ସାଙ୍ଗମାନେ ମିୟାନମାର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର।ଆସନ୍ତା କାଲି ଏହି ଲଘୁଚାପ ସୃଷ୍ଟି ହେବ।ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ୨୫ ତାରିଖରେ ବର୍ଷାର ପରିମାଣ ପୁଣି ଥରେ ବୃଦ୍ଧି ପାଇବ।ଉପକୂଳ ଓଡିଶା ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।୨୫ ତାରିଖରେ ୧୭ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହୋଇପାରେ।୨୬ ତାରିଖରୁ ବର୍ଷାର ପରିମାଣ ଅଧିକ ରହିବ।
୨୬ ତାରିଖ ପାଇଁ ପୁରୀ,ଗଞ୍ଜାମ,ଗଜପତି, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଆଉ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱର୍ଣୀଙ୍ଗ ଜାରି କରିଛି ପାଣିପାଗ ବିଭାଗ।୨୭ ତାରିଖରେ ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣୀଙ୍ଗ।ଗତକାଲି ଘୂର୍ଣ୍ଣିବଳୟଟି ସୃଷ୍ଟି ହୋଇଥିଲା ଲାଣ୍ଡମାର୍କ ଉପକୂଳରେ ତାହା ବଙ୍ଗୋପସାଗରରେ ଘନୀଭୂତ ହୋଇଛି।
ଏହା ୨୫ କି ୨୬ ତାରିଖ ସନ୍ଧ୍ୟାରେ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ।ଧୀରେ ଧୀରେ ଓଡ଼ିଶା ଉପକୂଳ ଆଡକୁ ଗତି କରିବ।ଉପକୂଳ ଓଡ଼ିଶାରେ ବର୍ଷା ହେବ।ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରଭାବ ରହିବ।ଏହାର ପ୍ରଭାବ ମୋଟା ମୋଟି ଭାବେ ୨୬ ତାରିଖରୁ ୨୮ ତାରିଖ ଯାଏ ତିନିଦିନ ଯାଏ ରହିବ।ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବେଶି ବର୍ଷାର ସମ୍ଭାବନା ରହିଛି।
୨୬ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହେବ।୨୭ ତାରିଖରେ ସାରା ଓଡ଼ିଶାରେ ବର୍ଷା ହୋଇପାରେ। ଆପଣଙ୍କର ଉତ୍ତର ମଧ୍ୟମ ଓଡ଼ିଶାରେ ସାମାନ୍ୟ ଧରଣର ବର୍ଷା ହୋଇପାରେ।ପ୍ରଥମ ଦିନ ୨୫ ବା ୨୬ ତାରିଖରେ ସାଧାରଣ ଭାବେ ବର୍ଷା ଆସିଥାଏ।ସେହି ସମୟରେ ଅଧିକ ବଜ୍ରପାତ ହୋଇଥାଏ। ସେପ୍ଟେମ୍ବର ମାସରେ ସାଧାରଣରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ଏ ବର୍ଷ।
ଏଥି ପାଇଁ ମାଟି ମଧ୍ୟ ଆଦ୍ର ରହିଛି।କେତେକ ଜାଗାରେ ବର୍ଷା ପାଣି ଜମି ରହିଛି।ଯେଉଁ ସବୁ ଖାଲୁଆ ଅଞ୍ଚଳ ରହିଛି ଏହିଠାରେ ଏହା ପ୍ରଭାବିତ କରିପାରେ।୨୭ ତାରିଖ ପରେ ଆପଣଙ୍କର ଯେଉଁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ରହିଛି ସେଠାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ଏ ବର୍ଷର ମୌସୁମୀରେ ଦୁଇଟି ଜିନିଷ ଦେଖିବାକୁ ମିଳିଛି।
ପ୍ରଥମ ହେଉଛି ଅଧିକ ବର୍ଷା ହେତୁ ବଢ଼ି ପରିସ୍ଥିତି ସୃଷ୍ଟି ହେଲା।ସେପ୍ଟେମ୍ବର ମାସରେ ଅତ୍ୟଧିକ ବର୍ଷା ହେତୁ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ରାଜ୍ୟରେ ଅନେକ ଚାଷ ଜମି ରହିଛି ଯାହା ଜଳ ପ୍ଲାବିତ ରହିଛି।ଏହା ପରେ ଆଉ ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି।ତାହା ଆଉ ଏକ ସାଇକ୍ଲୋନିକ ସର୍କୁଲେଶନ ଯାହା ଓଡ଼ିଶା ଆଡ଼କୁ ମୁଁହରେ ପାରେ।
ଏହା ଯେତେବେଳେ ଆସି ପହଞ୍ଚିବ ଓଡ଼ିଶା ନିକଟରେ ଏହାର ପ୍ରକୋପ ଜଣା ପଡ଼ିବ।ତଳି ଅଞ୍ଚଳରେ ଯେଉଁଠି ବର୍ଷାର ପରିମାଣ ବଢି ପାରେ ସେଠି କେଉଁଠି ନା କେଉଁଠି ଚାଷ ପ୍ରତି ବିପଦ ହେବା ନେଇ ମଧ୍ୟ ଅନୁମାନ କରାଯାଇଛି।