ମିଥୁନ ରାଶି ମାସିକ ରାଶିଫଳ ୨୦୨୨,Mithuna ରାଶି ଲୋକମାନେ ଏହି ମାର୍ଚ୍ଚ ରେ ପାଇବେ ଜୀବନର ସବୁଠୁ ବଡ ଖୁସି ଖବର…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆମେ ଆଜି ଜାଣିବା ୨୦୨୨ ମସିହା ମିଥୁନ ରାଶିର ମାସିକ ରାଶିଫଳ ବିଷୟରେ।ତେବେ ଗ୍ରହ ମାନଙ୍କ ସ୍ଥିତି ଏବଂ ଚଳନ ଆମ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ।

ଆମ ଜୀବନରେ କେବେ ଦୁଃଖ ଆସିଥାଏ ତ କେବେ ସୁଖ ଆସିଥାଏ ତେବେ ଗ୍ରହ ମାନଙ୍କ ସ୍ଥିତି ଏବଂ ଚଳନ ଦ୍ଵାରା ଆପଣଙ୍କ ଭାଗ୍ୟନିର୍ଭର କରିଥାଏ।ତେବେ ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୦୨୨ ମାର୍ଚ୍ଚ ମାସଟି ମଧ୍ୟମ ଧରଣର ରହିବ।ଏହା ସହିତ ଆପଣଙ୍କ ସାମାଜିକ ମାନ ସ୍ନମାନ ମଧ୍ୟ ବୃଦ୍ଧି ପାଇବ।

ଏହି ମାସଟି ବିଦ୍ୟାର୍ଥୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବେଶ ଭଲ ରହିବ।ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଅଧିକ ରୁଚି ବଢିବ।କ୍ୟାରିଅର କ୍ଷେତ୍ରରେ ମାସଟି ସାଧାରଣ ରହିବ।ବୁଧ ଗ୍ରହଙ୍କ ଭାଗ୍ୟ ସ୍ଥାନରେ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ଉପସ୍ଥିତି ଆପଣଙ୍କୁ ଉତ୍ତମ ପରିଣାମ ପ୍ରକାଶ କରିବ ତଥା ଆପଣଙ୍କୁ ପରିଶ୍ରମର ଶୁଭ ପରିଣାମ ପ୍ରାପ୍ତି ହେବ।

ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମାସଟି ଉତ୍ତମ ଏବଂ ଅନୁକୂଳ ରହିବ।ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କୁ ଉତ୍ତମ ରୋଜଗାର କରିବାର ସୁବିଧା ମିଳିବ।ଅଷ୍ଟମ ଭାଗରେ ଶନି, ଶୁକ୍ର ଏବଂ ମଙ୍ଗଳଙ୍କ ଜ୍ୟୋତି କାରଣରୁ ବ୍ୟବସାୟ ଭଲ ହେବ ଏବଂ ଆପଣ କୌଣସି ନୂତନ ସଂସ୍ଥାରେ ନିବେଶ କରିବେ।

ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ।ଏକାଦଶ ଭାଗର ସ୍ୱାମୀ ମଙ୍ଗଳ ଅଷ୍ଟମ ଭାଗରେ ବିରାଜିତ ଥିବାରୁ ଖର୍ଚ୍ଚରେ ବୃଦ୍ଧି ଘଟିବ।କାରଣ ଭୌତିକ ସୁଖର ମାଲିକ ଶୁକ୍ରଙ୍କ ମଙ୍ଗଳଙ୍କ ସହିତ ଜ୍ୟୋତି ହେବାରୁ ଆପଣଙ୍କୁ ବିଶେଷ ସଫଳତା ପ୍ରାପ୍ତି ହେବ।ପୁରୁଣା ଋଣ ଭାରରୁ ମୁକ୍ତି ପାଇବାର ପ୍ରୟାସ ସଫଳ ହେବ।

ପୂର୍ବରୁ ଫସି ରହିଥିବା ଧନ ପୁଣିଥରେ ଆପଣ ଫେରିପାଇବେ।ପ୍ରେମ ସମ୍ବନ୍ଧ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ସଂଘର୍ଷ ପୁର୍ଣ ରହିବ।ପଞ୍ଚମ ଭାଗର ସ୍ୱାମୀ ଶୁକ୍ର, ଅଷ୍ଟମ ଭାଗରେ ମଙ୍ଗଳ ଏବଂ ଶନିଙ୍କ ସହିତ ଜ୍ୟୋତି କରିବେ ଯାହା ଫଳରେ ପ୍ରେମୀଙ୍କ ସହିତ କିଛି ବାଦ ବିବାଦ ଉତ୍ପନ୍ନ ହେବ।ଏଥିପାଇଁ ନିଜ କ୍ରୋଧରେ ଆପଣ ନିୟନ୍ତ୍ରଣ ବାଯାଏ ରଖନ୍ତୁ।

ଏହା ସହିତ ଅନାବଶ୍ୟକ ଯୁକ୍ତିତର୍କରୁ ଆପଣ ଦୁରେଇ ରୁହନ୍ତୁ।ଆପଣଙ୍କୁ ବୈବାହିକ ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ ଏହା ସହିତ ପରସ୍ପର ମଧ୍ୟରେ ବୁଝାବଣାର ଅଭାବ ଦେଖାଯିବ।କିନ୍ତୁ ମାସର ଦିତୀୟ ଭାଗରେ ସୂର୍ଯ୍ୟଙ୍କ ମିନ ରାଶିକୁ ଗୋଚର ପରେ ସ୍ଥିତିରେ ପରିବର୍ତ୍ତନ ଆସିବ।ଏହା ସହିତ ଆପଣଙ୍କ ପୂର୍ବରୁ ଥିବା ଭୁଲ ବୁଝାମଣା ଦୂର ହେବାକୁ ଲାଗିବ।

Leave a Reply

Your email address will not be published. Required fields are marked *