ମିନ (Miina) ରାଶି ମାସିକ ରାଶିଫଳ ୨୦୨୨,କିଭଳି ରହିବ ଆପଣଙ୍କ ଭାଗ୍ୟ ର ଡୋରି କେଉଁ ରାସ୍ତାରେ ଗଲେ ମିଳିବ ଖୁସି ର ଖବର…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ରାଶିଫଳ ବିଷୟରେ କିଛି ବିଶେଷ ତଥ୍ୟ।ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆଜି ଆମେ ଜାଣିବା ୨୦୨୨ ମସିହାର ମିନ ରାଶିର ମାସିକ ରାଶିଫଳ ବିଷୟରେ।ଏହି ମାସିକ ରାଶିଫଳ ଗ୍ରହ ମାନଙ୍କ ସ୍ଥିତି ଆଉ ଚଳନକୁ ନେଇ ଆଧାରିତ।ଗ୍ରହ ମାନଙ୍କ ଚଳନ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ।

ଗ୍ରହ ମାନଙ୍କ ସ୍ଥିତିକୁ ନେଇ ଆମ ପାରିବାରିକ ଜୀବନ ବୈବାହିକ ଜୀବନ ଶିକ୍ଷା, ବ୍ୟବସାୟ ଏବଂ ସ୍ୱାସ୍ଥ୍ୟ ବିଷୟରେ ସମ୍ପୂର୍ଣ୍ଣ ବିସ୍ଲେସଣ କରି କହିବୁ।ମିନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୦୨୨ ଏପ୍ରିଲ ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ।କ୍ୟାରିଅର କ୍ଷେତ୍ରରେ।ମିନ ରାଶିର ବ୍ୟକ୍ତିଙ୍କୁ କଠିନ ସ୍ଥିତିର ସାମ୍ନା କରିବାକୁ ପଡିବ।

ବିଦ୍ୟାର୍ଥୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ମାସ ଶିକ୍ଷା କ୍ଷେତ୍ରରେ ସଂଘର୍ଷ କରିବାକୁ ପଡିବ।କିନ୍ତୁ ଏବେ କରିଥିବା ପରିଶ୍ରମ ଭବିଷ୍ୟତରେ ଫଳ ପ୍ରଦାନ କରିବ।କାର୍ଯ୍ୟ କ୍ଷେତ୍ର ଦୃଷ୍ଟିରୁ ମାସଟି ଉଚ୍ଚ ନୀଚର ସ୍ଥିତି ଦେବ।ମାସର ପୂର୍ବାଅର୍ଦ୍ଧରେ ପ୍ରାଇଭେଟ ସେକ୍ଟରରେ ଥିବା ବ୍ୟକ୍ତିଙ୍କ ମାନସିକ ଚିନ୍ତାରେ ବୃଦ୍ଧି ଘଟିବ ଏବଂ ଚାକିରୀ କ୍ଷେତ୍ରରେ ବ୍ୟବଧାନ ଉତ୍ପନ୍ନ ହେବ।

ଆପଣ କାର୍ୟ୍ଯକ୍ଷେତ୍ରରେ କୌଣସି ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି।ସେଥିପାଇଁ ସାବଧାନ ରୁହନ୍ତୁ।ସେଥିରେ ଜଡିତ ବ୍ୟକ୍ତି ମାନଙ୍କ ପାଇଁ ସମୟ ଅପେକ୍ଷାକୃତ ଅନୁକୂଳ ରହିବ।ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବୃଦ୍ଧି ପାଇବ।କିନ୍ତୁ ଆପଣ ନିଜ ପରିଶ୍ରମ ବଳରେ ସଫଳ ହେବେ।ସରକାରୀ କ୍ଷେତ୍ରରେ ଜଡିତ ବ୍ୟକ୍ତିଙ୍କୁ ଅନେକ ସଫଳତା ମିଳିବ।

ଏହା ସହିତ ପଦୋ ଉର୍ଣତିର ସମ୍ଭାବନା ରହିଛି।ଆପଣ ଭଗବାନ ଶନିଙ୍କ କୃପା ଦୃଷ୍ଟି କାରଣରୁ ବିଶେଷ ଲାଭବାନ ହେବେ।ସେହିପରି ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ଅନୁକୂଳ ରହିବ।ମାସର ପୂର୍ବାଅର୍ଦ୍ଧରେ ଆମଦାନୀର ଉତ୍ତମ ଯୋଗ ରହିଛି ଏବଂ ଆପଣଙ୍କୁ କୌଣସି ସ୍ରୋତରୁ ଗୁପ୍ତ ଧନ ମଧ୍ୟ ମିଳିବାର ସମ୍ଭାବନା ରହିଛି।

ଏକାଦଶ ଭାଗରେ ଶନିଙ୍କ ଉପସ୍ଥିତି କାରବାରରେ ପୁର୍ଣ ଲାଭ ପ୍ରଦାନ କରିବ।ମାସର ଉତ୍ତରାଅର୍ଦ୍ଧରେ ଭଗବାନ ଶନି ଦ୍ଵାଦଶ ଭାଗକୁ ଏବଂ ଭଗବାନ ସୂର୍ଯ୍ୟ ଦିତୀୟ ଭାଗକୁ ଗୋଚର କରିବେ ଯାହା ଫଳରେ ପ୍ରାଇଭେଟ କ୍ଷେତ୍ରରେ ଜଡିତ ବ୍ୟକ୍ତିଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ ଏବଂ ଉଚ୍ଚ ମାର୍ଗ ପ୍ରାପ୍ତ ହେବ।

ନୂଆ ନୂଆ ସ୍ରୋତରୁ ଲାଭ ମିଳିବ କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ରଖନ୍ତୁ।ଭୂମି ଏବଂ ଭବନ ସମ୍ବନ୍ଧିତ କ୍ଷେତ୍ରରେ ଧନ ପ୍ରାପ୍ତି ହେବ।ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ପ୍ରଗତି ହେବ।ସରକାରୀ କ୍ଷେତ୍ରରୁ ମଧ୍ୟ ଧନ ପ୍ରାପ୍ତି ହେବ।ଯେକୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଘରର କୌଣସି ଅଭିଜ୍ଞ କିମ୍ବା ବୈଜେଷ୍ଟ୍ୟ ବ୍ୟକ୍ତିଙ୍କ ପାଖରୁ ଅନୁମତି ନିଅନ୍ତୁ।

Leave a Reply

Your email address will not be published. Required fields are marked *