Munna ଭାଇ କହିଲେ ପ୍ରଥମେ ନିଜର ଭୁଲ ମାନି ନିଅନ୍ତୁ,ରାସ୍ତା ଉପରେ ସାଇକେଲ ଚଳେଇ ଚଳେଇ କାହିଁକି ଲାଗିଲା ଝଗଡା…

ଟ୍ରାଫିକ ସମସ୍ୟାକୁ ନେଇ ରାସ୍ତାରେ ଅନେକ ଥର ପାଟି ହୋଇଥାଏ।ହେଲେ ଏହି ଝଗଡା ଟିକେ ଅଲଗା ଅଛି।ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର କଣ ପାଇଁ ଜଣେ ବ୍ୟକ୍ତିଙ୍କ ସହିତ ପାଟି କରୁଛନ୍ତି।ତେବେ ସୂଚନା ଅନୁସାରେ ସିଦ୍ଧାନ୍ତ ସାଇକେଲ ଚଳାଉ ଅଛନ୍ତି ତେବେ ସେ ସାଇକେଲରେ ଥିଲେ ମଧ୍ୟ ହେଲମେଟ ପିନ୍ଧି ଅଛନ୍ତି

ଆଉ ନିୟମ ହିସାବରେ ତାଙ୍କ ରାସ୍ତାରେ ଯାଉଛନ୍ତି।ଯେଉଁ ରାସ୍ତା ରହିଛି ସାଇକେଲ ଚାଳକ ମାନଙ୍କ ପାଇଁ।ଏହା ସହିତ ଜରୁରୀ ସମୟରେ ଏହା ବ୍ୟବହାର ହୋଇଥାଏ ଆମ୍ବୁଲାନ୍ସ ପାଇଁ।ଯାହା ଦ୍ଵାରା ଭିଡ଼ ମଧ୍ୟରେ ଏକ ଆମ୍ବୁଲାନ୍ସ ଭିଡ଼ ମଧ୍ୟରେ ମଧ୍ୟ ଆଗକୁ ଜାଇ ପାରିବ।ଆଉ ସାଇକେଲ ଚଲାଳି ମଧ୍ୟ ଏହାକୁ

ବ୍ୟବହାର କରି ପାରିବେ କିନ୍ତୁ କୌଣସି ବାଇକ କିମ୍ବା ଚାରି ଚକିଆ ଗାଡ଼ି ଏହାକୁ ବ୍ୟବହାର କରି ପାରିବେ ନାହିଁ।ଯେଉଁ ନିୟମ ଟ୍ରାଫିକ ପକ୍ଷରୁ ଜାରି ହୋଇଚି।କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ଭୁଲ ରାସ୍ତାରେ ରହିଛନ୍ତି ଏପଟେ ସିଦ୍ଧାନ୍ତ ମହାପାତ୍ର ନିଜର ନିୟମ ଅନୁସାରେ ଅଛନ୍ତି।କିନ୍ତୁ ସେହି ବାବୁ ଜଣଙ୍କ ନିଜର ଭୁଲ

ମାନିବାକୁ ଚାହୁଁ ନାହାନ୍ତି।ଆଉ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅଯଥାରେ ଯୁକ୍ତି କରୁଛନ୍ତି।ତେବେ ଜଣେ ସିନେ ଅଭିନେତା ହୁଅନ୍ତୁ ବା ଜଣେ ସଚେତନ ନାଗରିକ ସିଦ୍ଧାନ୍ତ ମହାପାତ୍ର ସବୁ ସମୟରେ ଯାହା ଠିକ ଏହା କହି ଥାଆନ୍ତି କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ନିଜର ଭୁଲ ଗ୍ରହଣ କରିବା ପାଇଁ ରାଜି ନୁହନ୍ତି ଏହା ସହିତ

ଅଯଥାରେ ଯୁକ୍ତି ତର୍କ କରିବାରେ ଲାଗିଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ।ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଚି।ଘଟଣା ସମ୍ପର୍କରେ କାହାରି ପ୍ରତିକ୍ରିୟା ମଧ୍ୟ ମିଳି ପାରି ନାହିଁ।କିନ୍ତୁ ସେଠାରେ ଗୋଟିଏ କଥା ସ୍ପଷ୍ଟ ସେହି ବ୍ୟକ୍ତି ଜଣଙ୍କ ଟ୍ରାଫିକ ନିୟମ ନ ମାନି ଯେପରି ଭାବରେ ଯୁକ୍ତି କରୁଛନ୍ତି

ଏହା ବିଲକୁଲ ମଧ୍ୟ ଗ୍ରହଣୀୟ ନୁହେଁ।ଆଉ ଅଭିନେତା ସିଦ୍ଧାନ୍ତ ଯେପରି ଭାବରେ ସେହି ବ୍ୟକ୍ତିଙ୍କୁ ସଚେତନ କରାଉ ଅଛନ୍ତି ଏହା ସମ୍ପୂର୍ଣ୍ଣ ଭାବରେ ଠିକ ଅଟେ।କିନ୍ତୁ ସେହି ବ୍ୟକ୍ତି ଜଣେ ଯଦି ସଚେତନ ନିଜେ ନ ହେବେ ତେବେ ତାଙ୍କୁ ଅବା କିଏ ବୁଝାଇ ପାରିବ।

Leave a Reply

Your email address will not be published.