LIC ରେ ଟଙ୍କା ବିନିଯୋଗ କରିଛନ୍ତି କି,ହୋଇଯାନ୍ତୁ ସାବଧାନ ନହେଲେ ବୁଡି ଯାଇପାରେ ଆପଣଙ୍କ ସବୁଟଙ୍କା…

Spread the love

ଏଲ ଆଇ ସିରେ ଟଙ୍କା ରଖିଥିଲେ ସାବଧାନ। ଆପଣ ମାନେ ଏଲ ଆଇ ସିରେ ଟଙ୍କା ରଖୁଛନ୍ତି କି। ମାସକୁ ମାସ ଆପଣ ଟଙ୍କା ଦେଉଛନ୍ତି କି। ଯଦି ଟଙ୍କା ରଖୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଗୌତମ ଆଦାନୀଙ୍କ ପ୍ରଭାବ ଏଲ ଆଇ ସି ଉପରେ ପ୍ରଚୁର ପରିମାଣରେ ପ୍ରଭାବ ପକାଇଛି।ବିଶ୍ଵର ସର୍ବ ଶ୍ରେଷ୍ଠ ୧୦ ଧନୀ ତାଲିକାରୁ

ବାହାର ହୋଇ ଯାଇଛନ୍ତି ଗୌତମ ଆଦାନୀ। ଦ୍ୱିତୀୟରୁ ଖସି ପ୍ରଥମେ ୮ ନମ୍ବରରେ ରହିଥିଲେ। ଏହା ପରେ ୧୧ ନମ୍ୱରରେ ରହିଛନ୍ତି ଆଦାନୀ। ଯଦି ଦେଖିବା ୧୦ ନମ୍ୱର ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ। ହିଟେଁବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଦୁଇ ଦିନରେ ପ୍ରାୟ ଆଦାନୀର ୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇ ସାରିଲାଣି।

ନିବେଶକ ମାନେ ସେମାନଙ୍କ ଟଙ୍କା ଆଦାନୀ ସମୂହରୁ କାଢି ନେଉଛନ୍ତି। ଏହା ମଧ୍ୟରେ ଦେଶର ସର୍ବ ବୃହତ ନିବେଷକ ତଥା ଜୀବନ ବିମା ନିଗମ ପ୍ରଭାବିତ ମାନଙ୍କ ମଧ୍ୟରୁ ଅନ୍ୟତମ। ଆଦାନୀ ଗ୍ରୁପ ସେୟାରରେ ଏଲ ଆଇ ସିର ମିଳିତ ନିବେଶ ଜାନୁୟାରୀ ୨୦୨୩ ରେ ୬୨୬୨୧ କୋଟି ଟଙ୍କାକୁ ଖସି ଆସିଛି।

୨୪ ଜାନୁୟାରୀ ୨୦୨୩ରେ ଏହା ୮୧୨୬୮ କୋଟି ଟଙ୍କା ଥିଲା। ଅର୍ଥାତ ଦୁଇଟି ବାଣିଜ୍ୟ ଦିବସରେ ଏଲ ଆଇ ସି ୧୮୬୪୭ କୋଟି ଟଙ୍କା କ୍ଷତି ସହିଛି। ଉପଲବ୍ଧ ତଥ୍ୟ ଦର୍ଶାଇଛି ଯେ ଡିସେମ୍ବର ୩୧ ୨୦୨୨ ସୁଦ୍ଧା ଏଲ ଆଇ ସି ଆଦାନୀ ଏଣ୍ଟରପ୍ରାଇଜ, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ବୋଟ, ଆଦାନୀ

ଟୋଟାଲ ଗ୍ୟାସ, ଆଦାନୀ ଟ୍ରାନସମିଶନ ଏବଂ ନିକଟରେ ଥିବା ଆମ୍ବୁଜା ସିମେଣ୍ଟ ଓ ଏସିଶିରେ ୧ ପ୍ରତିଶତରୁ ଅଧିକ ଅଂଶ ଧନ ରହିଛି।ତେବେ ଗତ ଦୁଇଟି ବାଣିଜ୍ୟ ଅଧିବେଶନରେ ଏହି କମ୍ପାନୀର ଅଂଶ ଧନ ୧୯ ପ୍ରତିଶତରୁ ୨୭ ପ୍ରତିଶତ ମଧ୍ୟରେ ହ୍ରାସ ପାଇଛି। ଆମେରିକାର ଏକ କଂପାନୀ ରିସର୍ଚ୍ଚ ପରେ ଆଦାନୀଙ୍କ

ସେୟାରରେ ବହୁତ ହ୍ରାସ ଘଟିଛି।ରିପୋର୍ଟରେ ଦର୍ଶା ଯାଇଛି ଯେ ଆଦାନୀଙ୍କ ୭ଟି କଂପାନୀକୁ ୮୫ ପ୍ରତିଶତରୁ ଅଧିକ ମୂଲ୍ୟ ଦିଆ ଯାଇଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ସମୂହ। କମ୍ପାନୀ ପ୍ରବକ୍ତା କହିଛନ୍ତି ଯେ ଏହି ରିପୋର୍ଟ ଭିତ୍ତିହୀନ ଓ ଗୋଷ୍ଠୀକୁ ଖଣ୍ଡନ କରିବା ଉଦ୍ଦେଶ୍ୟ ମୂଳକ ଅଟେ। ଏଥିରେ ଅନେକ ଭୁଲ କଥା କୁହା ଯାଇଛି ଯାହାର କୌଣସି ଆଧାର ନାହିଁ।

Leave a Reply

Your email address will not be published. Required fields are marked *