Pradip ଜେନା କହିଲେ ମହାନଦୀରେ ମାଡ଼ି ଆସୁଛି ବନ୍ୟାପାଣି ପୁରୀ, ଜଗତସିଂହପୁର ସହିତ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବନ୍ୟା…

Spread the love

ମାଡି ଆସୁଛି ବନ୍ୟା ପାଣି,ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ଅଧିକ ଭୟ,କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ଆଲର୍ଟ।ମହାନଦୀରେ ମାଡି ଆସୁଛି ବନ୍ୟା ଜଳ,ଏହି ବନ୍ୟା ଯୋଗୁଁ ପୁରୀ,ଜଗତସିଂପୁର,କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାକୁ ଅଧିକ ପ୍ରୋଭାବିତ ହେବାର ସମ୍ଭାବନା ରହିଛି ।ଏହି ୪ଟି ଜିଲ୍ଲାକୁ ଆଲର୍ଟରେ ରଖା ହୋଇଥିବାବେଳେ,ସୁରକ୍ଷା ଟିମ ମଧ୍ୟ ରେଡ଼ି ହୋଇ ଅଛନ୍ତି।

ଆଗରୁ ଯେତିକି ସୁରକ୍ଷା ଟିମ ରେଡ଼ି ହୋଇଥିଲେ,ଆଉ ଏବେ ଅତିରିକ୍ତ ଏନ.ଡି.ଆର.ଏଫ ର ୧୦ଟି ଟିମ ରେଡ଼ି ହୋଇଛନ୍ତି,ଆଉ ଅଗ୍ନିଶମର ୨୦ଟି ଟିମ ରେଡ଼ି ହୋଇ ପଠା ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସ.ଆର.ସି ମୁଖ୍ୟ ପ୍ରଦୀପ ଜେନା।ପ୍ରଦୀପ ଜେନା(ଏସ.ଆର.ସି):୭ଟି ଓ ଏନ.ଡି.ଆର.ଏଫ ର ୧୨ଟି ଆଉ ଅଗ୍ନିଶମ

ବିଭାଗର ୨୦ଟି ଟିମ ଆମେ ଦେଇଥିଲୁ ଆଉ ଆଜି ତାକୁ ଆଉ ଟିକେ ବଢେଇ ଦେଇଛୁ।ସମସ୍ତ ୫ଟି ଟିମ ଆଉ ଏନ.ଡି.ଆର.ଏଫ ର ୭ଟି ଟିମ ଅତିରିକ୍ତ ପଥେଇଛୁ ଆଉ।କଉ କଉ ଏରିଆକୁ ଦଉଛି ନା ବୌଦ୍ଧକୁ ଗୋଟିଏ ଦଉଛୁ,ଆଉ ଅନୁଗୁଳ କୁ ଗୋଟିଏ ଦଉଛୁ କାରଣ ଆଠମଲ୍ଳିକ ଏରିଆ ପାଇଁ।ସୋନପୁରକୁ

ଆମର ବଲାଙ୍ଗୀରରୁ କିଛି ଆସିବେ।ନୟାଗଡକୁ ତାଙ୍କ ଜିଲ୍ଲାର ସର୍ଭିସ ଟିମ ସାହାଯ୍ୟ କରିବେ,ଆଉ ଦରକାର ପଡ଼ିଲେ ଭଞ୍ଜନଗର ରୁ କିଛି ପିଲା ସେଠାକୁ ଯିବେ।କଟକକୁ ମଧ୍ୟ ଗୋଟିଏ ଟିମ ଦଉଛୁ ଆଉ ଆଉ ଗୋଟିଏ ଏନ.ଡି.ଆର.ଏଫ ର ଟିମ ଷ୍ଟାଣ୍ଡ ବାଇ ରଖୁଛୁ,ଆଉ ଖୋର୍ଦ୍ଧାକୁ ଗୋଟିଏ ଏନ.ଡି.ଆର.ଏଫ ଟିମ

ଆଉ ୫ଟି ଅଗ୍ନିଶମ ଟିମ ରେଡ଼ି ଅଛି।ଆଉ ଯଦି ତାଠାରୁ ବି ଅଧିକ ଦରକାର ପଡେ ତାହେଲେ ଆମେ ପଞ୍ଜାବରୁ ଟିମ ଡାକିବୁ।ବନ୍ୟା ରଖିବାକୁ ଚାଲିଛି ଜୋରଦାର କସରତ, ତଳ ମୁଣ୍ଡରେ ବର୍ଷା କମିଲେ ମଧ୍ୟ ଉପର ମୁଣ୍ଡରେ ବର୍ଷା ଜାରି ରହିଛି।ଅନେକ ଛୋଟ ନଦୀର ପାଣି ବର୍ତ୍ତମାନ ମହାନଦୀରେ ମିଶୁଛି

ଉପର ମୁଣ୍ଡରେ ପାଣି ଆଉ ତଳ ମୁଣ୍ଡର ପାଣି ମହାନଦୀର ପାଣିକୁ ବୃଦ୍ଧି କରୁଛନ୍ତି।ଏବେ ମୁଣ୍ଡଳୀ ଦେଇ ୯.୧ ଲକ୍ଷ ପାଣି ପ୍ରବାହିତ ହଉଛି। ଏହାକୁ ଉଦାହରଣ ବେଳେ ବଡ଼ ବନ୍ୟା ଆସିବାର ସମ୍ଭାବନା ରହିଛି ବୋଲି ଏସ.ଆର.ସି ପକ୍ଷରୁ କୁହା ଯାଇଛି।ବଡ଼ ବାତ୍ୟାକୁ ଟାଳିବା ପାଇଁ ହୀରାକୁଦର ୮ଟି ଗେଟ ଆସନ୍ତା କାଲି ସକାଳ ୯ଟା ଯାଏ ବନ୍ଦ କରା ହେବ।

ଏହା ଛଡ଼ା କାଲି ପ୍ରାୟ ୧.୨୦ କ୍ୟୁବ ସେକ ପାଣି କମି ଯିବ।ଏବେ ହୀରାକୁଦ ର ଜଳସ୍ତର ୬୨୧ ଫୁଟ ପାଖା ପାଖି ରହିଛି।ମୁଣ୍ଡଳିରେ ୮ଟି ଗେଟ ବନ୍ଦ କରି ପ୍ରାୟ ୧୦.୮-୧୧.୧ ଲକ୍ଷ ଭିତରେ ରଖିବା ପାଇଁ ନିଷ୍ପତି ନିଆ ହୋଇଛି।ପ୍ରଦୀପ ଜେନା:୮ଟି ଗେଟ ବନ୍ଦ କଲେ ପାଖା ପାଖି ୧ଲକ୍ଷ ୨୦ହଜାର ରୁ ୧ ଲକ୍ଷ ୩୦ହଜାର କ୍ୟୁବ ସେକ ପାଣି କମିବ।କାଲି ସକାଳ ୯ତ ପର୍ଯ୍ୟନ୍ତ ଆମେ ୮ଟି ଗେଟ ବନ୍ଦ କରି ଦେଖିବୁ ପାଣି କଉ ଯାଏ ଯାଉଛି।

Leave a Reply

Your email address will not be published. Required fields are marked *