ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ। ଚାକିରୀ ବର୍ଗର ବ୍ୟକ୍ତିଙ୍କ ପାଇଁ ପଦୋନ୍ନତି ହେବ। ମାସର ଉତରାରେ ବୃହସ୍ପତିଙ୍କ ଦିତୀୟ ଭାଗରେ ଉପସ୍ଥିତି ସୂର୍ୟଙ୍କ ତୃତୀୟ ଭାଗରେ

ଉପସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। କ୍ୟାରିୟର ଦୃଷ୍ଟିରୁ ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ବେରୋଜଗାର ବ୍ୟକ୍ତିଙ୍କୁ ରୋଜଗାରର ସୁଯୋଗ ପ୍ରାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତିର ମାର୍ଗ ପ୍ରସସ୍ଥ ହେବ।ଏହା ସହ ବ୍ୟବସାୟରେ ସଫଳତା ମିଳିବ।ବିଦେଶ ବ୍ୟବସାୟରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ମାସଟି ସାମାନ୍ୟ ରହିବ।

ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ଉତ୍ତମ ରହିବ।ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ।ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପ୍ରାପ୍ତ ହେବ।କୌଣସି ପ୍ରକାରର ଗୁପ୍ତ ଧନ ପ୍ରାପ୍ତିର ମଧ୍ୟ ସମ୍ଭାବନା ରହିଛି।ପୂର୍ବରୁ ଫସି ରହିଥିବା ଧନ ବା ବକେୟା ଦେଇଥିବା ଅର୍ଥ ଆପଣ ପୁଣି ଥରେ ଫେରି ପାଇବେ।

ସେୟାର ମାର୍କେଟ ଆଦି ନିବେଶ ଲାଭଦାୟକ ସିଦ୍ଧ ହେବ।ପ୍ରେମ ଜୀବନ ଦୃଷ୍ଟିରୁ ସମୟ ଉତ୍ତମ ଅଛି। ବୁଧଙ୍କ ତୃତୀୟ ଭାଗରେ ଉପସ୍ଥିତି କାରଣରୁ ପ୍ରେମ ସମ୍ବନ୍ଧରେ ଭଲ ସମୟ ଆସିବ। ପ୍ରେମୀଙ୍କ ସହ ପୂର୍ବରୁ ଥିବା ମନୋମାଲିନ୍ୟ ଦୁର ହେବାକୁ ଲାଗିବ। ଏହା ସହ ପ୍ରେମୀଙ୍କ ସନ୍ଧାନରେ ଥିବା ବ୍ୟକ୍ତି ବିଶେଷ ସଫଳତା ପ୍ରାପ୍ତ କରିବେ।

ଏହା ସହ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ।ଜୀବନ ସାଥିଙ୍କ ସହ ପୁର୍ବରୁ ଥିବା ଭୁଲ ବୁଝାମଣା ଦୂର ହେବାକୁ ଲାଗିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ସାମାନ୍ୟ ରହିବ। ଷଷ୍ଠ ଭାଗରେ ଶନିଙ୍କ ଦୃଷ୍ଟି ଥିବାରୁ କୌଣସି ବଡ ରୋଗରୁ ମୁକ୍ତି ମିଳିବ।ତେଣୁ ପ୍ରତିଦିନ ମହାରାଜା ଦଶରଥକୃତ ନୀଳ ସନିଷ୍ଟ୍ରୋତ୍ର ପାଠ କରନ୍ତୁ।

Leave a Reply

Your email address will not be published. Required fields are marked *