ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାରକୁ ପବନପୁତ୍ର ହନୁମାନଙ୍କ ବାର କୁହାଯାଏ। ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ପୂଜାର୍ଚ୍ଚନା କଲେ ମଙ୍ଗଳ ଦୋଷ ଦୂର ହୋଇଯାଏ।ଯଦି ଆପଣଙ୍କ ଜାତକରେ ମଙ୍ଗଳ ଦୋଷ ଅଛି ଆପଣ ଏହି ସବୁ ଉପାୟ କରିବା ଉଚିତ।ଯାହା ଦ୍ଵାରା ମଙ୍ଗଳ ଦୋଷ ଆପଣଙ୍କ ଉପରେ ପଡିବ ନାହିଁ।ଆପଣଙ୍କ ସାଂସାରିକ ଜୀବନ ସୁଖମୟ ରହିବ।
ଯଦି ଆପଣଙ୍କର ମଙ୍ଗଳ ଦୋଷ ରହୁଛି ତେବେ ଆପଣଙ୍କର ଯିଏ ବଡ଼ ଭାଇ ଅଛନ୍ତି ତାଙ୍କୁ ସବୁବେଳେ ସମ୍ମାନ କରନ୍ତୁ।ଆଉ ଯଦି ଭୁଲରେ ବି ଆପଣ ତାଙ୍କ ସହ ଝଗଡ଼ା କି ପାଟି ତୁଣ୍ଡ କରିବେ ଆପଣଙ୍କର ଗ୍ରହ ଖରାପ ହେବେ।ତେଣୁ ସବୁବେଳେ ମନେ ରଖିବେ ଯଦି କିଏ ବଡ଼ ଭାଇ ଅଛନ୍ତି ତାଙ୍କୁ ସବୁବେଳେ ସମ୍ମାନ କରି ଚାଲନ୍ତୁ।
ଏହା ଦ୍ବାରା ଆପଣଙ୍କ ପାରିବାରିକ ସୁଖ ମିଳିବା ସହ ମଙ୍ଗଳ ଦୋଷ ଦୂର ହେବ।ଆଉ କିଛି ଲୋକ ମଙ୍ଗଳବାର ଦିନ ଦାଢ଼ି କାଟନ୍ତି ମୁଣ୍ଡ ସଫା କରନ୍ତି।ଏହି ସବୁ କରିବା ଦ୍ଵାରା ଅଶୁଭ ହୋଇଥାଏ।ଏହା ଦ୍ବାରା କୁଣ୍ଡଳୀରେ ମଙ୍ଗଳର ସ୍ଥିତି ଆହୁରି ଖରାପ ହୋଇଯାଏ।ମଙ୍ଗଳବାର ଦିନ ଆପଣ ଯଦି ମାଛ ଖାଇବେ କି ମାଛ କିଣିବେ।
ତେବେ ଆପଣଙ୍କର ଧନର ଅଭାବ ଲାଗି ରହିଥାଏ।କେବେ ବି ଆମିଷ ଖାଇବେ ନାହିଁ।ଏହି ଭୁଲ କଲେ ଆପଣ କୋଟି କୋଟି ଟଙ୍କା ରୋଜଗାର କଲେ ମଧ୍ୟ ତାହା ପାଣି ଭଳି ବୋହିଯିବ।ତେଣୁ ଭୁଲରେ ବି ମଙ୍ଗଳବାର ଦିନ ଆମିଷ କିଣନ୍ତୁ ନାହିଁ କି ଖାଆନ୍ତୁ ନାହିଁ।ଏବଂ ମନେ ରଖନ୍ତୁ ଭଗବାନ ଶ୍ରୀରାମଙ୍କ ନାମ ସ୍ୱଚ୍ଛ ମନରେ
ଜପ କରନ୍ତୁ ଦୁଃଖ ହେବ ଦୂର।ଏହା ସହିତ ମଙ୍ଗଳବାର ଦିନ ଆପଣ ପ୍ରଭୁ ବଜରଙ୍ଗବାଲିଙ୍କ ପୂଜା କରନ୍ତୁ।ଭଗବାନ ଶ୍ରୀରାମଙ୍କ ସେବକ ହନୁମାନଙ୍କ ଚାଳିଶା ପାଠ କରନ୍ତୁ।ଏହା ସହିତ ଗରିବ ଅସହାୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ।ଏହା ସହିତ ମଙ୍ଗଳବାର ଦିନ ଗୁଡ଼ ମିଶା ଚଣା ମାଙ୍କଡ ମାନଙ୍କୁ ଖାଇବାକୁ ଦିଅନ୍ତୁ।
ଏହା ଦ୍ବାରା ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବ।ଭଗବାନ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କୁ ଯଦି ଆପଣ ଏହି ଭଳି ପ୍ରସନ୍ନ କରି ନେଲେ ତେବେ ଜୀବନରେ ଆପଣ ସବୁ କ୍ଷେତ୍ରରେ ଉନ୍ନତି କରିବେ।ଯଦି ପାରିବେ ଏହି ଦିନ ନିଜ ଘର ବଡ ଭାଇଙ୍କ ସହ ବସି କଥା ହୁଅନ୍ତୁ।ତାଙ୍କ ପରାମର୍ଶ ନିଅନ୍ତୁ।ତାଙ୍କର ଆଶୀର୍ବାଦ ନିଅନ୍ତୁ।
ଭାଇଙ୍କ ସହ ଭଲ ସମ୍ପର୍କ ରଖିବେ।ଯଦି ଆପଣ ମଙ୍ଗଳ ଗ୍ରହ ଭଲ ରହିବ ତେବେ ଆପଣ ଶତ୍ରୁ ମଧ୍ୟ ବିଜୟ କରିବେ।ତେଣୁ ସବୁବେଳେ କର୍ମ ହିଁ ଭଗବାନ।ଯେମିତି ଆପଣ କର୍ମ କରିବେ ସେମିତି ଫଳ ପାଇବେ।ତେବେ ଭଗବାନ ଶ୍ରୀରାମଙ୍କ ନାମ ଜପ କରନ୍ତୁ ସର୍ବଦା ଖୁସିରେ ରହିବେ।ସେ ହିଁ ତୁମକୁ ରକ୍ଷା କରିପାରିବେ। ସେ ସବୁଠୁ ବଳବାନ ଓ ବୁଦ୍ଧିମାନ। ସେ ସର୍ବଜ୍ଞ।