ଆଜି ଅମୃତ ଭାବେ ଜାଣିବା ଏକ ହୃଦୟ ସ୍ପର୍ଷୀ କାହାଣୀ।ଯେଉଁ କାହାଣୀ ଆପଣଙ୍କ ହୃଦୟକୁ ନିଶ୍ଚୟ ଦୋହଲାଇ ଦେବ ବୋଲି ମୋର ଆଶା।ଆଜି ଆମେ ଜାଣିବା ମାଆ ମାନେ କାହିଁକି ପୁଅକୁ ବେଶୀ ଭଲ ପାଆନ୍ତି।ଆମେରିକାରେ ରହୁଥିବା ଗୋଟିଏ ପୁଅ।ମାର ଇଚ୍ଛା ପୁଅ ଆମେରିକାରୁ ଫେରିଲେ ପୁଅ ସହ ପୁଣି ଯିବି।ସବୁବେଳେ ଫୋନ କରି ପଚାରେ।ପୁଅ କହେ ଜୁନ ମାସରେ ଓଡିଶା ଯିବି।ମାଆ କହେ ଓଡ଼ିଶା ଆସିଲେ ମତେ ଟିକିଏ ପୁରୀ ନେଇ ଯିବୁ।
ଜୁନ ମାସ ହୋଇଗଲେ ମାଆ ଫୋନ କରିବା କେବେ ଆସିବୁ।ପୁଅ କହେ ମାଆ ଏବେ ଟିକିଏ କାମରେ ବ୍ୟସ୍ତ ଅଛି।ଏମିତି ଚାଲେ।ପୁଅ ଦିନେ ଓଡିଶାରେ ପହଞ୍ଚିଲା ପରେ କହେ ଧନରେ ଆମେ କେବେ ପୁରୀ ଯିବା।ପୁଅ କହେ ମୁଁ ଟିକିଏ ଫ୍ରି ହେଲେ ତତେ ନେଇଯିବି।ଏହା ମଧ୍ୟରେ ମାଆ ପୁଅ ଦୁଇ ଜଣ କଟକରୁ ପୁରୀ ବାହାରିଛନ୍ତି।
କିଛି ସମୟ ପରେ ମାର ବାନ୍ତି ହୋଇଛି ଏହା ଦେଖି ପୁଅ ତାକୁ ବିରକ୍ତ ହୋଇଛି।ମାଆ ପଚାରିଲା ଏ ଗଛରେ କିଏ ବୋବାଉଛି।ପୁଅ କହିଲା ହଳଦୀ ବସନ୍ତ।ମାଆ ଏମିତି ତିନି ଚାରି ଥର ପଚାରିଲା।ପୁଅ ଏହା ଶୁଣି ବିରକ୍ତ ହୋଇଗଲା।ମାଆ କହିଲା ତୁ ଯେତେବେଳେ ଛୋଟ ଥିଲୁ ଆମେ ପୁରୀ ଯିବା ବେଳେ ଏମିତି ମୋ ଶାଢ଼ୀରେ ସୁଶୁ କରି ଦେଇଥିଲୁ।
ବାହାରେ ତୁ ମତେ ଏମିତି ପଚାରୁଥିଲୁ କିଏ ବୋବାଉଛି।ଥରେ ଦୁଇଥର ନୁହଁ ୫୦ ଥର ତୁ ମତେ ଏମିତି ପଚାରିଛୁ।କିନ୍ତୁ ମୁଁ ବିରକ୍ତ ହୋଇ ନାହିଁ।ମାଆ ସବୁବେଳେ ଚାହେଁ ମାଆ ସବୁବେଳେ ଆଶା କରେ ତା ପୁଅ ସବୁବେଳେ ଭଲ ମଣିଷ ଟିଏ ହେଉ।ସବୁବେଳେ ମାଆର ପ୍ରାର୍ଥନା ଥାଏ ସବୁବେଳେ ଭଗବାନଙ୍କୁ କହେ ପୁଅ ଭଲ ପିଲା ହେଉ।
କିନ୍ତୁ ଆଜି ତୁ ମାଆ ଉପରେ ବିରକ୍ତ ହେଉଛୁ।ଏହି ସମୟରେ ପୁଅ ଆଖିରୁ ଗଙ୍ଗା ଯମୁନା ଲୁହ ବାହାରି ଯାଇଛି।ପୁଅ ଚିନ୍ତା କରୁଛି ଯେଉଁ ମାଆ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ କରିଛି ସେ ପୁଅ ଏତେ ପାଠ ପଢି ମଧ୍ୟ ସେ ନିଜ ମାଆକୁ ବୁଝି ପାରିଲା ନାହିଁ।ପୁଅ କ୍ଷମା ମାଗିଲା।କହିଲା ତୁ ସିନା ମତେ ଉଚ୍ଚ ଶିକ୍ଷିତ କଲୁ ତୁ କିନ୍ତୁ ମତେ ସଂସ୍କାର ଦେଇ ପାରିଲୁ ନାହିଁ।
କିନ୍ତୁ ମୁଁ ଆଜି ଅର୍ଥରେ ସ୍ୱାର୍ଥରେ ପ୍ରତିଷ୍ଠାରେ ଏତେ ଆଗକୁ ଚାଲି ଯାଇଛି ଯେ ଗାଁରେ ରହୁଥିବା ଦୁଃଖକୁ ଗୋଟିଏ ବର୍ଷ ହେବ ପୂରଣ କରି ପାରୁନି।ଆଜି ତୁ ମୋର ଆଖିକୁ ଖୋଲି ଦେଲୁ।ତେଣୁ କରି ହେ ମାଆ ବାପାମାନେ ସମାଜକୁ ସଂସ୍କାର କରିବା ପାଇଁ ପିଲା ମାନଙ୍କୁ ପ୍ରଥମେ ଭଲ ମଣିଷ ଟିଏ କରନ୍ତୁ।