ରୂପାଙ୍କ ପାଇଁ Birthday ଦିନରେ ସ୍ପେଶାଲ ଗିଫ୍ଟ ଦେଲେ ପିଣ୍ଟୁ,ଦେଖିବା ପରେ ଘର ଲୋକ ମଧ୍ୟ ହେଲେ ଆଶ୍ଚର୍ଯ୍ୟ,ଆଉ କହିଲେ ଏପରି…ଦେଖନ୍ତୁ Video

Spread the love

ରୁପା ପିଣ୍ଟୁ ଏବଂ ଖୁସୀଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସାରା ଓଡିଶାରେ କିଏ ବା ନ ଜାଣିଛି। ଘରେ ଘରେ ପରିଚିତ ରୁପା ଏବଂ ପିଣ୍ଟୁ। ସର ଓଡ଼ିଶାରେ ଚର୍ଚ୍ଚିତ ରୁପାଙ୍କ ଜନ୍ମ ଦିନ ରହିଥିଲା। ଏହାକୁ ପିଣ୍ଟୁ ଏବଂ ତାଙ୍କ ପରିବାର ସଦସ୍ୟ ବହୁତ ଖୁସିର ସହିତ ପାଳନ କରିଛନ୍ତି। ଗତକାଲି ଥିଲା ରୂପାଙ୍କ ଜନ୍ମଦିନ। ଏହାର ପୂର୍ଵ ଦିନ ରାତିରେ ଅନିଦ୍ରା ରହି ଠିକ ରାତି ୧୨ ଟା ରେ ରୂପାଙ୍କ ଶୁଭେଚ୍ଛା ଜଣାଇବା ଲାଗି ପିଣ୍ଟୁ ଶୋଇ ନଥିଲେ।

ଠିକ ରାତି ୧୨ ଟା ରେ ସେ ତାଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗଙ୍କ ସହ ମିଶି ରୂପାଙ୍କ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ କେକ୍ କାଟିଥିଲେ ଏବଂ ନିଜ ପରିବାରର ଲୋକଙ୍କ ସହ ନିଜର ଜନ୍ମଦିନ ଖୁସି ମନାଇ ଥିଲେ। ପିଣ୍ଟୁ ତାଙ୍କୁ ଏକ ଅତି ମନଲୋଭା ସୁନ୍ଦର ସିନ୍ଦୁର ଫରୁଆ ଏବଂ କାଚ ଗିଫ୍ଟ କରିଥିଲେ।

ତାଙ୍କର ଏହି ଜନ୍ମଦିନର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା।ସୂଚନାଯୋଗ୍ୟ ଯେ, ଜଣେ ସଫଳ ୟୁଟ୍ୟୁବର ଭାବରେ ପରିଚିତ ରୁପା ଏବଂ ପିଣ୍ଟୁ ଏବେ ଏକ ନୂଆ ଫିଲ୍ମ କରିଛନ୍ତି ଏବଂ ତାହା କିଛି ଦିନ ମଧ୍ୟରେ ରିଲିଜ ହେବ। ଏଥିରେ କିଛି ସୁନାମଧନ୍ୟ କଳାକାର ମଧ୍ୟ ଅଭିନୟ କରିଛନ୍ତି। ସେମାନେ ହେଉଛନ୍ତି ପ୍ରସିଦ୍ଧ କଳାକାର ତଥା

ଓଡ଼ିଆ ଯାତ୍ରା ଜଗତର ଜଣେ ଜଣାଶୁଣା ଚେହେରା ରାଇମୋହନ ସାର ଯିଏକି ଏହି ଫିଲ୍ମରେ ପିଣ୍ଟୁଙ୍କ ବାପା ଭୂମିକାରେ ଦେଖିବାକୁ ମିଳିବେ ଏବଂ ବିକାଶ ସାର ଯିଏକି ରୁପା ପିଣ୍ଟୁଙ୍କ ଏହି ଫିଲ୍ମରେ ରୂପାଙ୍କ ବାପା ଭୂମିକାରେ ଦେଖିବାକୁ ମିଳିବେ।ଏହା ବ୍ୟତୀତ ରୁପା ଏବଂ ପିଣ୍ଟୁଙ୍କୁ ସମସ୍ତେ ଜଣେ ଜଣାଶୁଣା ଓଡ଼ିଆ ଭ୍ଲଗର ଭାବରେ ଜାଣନ୍ତି।

ସେ ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଭ୍ଲଗ ବନେଇ ଥାଆନ୍ତି। ଏହିପରି ନିଜ କ୍ୟାରିୟର ଆରମ୍ଭ କରିଥିବା ରୁପା ପିଣ୍ଟୁ ବର୍ତ୍ତମାନ ଜଣେ ସଫଳ ୟୁଟ୍ୟୁବର ହୋଇ ପାରିଛନ୍ତି। ନିଜ ଭ୍ଲଗ ଦ୍ୱାରା ଲୋକମାନେ ନୂତନ ନୂତନ ପ୍ରକାରର ଖାଦ୍ୟ ସମ୍ପର୍କରେ ମଧ୍ୟ ଜାଣି ପାରନ୍ତି। ତାଙ୍କର ଚ୍ୟାନେଲ ନାମ ହେଉଛି “ରୁପା,ପିଣ୍ଟୁ, ଏବଂ ଖୁସି ଏକ୍ସପ୍ରେସ” ଯେଉଁଥିରେ ସେ ଦୈନିକ ଭିଡ଼ିଓ ଛାଡି ଥାଆନ୍ତି। ଏହିପରି ଭାବରେ ସେ ଓଡ଼ିଶାର ଘରେ ଘରେ ପରିଚିତ।

Leave a Reply

Your email address will not be published. Required fields are marked *