ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟ ରେ।ଏହି ଦୁନିଆରେ ମଣିଷ କାହିଁକି ଧନୀ ହୁଏ ଏବଂ କାହିଁକି ଗରିବ ହୁଏ ? ମଣିଷ ଜୀବନରେ ସମସ୍ୟା ଓ ଦୁଃଖ ଅଭାବ ଆସିବାର କାରଣ କଣ?ଏହାର ଏକ ପ୍ରଧାନ କାରଣ ରହିଛି।
ଏହାକୁ ମହାତ୍ମା ବୁଦ୍ଧ ହଜାର ବର୍ଷ ଆଗରୁ କହିଛନ୍ତି।ମଣିଷର ପ୍ରକୃତି ବଡ଼ ବିଚିତ୍ର।ମଣିଷ ଅଧିକାଂଶ ଜିନିଷ ଯୁକ୍ତି ତର୍କ ମାଧ୍ୟମରେ ସିଦ୍ଧ କରିବାକୁ ଚାହେଁ।କିଛି ଜିନିଷର ଯେପରି ଆମେ କୌଣସି ନିଷ୍କର୍ଷ ବାହାର କରିପାରନ୍ତି ନାହିଁ ଠିକ ସେମିତି ମଣିଷ ଜୀବନରେ ଏମିତି କିଛି ଜିନିଷ ଅଛି ଯାହାର ଆମେ ଯେତେ ଯୁକ୍ତି କଲେ ମଧ୍ୟ ତାର ଅନ୍ତ ନାହିଁ।
ତାହା ମଧ୍ୟରୁ ଏକ ଯୁକ୍ତି ହେଉଛି ଆମେ କାହିଁକି ଗରିବ ହୋଇଥାଉ ଏହା ପଛରେ ରହସ୍ୟ କଣ?ଏକ ସ୍ଥାନରେ ଏକ କୃଷକ ଥିଲା ଓ ପରିଶ୍ରମ ବଳରେ କିଛି ଟଙ୍କା ରୋଜଗାର କରୁଥିଲା।ତା ମନରେ ଏକ ପ୍ରଶ୍ନ ଥିଲା ସେ କାହିଁକି ଗରିବ।ସେହି ଅଞ୍ଚଳକୁ ଥରେ ଗୌତମ ବୁଦ୍ଧ ଆସିଲେ ଦେଖିଲେ ସୁଅ ଛୁଟିଲା ଭଳି ଲୋକମାନେ ଛୁଟି ଚାଲିଛନ୍ତି।
ଅନେକ ଲୋକ ଦୁଃଖିତ ମନରେ ଯାଉଥିଲେ ଓ ଖୁସି ମନରେ ଆସୁଥିଲା।ପ୍ରଶ୍ନ ଉଠିଲା ଯେ ଏହା କିପରି ହେଉଛି।ସେହି କୃଷକ ମଧ୍ୟ ଗଲା।ଓ ନିଜର ଏହି ଅସୁବିଧା କହିଥିଲା।ବୁଦ୍ଧ ଦେବ କହିଲେ ତୁମେ ଏଥିପାଇଁ ଗରିବ ହୋଇଛ ଯେ ଆଜି ପର୍ଯ୍ୟନ୍ତ କାହାକୁ କିଛି ଦେଇନ।ସେ କହିଲା ମୁଁ ତ ଅତ୍ୟନ୍ତ ଗରିବ ଏତେ କଷ୍ଟ କରି ପରିବାର ଚଳାଉଛି ମୁଁ କାହାକୁ କଣ ଦେଇପାରିବି।
ବୁଦ୍ଧ ଦେବ କହିଲେ ଏହି ବିଚାର ଧାରା ହେଉଛି ଘାତକ ଶତ୍ରୁ।ତୁମେ କେବେ କାହାକୁ ସୁଖ ଦେଇଛ?ସେ କହିଲା ମୁଁତ ନିଜେ ଦୁଖୀ ମୁଁ କିପରି ଅନ୍ୟକୁ ସୁଖ ଦେବି।ତୁମେ ଅନ୍ୟକୁ ଅର୍ଥ ଦେଇପାରିବ ନାହିଁ କିନ୍ତୁ ସାହାଯ୍ୟ ତ ନିଶ୍ଚୟ କରିପାରିବ।ତୁମେ ଜୀବନରେ କାହାକୁ ସୁଖ ଦେଇ ନାହଁ ତୁମକୁ କିପରି ଲାଗୁଚି ଯେ ଏହି ସଂସାର ତୁମକୁ କିପରି ସୁଖ ଦେବ।
ଅଧିକାଂଶ ଲୋକଙ୍କ ଜୀବନରେ ଏହି କଥା ଏବେ ଚାଲୁଛି।ଯାହା ପାଖରେ ଅର୍ଥ ଅଛି ସେ ବି ଦୁଖୀ।ଯାହା ପାଖରେ ଅର୍ଥ ନାହିଁ ସେ ବି ଦୁଃଖୀ।ଆମେ ସବୁବେଳେ ନିଜ କଥା ଭାବିଛେ ଏହା ଛଡା ଆଉ କାହା କଥା ଭାବି ନାହେଁ।ଏଥିପାଇଁ ନିଜଠାରୁ ଅଧିକ ଅନ୍ୟକୁ ସାହାଯ୍ୟ କରିବା ଶିଖିବା ଆବଶ୍ୟକ।ଏହା ଦୁନିଆର ଏକ ଅଦୃଶ୍ୟ ନିୟମ।