ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା କଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଏକ ତେନ୍ତୁଳି ଗଛ ତଳେ ଆବିର୍ଭାବ ହୋଇଥିଲେ ମାଆ ରାମଚଣ୍ଡୀ।
ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ମାଆଙ୍କୁ ପୂଜା କରିଥିବାରୁ ତାଙ୍କର ନାମ ମା ରାମଚଣ୍ଡି ହୋଇଛି।ଯେଉଁଠାରେ ତେନ୍ତୁଳି ଗଛ ସହିତ ତାଳ ଦେଇ ବଢୁଥାଏ କଳା ମୁଗୁନି ପଥର।ଯେଉଁଠାରେ ବଳଦ ସହିତ ବାଘକୁ ରଖି ଜମି ଚାଷ କରାଯାଏ।ସେମିତି ଏକ ଐତିହାସିକ ପୀଠ ହେଉଛି ବେଗୁନିଆ ବ୍ଲକ ମା ରାମଚଣ୍ଡୀ ପୀଠ।
ପାହାଡ଼ର ପାଦ ଦେଶରୁ ମାଆଙ୍କ ପାଖକୁ ଯିବାକୁ ହେଲେ ଅତିକ୍ରମ କରି ଯିବାକୁ ପଡେ ୭୨ଟି ପାହାଚ।ସେଠାରେ ଥିବା ବାଘ, ସିଂହଙ୍କ ପ୍ରତିମୂର୍ତ୍ତି ସହିତ ଗଛ ମାନ ରହିଥିବାରୁ ଜଙ୍ଗଲିଆ ପରିବେଶ କାରଣରୁ କ୍ଲାନ୍ତି ମଧ୍ୟ ଜଣାପଡେ ନାହିଁ।କିମ୍ବଦନ୍ତୀ ରହିଛି ଯେ ଏକ ପଥର ରୂପରେ ପୂଜା ପାଉଥିଲେ ମାଆ।
ଆଉ ଧିରେ ଧିରେ ଆକାର ବଢିବାକୁ ଲାଗିଲା।ତେନ୍ତୁଳି ଗଛଠାରୁ ମଧ୍ୟ ବଡ଼ ହୋଇ ବିଶାଳକାୟ ଆକାର ଧାରଣ କଲା।ସେଠାରେ ଥିବା ପୂଜକ ଜଣଙ୍କ କହିଲେ ମାଆ ଏଭଳି ଭାବରେ ବଢିଲେ ମୁଁ ଆପଣଙ୍କୁ ପୂଜା କରିବି କେମିତି?ମୋର ତ ହାତ ପାଉନାହିଁ।ଏହା କହି ପାଖରେ ଥିବା ପଥରକୁ ଏକ ଚାପୁଡ଼ା ମାରିଲେ ପୂଜକ ଜଣଙ୍କ।
ଆଉ ସେହି ଦିନ ଠାରୁ ଆଉ ପଥର ବଢ଼ିଲା ନାହିଁ।ସକାଳ ସମୟରେ ଏଠାରେ ମାଆଙ୍କର ପାରମ୍ପରିକ ରୀତିରେ ବାଳଭୋଗ କରାଯାଏ।ସନ୍ଧ୍ୟା ସମୟରେ ମଧ୍ୟ ଆଳତୀ କରାଯାଏ।ଏଠାରେ ଅନେକ ପ୍ରକାର ପର୍ବ ପର୍ବାଣୀ ମଧ୍ୟ ପାଳନ କରାଯାଇଥାଏ।ଅନ୍ୟ ଏକ ଲୋକ କଥା ମଧ୍ୟ ରହିଛି।ମାଆଙ୍କ ଆବିର୍ଭାବ ପରେ ତାଙ୍କର ବାଘ
ସେହି ଅଞ୍ଚଳରେ ବୁଲାବୁଲି କରୁଥିଲା।ବିଲରେ ବଳଦ ରଖି ଚାଷ କରୁଥିବା ବେଳେ ଚାଷୀକୁ ଶୋଷ ଲାଗିବାରୁ ସେ ପାଣି ପିଇବାକୁ ଚାଲିଗଲା।ସେହି ସମୟରେ ବାଘ ଆସି ଏକ ବଳଦକୁ ଖାଇ ଦେଇଥିଲା।ଏହାପରେ ଚାଷୀ ଏହିକଥା ଜାଣି ମାଆଙ୍କ ପାଖରେ ଗୁହାରି କଲା।ମାଆ ଏହାପରେ ବାଘକୁ ଆଦେଶ ଦେଲେ ସେହି ଚାଷୀ ବଞ୍ଚି ରହିଥିବା ପର୍ଯ୍ୟନ୍ତ
ତୁ ତାର ହଳ କରିବୁ।ତେବେ ତାହା ପର ଠାରୁ ବାଘଟି ସେୟା କରୁଥିଲା ବୋଲି ଲୋକ ମୁଖରେ ଏହି କାହାଣୀ ରହିଛି।ତେବେ ବିଭିନ୍ନ ତଥ୍ୟରୁ ଜଣା ପଡୁଛି ଯେ ମାଆଙ୍କର ଆବିର୍ଭାବ ତ୍ରେତୟା ଯୁଗରୁ ହୋଇଥିଲା।ଭଗବାନ ଶ୍ରୀରାମଚନ୍ଦ୍ର ମାଆଙ୍କୁ ପୂଜା କରୁଥିବାର ମାଆଙ୍କ ନାମ ମା ରାମଚଣ୍ଡୀ ହୋଇଛି।ମାଆଙ୍କ ନାମ ଥିଲା ମା ବନଦୁର୍ଗା।
ଏହାପରେ ମାଆ ରାମଚଣ୍ଡୀ ହୋଇଥିଲେ।ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ।ଏଠାରେ ମାଆଙ୍କୁ ବର୍ଷକ ବାର ମାସି ପୂଜା କରାଯାଇଥାଏ ଖାଲି ସେତିକି ନୁହଁ ଏଠାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିବର୍ଷ ଅନେକ ଶ୍ରଦ୍ଧାଳୁ ଏବଂ ଭକ୍ତ ଆସିଥାନ୍ତି।